କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିପିଏମ୍‌

ପାଟଣା,୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‌ ଧୀରେନ କୁମାର ମହନ୍ତ କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ସୋମବାର ବିଳମ୍ବିତ ରାତିରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।
ସୂଚନା ଅନୁଯାୟୀ, ସାହରପଡ଼ା ବ୍ଲକ ଗଣ୍ଡବେଡ଼ା ଗ୍ରାମରେ ଗତ ଶନିବାର ସ୍ବାସ୍ଥ୍ୟ ବିଭାଗ ତରଫରୁ କରୋନା ଆର୍ଟିଫିସିଆଲ ଟେଷ୍ଟ ହୋଇଥିଲା। ସୋମବାର ଉକ୍ତ ଗ୍ରାମର ୩୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏକାବେଳେ ଏତେ ଜଣଙ୍କର କିଭଳି ପଜିଟିଭ ଆସିଲା ବୋଲି ଗଣ୍ଡବେଡ଼ା ଗାଁର ୪୦ରୁ ଊର୍ଦ୍ଧ୍ୱ ଯୁବକ ସୋମବାର ବିଳମ୍ବିତ ରାତିରେ ସୁଆଗପୁର ଗ୍ରାମକୁ ଯାଇ ବିପିଏମ୍‌ ମହନ୍ତଙ୍କ ଘର ସମ୍ମୁଖରେ ତାଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଘର ଗ୍ରୀଲକୁ ଭଙ୍ଗାରୁଜା କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଧୀରେନ କବାଟକିଳି ଘର ଭିତରେ ରହିଥିଲେ। ଏ ନେଇ ସେ ସିଡିଏମ୍‌ଓ ଅଶୋକ କୁମାର ଦାଶଙ୍କୁ ଅବଗତ କରାଇବା ସହ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତେବେ ଅମାନିଆ ଲୋକେ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଓ ଅସହଯୋଗ କରିବା ଦ୍ୱାରା କର୍ମଚାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଉସୀ ମା’ ଛକରେ ଯୁବକଙ୍କୁ ଛୁରାମାଡ଼

ପୁରୀ ଅଫିସ, ୨୫।୫: ମଙ୍ଗଳବାର ରାତିରେ ଅଶାନ୍ତ ହୋଇପଡ଼ିଛି ପର୍ଯ୍ୟଟନର ସହର ପୁରୀ॥ ଏମାର ମଠ ଚକଡ଼ାରେ ଶ୍ରୀଲୋକନାଥ ମନ୍ଦିରର ଜଣେ ସେବାୟତଙ୍କୁ ଗୁଳି କରି...

ପ୍ରତିଷ୍ଠା ଦିବସରେ ପତିଆରା ରାଜନୀତି

ଅନୁଗୋଳ ଅଫିସ, ୧୪ା୧: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସଭାଘରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ...

ସ୍ବର୍ଗଦ୍ୱାରରୁ ଶବଦାହ କଟକଣା ହଟିଲା

ପୁରୀ ଅଫିସ,୨୮।୧: ପୁରୀ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୁରୀ ଜିଲା ବାହାର ଲୋକଙ୍କୁ ସ୍ବର୍ଗଦ୍ୱାରରେ...

ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ...

କଫ ସିରଫ ବେପାରୀଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୩।୨: କଫ ସିରଫ କାରବାର ମାମଲାରେ ଶୁକ୍ରବାର ବରପାଲିପଡାର ପ୍ରଶାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସ୍‌ଡିପିଓ ତୋଫାନ ବାଗ...

ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ

କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଚୋରି ଉଦ୍ୟମ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଶନିବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଥିବାବେଳେ ବ୍ୟାଙ୍କକୁ...

ମିନିବସ୍‌ ଓଲଟି ଜଣେ ମୃତ, ୭ ଗୁରୁତର

କବିସୂର୍ଯ୍ୟନଗର,୧୨।୬-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବଗାଁସ୍ଥିତ ଜେମାଦେଇ ମନ୍ଦିର ନିକଟରେ ବୁଧବାର ଏକ ଯାତ୍ରୀବାହୀ ମିନବସ ଓଲଟି ପଡିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ...

Advertisement
Archives

Model This Week