ଖାକିରେ ବଢ଼ୁଛି କଳାଦାଗ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ରହ୍ମପୁର ପୋଲିସର ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ଦିନକୁ ଦିନ ମଳିନ ହେବାକୁ ଲାଗିଛି। ବିଭିନ୍ନ କାରଣ ଯୋଗୁ ପୋଲିସ ଏବେ ସାଧାରଣରେ ସମାଲୋଚନାର ଶିକାର ହେଉଛି। ବ୍ରହ୍ମପୁର ପୋଲିସ ନିଜ କର୍ମଚାରୀଙ୍କ କଳା କାରନାମା ଯୋଗୁ ଅଯଥା ବଦନାମ ମୁଣ୍ଡାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏପଟେ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ. ଏଭଳି ଅବହେଳା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ମଚାରୀଙ୍କ ବିରୋଧରେ ହେଉଥିବା ଅଭିଯୋଗର ତଦନ୍ତ କରି ପ୍ରମାଣ ମିଳିବା ପରେ ତ୍ୱରିତ ପଦକ୍ଷେପ ନେଇଛନ୍ତି।
ଏକ ଠକେଇ ମାମଲାରେ ତଦନ୍ତ ପାଇଁ ବୈଦ୍ୟନାଥପୁର ପୋଲିସ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା। ରିମାଣ୍ଡ ଅବଧି ସରିବା ପରେ ରବିବାର ତାଙ୍କୁ କୋର୍ଟ ଚାଲାଣ କରିଥିଲା। ସେଠାରେ ଥିବା ସିଏସଆଇ କୋର୍ଟରେ କାର୍ଯ୍ୟରତ କନଷ୍ଟେବଲ ରବି ରେଡ୍ଡୀ କର୍ତ୍ତବ୍ୟରେ ଅବହେଳା କରି ନିଜ ଜାଗା ଛାଡ଼ି ବାଲି ଅଭିଯୁକ୍ତ କୃପାସିନ୍ଧୁଙ୍କ ସହ ସମ୍ପର୍କ ରଖିଥିବା ଜଣାପଡିଥିଲା। ଏସ୍‌ପି ଏହାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଉକ୍ତ ବାଲି ମାଫିଆଙ୍କ କଳା ସାମ୍ରାଜ୍ୟରେ ରବିଙ୍କ କ’ଣ ସବୁ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ଗତ ୫ମାସ ପୂର୍ବରୁ ପାତ୍ରପୁର ସିଏସଆଇ କୋର୍ଟରେ କାମ କରୁଥିବା ଜଣେ କନଷ୍ଟେବଲଙ୍କୁ ମଧ୍ୟ ଏସ୍‌ପି ନିଲମ୍ବନ କରିଥିବାର ନଜିର ରହିଛି। ଅନ୍ୟପଟେ କିନ୍ତୁ କିଛି ନିର୍ଦ୍ଦିିଷ୍ଟ କାରଣରୁ ବିଭିନ୍ନ ସମୟରେ ବ୍ରହ୍ମପୁର ପୋଲିସ ସମାଲୋଚନାର ଶିକାର ହେଉଛି। ୨ବର୍ଷ ପୂର୍ବରୁ ଟଙ୍କା ଲୋଭରେ ପଡ଼ି କେତେଜଣ କର୍ମଚାରୀ ଖାକିର ଦୁର୍ବ୍ୟବହାର କରିଥିଲେ। ୪ ଜଣ କନଷ୍ଟେବଲ୍‌ ଜଣେ ଗୁଟଖା ବେପାରୀଙ୍କ ଠାରୁ ବଟି ନେଇଥିଲେ। ପୋଲିସ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। କିନ୍ତୁ କେହି କିଛି ପାଟି ଫିଟାଇ ସ୍ପଷ୍ଟ କରି ନ ଥିଲେ। ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୋଗରେ ସତ୍ୟତା ଥିବାରୁ ସମ୍ପୃକ୍ତ ୪ଜଣଙ୍କୁ ନିଲମ୍ବନ କରିଥିଲେ। ସେହିପରି ଟ୍ରାଫିକ୍‌ ଥାନାର ଜଣେ କନଷ୍ଟେବଲ୍‌ କୋଭିଡ୍‌ ନିୟମ ଉଲ୍ଲଂଘନ ବେଳେ ଜରିମାନା ଆଦାୟ ପାଇଁ ରହିଥିବା ରସିଦ୍‌ ବହି ଜାଲ୍‌ କରି ଧରାପଡ଼ିଥିଲେ। ସେହି ଘଟଣାରେ ମଧ୍ୟ ବ୍ରହ୍ମପୁର ଏସ୍‌ପି ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ସମ୍ପୃକ୍ତ କନଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଥିଲେ। ଦିଗପହଣ୍ଡି ଥାନାର ଜଣେ କନେଷ୍ଟବଲଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏସପିଙ୍କ ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ କନେଷ୍ଟବଲଙ୍କୁ ନିଲମ୍ବନ କରିଥିଲେ। ଗତ ବଷ ମଧ୍ୟ ଜଣେ ଟ୍ରାଫିକ୍‌ ଏଏସ୍‌ଆଇ ଚାଲାଣ କାଟି ଚାଳକଙ୍କୁ ରସିଦ୍‌ ନ ଦେଇ ନିଲମ୍ବନ ହୋଇଥିବା ବେଳେ ଲାଞ୍ଚ ମାଗିବା ଅଭିଯୋଗରେ ଜଣେ ଏଏସ୍‌ଆଇଙ୍କୁ ମୋ’ ସରକାର ଆଇନ ଅନୁସାରେ ଡିଆଇଜି ନିଲମ୍ବନ କରିଥିଲେ। ଏବେ ପୋଲିସ ବିଭାଗରେ ମୋ’ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ୫-ଟି ଅଧିକ ଗୁରୁତ୍ୱ ଦିଆଯାଉଛି। ତଥାପି କେତେଜଣ ସ୍ବାର୍ଥପର କର୍ମଚାରୀଙ୍କୁ ୫-ଟି ଛାଟ କାଟୁ କରୁନାହିଁ। ଏଣୁ ବିଭାଗରେ ସ୍ବଚ୍ଛତା ଫେରାଇ ଆଣିବା ଦିଗରେ ବରିଷ୍ଠ ଅଧିକାରୀମାନେ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri