Posted inଖେଳ

କାହିଁକି ଏମିତି କାମ କରିଦେଲେ ଶାକିବ ଉଲ ହାସନ: ନିଜେ ବଖାଣିଲେ ପ୍ରକୃତ ସତ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ୍‌ ଚର୍ଚ୍ଚାର ବିଷୟ ହୋଇଛି। ସମରୱିକ୍ରମଙ୍କ ଆଉଟ୍‌ ପରେ ମାଥ୍ୟୁସ ଷ୍ଟ୍ରାଇକ କରିବାକୁ ଦୁଇ ମିନିଟରୁ ଅଧିକ ସମୟ ନେଇଥିଲେ, ବାଂଲାଦେଶ ଅଧିନାୟକ ଶାକିବ ଟାଇମ୍‌ ଆଉଟ୍‌ କରିବାକୁ ଅପିଲ୍‌ କରିଥିଲେ। ଏଠାରେ ଅମ୍ପାୟାର ମଧ୍ୟ ଆଙ୍ଗୁଠି ଉଠାଇଥିଲେ। ଏହା ପରେ ମାଥ୍ୟୁସ ନିରାଶ ହୋଇ ପ୍ୟାଭିଲିୟନକୁ ଫେରିବାକୁ ପଡିଥିଲା। ଇତିହାସରେ ପ୍ରଥମ ଥର କୌଣସି କ୍ରିକେଟର୍‌ ଏଭଳି ଟାଇମ୍‌ ଆଉଟ୍‌ ହୋଇଥିଲେ।
ଶାକିବ କହିଛନ୍ତି, ଆମର ଜଣେ ଫିଲ୍ଡର ମୋ ପାଖକୁ ଆସି କହିଥିଲେ ଯେ ଯଦି ମୁଁ ଅପିଲ୍‌ କରେ, ମାଥ୍ୟୁସଙ୍କୁ ଆଉଟ୍‌ ଦିଆଯିବ। ଯେତେବେଳେ ମୁଁ ଏହା କଲି, ଅମ୍ପାୟାର ମୋତେ ପଚାରିଥିଲେ ଯେ ମୁଁ ଗମ୍ଭୀର କି? ଏହାକୁ ନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଠିକ କି ଭୁଲ ମୁଁ ଜାଣେ ନାହିଁ । ମୁଁ କେବଳ ମଇଦାନରେ ଥିବା ଭଳି ଅନୁଭବ କଲୀ। ଏପରି ପରିସ୍ଥିତିରେ, ମୋତେ ଯାହା କରିବାକୁ ପଡିବ, ମୁଁ କରିଥିଲି। ଏହି ପ୍ରସଙ୍ଗରେ ନିଶ୍ଚିତ ଭାବରେ ଅନେକ ଆଲୋଚନା ହେବ।

ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚରେ ଶାକିବ ଶ୍ରୀଲଙ୍କାର ଇନିଂସର ୨୫ତମ ଓଭରରେ ସାଦିରା ସମରୱିକ୍ରମଙ୍କୁ ଆଉଟ୍‌ କରିଥିଲେ, ସେତେବେଳେ ଆଞ୍ଜେଲୋ ମାଥ୍ୟୁସ ଷ୍ଟ୍ରାଇକ କରିବାକୁ ଦୁଇ ମିନିଟରୁ ଅଧିକ ସମୟ ନେଇଥିଲେ। ସେ ହେଲମେଟ ଅର୍ଡର କରିଥିଲେ। ଡ୍ରେସିଂ ରୁମରୁ ନୂଆ ହେଲମେଟ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିଥିଲା, ତେଣୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ମାଥ୍ୟୁସଙ୍କୁ ଆଉଟ କରିବାକୁ ଅମ୍ପାୟାରଙ୍କୁ ଅପିଲ୍‌ କରିଥିଲେ। ଏଠାରେ ମାଥ୍ୟୁସ ଆଉଟ ଘୋଷିତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ମ୍ୟାଚ ପରେ ଶାକିବଙ୍କ ଉପରେ ମାଥ୍ୟୁସ ବହୁତ ରାଗି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri