ବିକ୍ରି ହେବ ବିଆର୍‌ଜି କମ୍ପାନୀ

ଢେଙ୍କାନାଳ ଅଫିସ, ୨୯।୭:  ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି-ମେରାମଣ୍ଡଳୀରେ ପ୍ରତିଷ୍ଠିତ ବିଆର୍‌ଜି ଆଇରନ୍‌ ଷ୍ଟିଲ କମ୍ପାନୀ ବିକ୍ରି ହେବ। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ କମ୍ପାନୀର ଲିକ୍ୟୁଡେଟର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟପଟେ କମ୍ପାନୀ ବନ୍ଦ ସମ୍ପର୍କିତ ଏଭଳି ନିଷ୍ପତ୍ତି ପରେ ୧୫୦୦ ଶ୍ରମିକ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ୭ ହଜାର ପରିବାରର ଜୀବନ ଜୀବିକା ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଛି। ଏହାର ପ୍ରତିବାଦରେ ବିଆର୍‌ଜି ଆଇରନ୍‌ ଷ୍ଟିଲ୍‌ ମଜ୍‌ଦୁର ସଂଘ ପକ୍ଷରୁ କମ୍ପାନୀ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି, କମ୍ପାନୀର ଲିକ୍ୟୁଡେଟର ୨୦୨୧ ମାର୍ଚ୍ଚ ୬ରେ କୌଣସି କାରଣ ନ ଥାଇ ହଠାତ୍‌ କମ୍ପାନୀକୁ ବନ୍ଦ କରିଦେବା ଲାଗି ନିଷ୍ପତ୍ତି ନେଇଥିଲେ। ଫେବୃୟାରୀ ଏବଂ ମାର୍ଚ୍ଚର ବକେୟା ପ୍ରାପ୍ୟ ମଧ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇନାହିଁ। ନିଷ୍ପତ୍ତି ଗ୍ରହଣ ପରବର୍ତ୍ତୀ ୫ ମାସ ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ତ୍ୱେ କମ୍ପାନୀ କାର୍ଯ୍ୟକ୍ଷମ ହେବ କି ନାହିଁ ସେ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କୌଣସି ସୂଚନା ଦେଲେ ନାହିଁ ା କମ୍ପାନୀ ବନ୍ଦ ହେବା ଦ୍ୱାରା ପ୍ରାୟ ୧୫୦୦ ଶ୍ରମିକଙ୍କ ଜୀବିକା ପ୍ରଭାବିତ ହେବ। ତେଣୁ ଫେବୃୟାରୀରୁ ଜୁଲାଇ ଯାଏ ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ଲାଗି ମଜ୍‌ଦୁର ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହ କମ୍ପାନୀ ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ନିବେଦନ କରାଯାଇଛି। ଅନ୍ୟପଟେ କମ୍ପାନୀ ବିକ୍ରି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆଉ କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ଲିକ୍ୟୁଡେଟର ସୂଚନା ଦେବାପରେ ମଜଦୁର ସଂଘ ପକ୍ଷରୁ ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଥିଲା। ଫଳରେ ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଥିଲେ। ଫେବୃୟାରୀ ଓ ମାର୍ଚ୍ଚର ବକେୟା ଦରମା ସେପ୍ଟେମ୍ବର ସୁଦ୍ଧା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସହମତି ପ୍ରକାଶ ପାଇଛି। ବୈଠକରେ ଲିକ୍ୟୁଡେଟର କୋଲକାତାର ସି.ଏ. କାନନ, ବିଆର୍‌ଜି ଆଇରନ୍‌ ଓ ଷ୍ଟିଲ୍‌ ମଜ୍‌ଦୁର ସଂଘ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ମିଶ୍ର, ଭାରତୀୟ ମଜ୍‌ଦୁର ସଂଘ ଶାଖା ସମ୍ପାଦକ ଶ୍ରୀନିବାସ ଖୁଣ୍ଟିଆଙ୍କ ସମେତ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏ ସଂକ୍ରାନ୍ତରେ ସଂଘର ସାଧାରଣ ସମ୍ପାଦକ କୁହନ୍ତି, କର୍ତ୍ତୃପକ୍ଷ ବିନା କାରଣରେ କମ୍ପାନୀକୁ ବନ୍ଦ କରିଦେଲେ। ୨ ମାସର ବକେୟା ଦରମା ମିଳିନି। ୫ମାସ ହେଲା କାରଖାନା ବନ୍ଦ ରହିଛି। ତେଣୁ ୭ମାସର ବକେୟା ଦରମା ପ୍ରଦାନ ସହିତ କାରଖାନା ଚାଲୁ କରିବା ଲାଗି ଦାବି ରଖାଯାଇଥିଲା। ତେବେ କମ୍ପାନୀ କାର୍ଯ୍ୟକ୍ଷମ କରିବା ଲାଗି ଲିକ୍ୟୁଡେଟର ରାଜି ହୋଇ ନ ଥିଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ୨ମାସର ବକେୟା ଦରମା ଦେବା ପାଇଁ ସହମତି ଜଣାଇଛନ୍ତି। କାରଖାନା କାର୍ଯ୍ୟକ୍ଷମ ଦାବିରେ କମ୍ପାନୀ ଫାଟକ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, ଲିକ୍ୟୁଡେଟରଙ୍କ ସୂଚନା ଅନୁଯାୟୀ କାରଖାନା ବିକ୍ରି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର କ୍ରୟ ପ୍ରକ୍ରିୟା ଶେଷ ହେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?