ବିକ୍ରି ହେବ ବିଆର୍‌ଜି କମ୍ପାନୀ

ଢେଙ୍କାନାଳ ଅଫିସ, ୨୯।୭:  ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି-ମେରାମଣ୍ଡଳୀରେ ପ୍ରତିଷ୍ଠିତ ବିଆର୍‌ଜି ଆଇରନ୍‌ ଷ୍ଟିଲ କମ୍ପାନୀ ବିକ୍ରି ହେବ। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ କମ୍ପାନୀର ଲିକ୍ୟୁଡେଟର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟପଟେ କମ୍ପାନୀ ବନ୍ଦ ସମ୍ପର୍କିତ ଏଭଳି ନିଷ୍ପତ୍ତି ପରେ ୧୫୦୦ ଶ୍ରମିକ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ୭ ହଜାର ପରିବାରର ଜୀବନ ଜୀବିକା ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଛି। ଏହାର ପ୍ରତିବାଦରେ ବିଆର୍‌ଜି ଆଇରନ୍‌ ଷ୍ଟିଲ୍‌ ମଜ୍‌ଦୁର ସଂଘ ପକ୍ଷରୁ କମ୍ପାନୀ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି, କମ୍ପାନୀର ଲିକ୍ୟୁଡେଟର ୨୦୨୧ ମାର୍ଚ୍ଚ ୬ରେ କୌଣସି କାରଣ ନ ଥାଇ ହଠାତ୍‌ କମ୍ପାନୀକୁ ବନ୍ଦ କରିଦେବା ଲାଗି ନିଷ୍ପତ୍ତି ନେଇଥିଲେ। ଫେବୃୟାରୀ ଏବଂ ମାର୍ଚ୍ଚର ବକେୟା ପ୍ରାପ୍ୟ ମଧ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇନାହିଁ। ନିଷ୍ପତ୍ତି ଗ୍ରହଣ ପରବର୍ତ୍ତୀ ୫ ମାସ ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ତ୍ୱେ କମ୍ପାନୀ କାର୍ଯ୍ୟକ୍ଷମ ହେବ କି ନାହିଁ ସେ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କୌଣସି ସୂଚନା ଦେଲେ ନାହିଁ ା କମ୍ପାନୀ ବନ୍ଦ ହେବା ଦ୍ୱାରା ପ୍ରାୟ ୧୫୦୦ ଶ୍ରମିକଙ୍କ ଜୀବିକା ପ୍ରଭାବିତ ହେବ। ତେଣୁ ଫେବୃୟାରୀରୁ ଜୁଲାଇ ଯାଏ ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ଲାଗି ମଜ୍‌ଦୁର ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହ କମ୍ପାନୀ ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ନିବେଦନ କରାଯାଇଛି। ଅନ୍ୟପଟେ କମ୍ପାନୀ ବିକ୍ରି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆଉ କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ଲିକ୍ୟୁଡେଟର ସୂଚନା ଦେବାପରେ ମଜଦୁର ସଂଘ ପକ୍ଷରୁ ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଥିଲା। ଫଳରେ ଘଟଣାରେ ଜିଲାପାଳ ହସ୍ତକ୍ଷେପ କରିଥିଲେ। ଫେବୃୟାରୀ ଓ ମାର୍ଚ୍ଚର ବକେୟା ଦରମା ସେପ୍ଟେମ୍ବର ସୁଦ୍ଧା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସହମତି ପ୍ରକାଶ ପାଇଛି। ବୈଠକରେ ଲିକ୍ୟୁଡେଟର କୋଲକାତାର ସି.ଏ. କାନନ, ବିଆର୍‌ଜି ଆଇରନ୍‌ ଓ ଷ୍ଟିଲ୍‌ ମଜ୍‌ଦୁର ସଂଘ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ମିଶ୍ର, ଭାରତୀୟ ମଜ୍‌ଦୁର ସଂଘ ଶାଖା ସମ୍ପାଦକ ଶ୍ରୀନିବାସ ଖୁଣ୍ଟିଆଙ୍କ ସମେତ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏ ସଂକ୍ରାନ୍ତରେ ସଂଘର ସାଧାରଣ ସମ୍ପାଦକ କୁହନ୍ତି, କର୍ତ୍ତୃପକ୍ଷ ବିନା କାରଣରେ କମ୍ପାନୀକୁ ବନ୍ଦ କରିଦେଲେ। ୨ ମାସର ବକେୟା ଦରମା ମିଳିନି। ୫ମାସ ହେଲା କାରଖାନା ବନ୍ଦ ରହିଛି। ତେଣୁ ୭ମାସର ବକେୟା ଦରମା ପ୍ରଦାନ ସହିତ କାରଖାନା ଚାଲୁ କରିବା ଲାଗି ଦାବି ରଖାଯାଇଥିଲା। ତେବେ କମ୍ପାନୀ କାର୍ଯ୍ୟକ୍ଷମ କରିବା ଲାଗି ଲିକ୍ୟୁଡେଟର ରାଜି ହୋଇ ନ ଥିଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ୨ମାସର ବକେୟା ଦରମା ଦେବା ପାଇଁ ସହମତି ଜଣାଇଛନ୍ତି। କାରଖାନା କାର୍ଯ୍ୟକ୍ଷମ ଦାବିରେ କମ୍ପାନୀ ଫାଟକ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, ଲିକ୍ୟୁଡେଟରଙ୍କ ସୂଚନା ଅନୁଯାୟୀ କାରଖାନା ବିକ୍ରି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର କ୍ରୟ ପ୍ରକ୍ରିୟା ଶେଷ ହେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri