BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା। ତେବେ ଏପର୍ଯ୍ୟନ୍ତ ପାକିସ୍ତାନକୁ BRICSରେ ସାମିଲ ହେବାର ସୁଯୋଗ ମିଳିନାହିଁ। ପାକିସ୍ତାନର ସଦସ୍ୟତା ରାସ୍ତାରେ ସବୁଠାରୁ ବଡ଼ ରାଜନୈତିକ ଭାବେ ଭାରତର ସହମତିକୁ ଦେଖାଯାଉଛି।

BRICSରେ ନୂଆ ସଦସ୍ୟଙ୍କୁ ସାମିଲ କରିବା ନିଷ୍ପତ୍ତି ସଦସ୍ୟ ଦେଶମାନଙ୍କ ସହମତି ଆଧାରରେ ହୋଇଥାଏ। ତେଣୁ କୌଣସି ଗୋଟିଏ ସଦସ୍ୟ ଦେଶର ଅସହମତି ନୂଆ ଦେଶର ପ୍ରବେଶକୁ ଜଟିଳ କରିପାରେ। ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନର ରାଜନୈତିକ ମତଭେଦ ଥିବାରୁ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ୱ ପାଇଛି।

ପାକିସ୍ତାନର BRICSରେ ଯୋଗଦେବା ଆଗ୍ରହ କେବଳ ରାଜନୈତିକ ନୁହେଁ, ଏହା ପଛରେ ଆର୍ଥିକ କାରଣ ମଧ୍ୟ ରହିଛି। ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟ, ବିଦେଶୀ ମୁଦ୍ରା ଅଭାବ ଓ ଋଣ ଚାପରେ ଥିବା ପାକିସ୍ତାନ ନୂଆ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଆର୍ଥିକ ସହଯୋଗର ରାସ୍ତା ଖୋଜୁଛି।

ପାକିସ୍ତାନର ଆର୍ଥିକ ସର୍ଭେ ଅନୁସାରେ ଦେଶର GDP ବୃଦ୍ଧି ୩.୭୦ ପ୍ରତିଶତ ରହିଛି। BRICSରେ ସାମିଲ ହେଲେ ଉଦୀୟମାନ ଅର୍ଥନୀତିଗୁଡ଼ିକ ସହ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ବଢ଼ାଇବାର ସୁଯୋଗ ମିଳିପାରେ ବୋଲି ଇସଲାମାବାଦ ଆଶା କରୁଛି।

BRICS ସହ ଜଡ଼ିତ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭଳି ଅନୁଷ୍ଠାନ ମଧ୍ୟ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ BRICSର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରେ ପ୍ରାୟ ୫୮୦ ନିୟୁତ ଡଲାର ନିବେଶ କରିଛି। ଏହା ମାଧ୍ୟମରେ ନିଜର ଆର୍ଥିକ ବିକଳ୍ପ ବଢ଼ାଇବା ସହ ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫ ଭଳି ସଂସ୍ଥା ଉପରେ ନିର୍ଭରଶୀଳତା କମାଇବାକୁ ପାକିସ୍ତାନ ଚାହୁଁଛି।

BRICSର ସମ୍ପ୍ରସାରଣ ପରେ ଏହି ଗୋଷ୍ଠୀର ବିଶ୍ୱସ୍ତରୀୟ ପ୍ରଭାବ ମଧ୍ୟ ବଢ଼ିଛି। ବର୍ଦ୍ଧିତ BRICSରେ ବିଶ୍ୱର ପ୍ରାୟ ଅଧା ଜନସଂଖ୍ୟା ବସବାସ କରୁଛନ୍ତି। କ୍ରୟ ଶକ୍ତି ସମତା (PPP) ଆଧାରରେ ବିଶ୍ୱ GDPରେ ଏହି ଗୋଷ୍ଠୀର ଅଂଶ ପ୍ରାୟ ୪୦ ପ୍ରତିଶତ ବୋଲି କୁହାଯାଉଛି।
ଭାରତ ପାଇଁ ମଧ୍ୟ BRICS ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ମଞ୍ଚରେ ପରିଣତ ହୋଇଛି। ଉପଲବ୍ଧ ତଥ୍ୟ ଅନୁସାରେ BRICS ଦେଶଗୁଡ଼ିକୁ ଭାରତର ରପ୍ତାନି ୪୮.୮ ପ୍ରତିଶତ ବଢ଼ି ୬୪.୩ ବିଲିୟନ ଡଲାରରୁ ୯୫.୭ ବିଲିୟନ ଡଲାରରେ ପହଞ୍ଚିଛି । ୨୦୨୩ ନଭେମ୍ବରରେ ପାକିସ୍ତାନର ବିଦେଶ କାର୍ଯ୍ୟାଳୟ BRICSରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ତତ୍କାଳୀନ ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ମୁମତାଜ ଜହରା ବଲୋଚ BRICSକୁ ବିକାଶଶୀଳ ଦେଶଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ବୋଲି କହିଥିଲେ।
ତାଙ୍କ କହିବା ଅନୁସାରେ, ପାକିସ୍ତାନ BRICSରେ ସାମିଲ ହୋଇ ଅନ୍ତର୍ଜାତୀୟ ସହଯୋଗ ଓ ସମାବେଶୀ ବହୁପକ୍ଷୀୟ ବ୍ୟବସ୍ଥାକୁ ମଜବୁତ କରିବାରେ ଅବଦାନ ଦେବାକୁ ଚାହୁଁଛି। BRICSର ଅଧିକାଂଶ ସଦସ୍ୟ ଦେଶ ସହ ପାକିସ୍ତାନର ଭଲ ସମ୍ପର୍କ ରହିଛି ବୋଲି ଇସ୍ଲାମାବାଦ ଦାବି କରିଆସିଛି। ଏହି ଆଧାରରେ ନିଜ ସଦସ୍ୟତା ଆବେଦନକୁ ସକାରାତ୍ମକ ଭାବେ ବିଚାର କରାଯିବ ବୋଲି ପାକିସ୍ତାନ ଆଶା ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?