ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି। ଏହି ପ୍ରଜାତିର ସବୁଠାରୁ ବଡ଼ ହେଉଛି ନୀଳ ପ୍ରଜାପତି। ଏହାକୁ କଟସ୍ବୋଲ୍ଡ ପାହାଡାରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଏହି ନୀଳ ପ୍ରଜାପତିକୁ ୧୯୭୯ ମସିହାରେ ବିଳୁପ୍ତ ଘୋଷଣା କରାଯାଇଥିଲା। ପରେ ନ୍ୟାସନାଲ ଟ୍ରଷ୍ଟର ବାରମ୍ବାର ଉଦ୍ୟମ ପରେ ଏହି ପ୍ରଜାତି ପୂନର୍ବାର ଫେରି ଆସିଛି। ଏହି ପ୍ରଜାପତିର ବଂଶ ବୃଦ୍ଧି ପାଇଁ, ଗତ ବର୍ଷ ରୋଡବୋରୋ କମନ ୮୬୭ ଏକଜ ଜମି ପ୍ରଦାନ କରିଥିଲା।
ବିଗତ ୧୫୦ ବର୍ଷରେ ଏହି ବିରଳ ପ୍ରଜାପତିକୁ ଦେଖାଯାଇ ନ ଥିଲା। ଚଳିତ ବର୍ଷ ଗରମ ସମୟରେ ୭୫୦ ପ୍ରଜାପତିକୁ ଦେଖିବାକୁ ମିଳିଥିଲା। ଏହାପରେ ପାହାଡର ଘାସଭୂମିକୁ ପ୍ରଜାପତିଙ୍କ ସହିତ ଖାପ ଖୁଆଇଲା ଭଳି ତିଆରି କରାଗଲା। ଯାହାଫଳରେ ଶରତ ଋତିରେ ୧୧୦୦ ଲାଭା ଜନ୍ମଗ୍ରହଣ କରିଥିଲେ। ଚାରି ଦଶନ୍ଧି ପରେ ସାରା ବିଶ୍ୱରେ ବିଲୁପ୍ତ ହୋଇଯାଇଥିବା ଏହି ପ୍ରଜାପତି ବର୍ତ୍ତମାନ କେବଳ ବ୍ରିଟେନରେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ପ୍ରଫେସର ଜେରେମି ଥୋମାସ୍‌ ଏବଂ ଡେଭିଡ ସିମକକ୍ସ ପ୍ରଜାପତି ପ୍ରଜନନ ଉପରେ ଅଧ୍ୟୟନ କରିଥିଲେ। ଏଥିପାଇଁ ସେମାନେ ପ୍ରଥମେ ଏହି ପ୍ରଜାପତିର ଅନ୍ୟ ଜୀବନଚକ୍ରକୁ ବୁଝିଥିଲେ। ପରେ ସେ ସଫଳତାର ସହିତ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ବିରଳ ପ୍ରଜାପତିର ପ୍ରତ୍ୟାବର୍ତ୍ତନ ଏକ ବଡ଼ ସଫଳତା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ସମୟ: ବଢୁଛି ଇଣ୍ଡୋରପ୍ଲାଣ୍ଟ

ପରିବେଶ ପରିସ୍ଥିତି ଏବେ ମଣିଷକୁ ବଦଳେଇ ଦେଇଛି। ମଣିଷ ଭିତରେ ଆସିଛି ପରିବର୍ତ୍ତନ, ଯାହାକୁ ନିହାତି ଭାବରେ ସକାରାତ୍ମକ କୁହାଯାଇପାରେ। କାରଣ ଗଛ କାଟୁଥିବା ମଣିଷ...

ଶାହଜହାଁପୁରରୁ ଶିକୋଗୋର ଯାତ୍ରା

ଶାହଜହାଁପୁର,୧୭।୫: ବିବାହ ଏଭଳି ଏକ ବନ୍ଧନ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ବୋଲି କୁହାଯାଏ। କିଏ କେଉଁଠି, ଆଉ କାହା ସହ ବିବାହ କରିବ...

ଆମେରିକାରେ ୩୩ ହଜାର ମୃତ

ଓ୍ବାଶିଂଟନ,୧୭।୪: ଆମେରିକା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ଏଠାରେ ବଢ଼ି ୬ ଲକ୍ଷ ୫୨ ହଜାରରେ ପହଞ୍ଚି ଥିବାବେଳେ ୩୩...

ବିବାହ କଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ପୂର୍ବତନ ସ୍ତ୍ରୀ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ଆମେରିକାର ସିଏଟଲରେ...

ଭାରତର ଏହି ନଦୀ ମଧ୍ୟରେ ରହିଛି ହଜାର ହଜାର ଶିବଲିଙ୍ଗ

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ଜାଣିବା ବହୁ କଷ୍ଟକର। ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ନାଟକରେ ଏମିତି ଏକ ସ୍ଥାନ ଅଛି,...

ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଏହି ଜନଜାତି…

ପୃଥିବୀର ବିଭିନ୍ନଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି।...

ସ୍ତ୍ରୀଙ୍କୁ ପିଠିରେ ବୋହି ଦୌଡ଼ନ୍ତି ସ୍ବାମୀ

ଡ୍ରୋର୍କିଙ୍ଗ୍‌,୩।୩: ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ପରମ୍ପରା ରହିଛି। ବ୍ରିଟେନ୍‌ରେ ଏକ ପରମ୍ପରା ଅନୁସାରେ ସ୍ବାମୀମାନେ ସ୍ତ୍ରୀଙ୍କୁ ପିଠିରେ ବୋହି ଏକ ଉତ୍ସବରେ ଦୌଡ଼ିଥାନ୍ତି।...

ବିମାନ ଦୁର୍ଘଟଣାରେ ୩ ମୃତ

ବିମାନ ଦୁର୍ଘଟଣାରେ ୩ ମୃତ ଲିଉଟସ୍କ, ୨୦ା୭ : ଜର୍ମାନ ସୀମାରେ ଏକ ଛୋଟ ବିମାନ ଦୁର୍ଘଟଣା ହେବା ଫଳରେ ୩ଜଣ ପ୍ରାଣ ହରାଇଥିବା ଅଷ୍ଟ୍ରିଆର...

Advertisement


Archives

Model This Week

Why Dharitri