Posted inଫୁରସତ

ମାସେ ଭିତରେ ଏହି ଯୁବକଙ୍କୁ ୮ ଥର କାମୁଡ଼ିଲାଣି ଗୋଟିଏ ସାପ: ଯେଉଁଠି ଲୁଚିଲେ ବି ଖୋଜିନେଉଛି

ରାମପୁର: ଉତ୍ତରପ୍ରଦେଶର ରାମପୁରରେ ସର୍ପ ଦଶଂନକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ଲଗାତାର ଭାବେ ଗୋଟିଏ ସାପ କାମୁଡିବା ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଲେ ଯଶରାଜ ମିଶ୍ର। ରାମପୁରରେ ରହୁଥିବା ଯଶରାଜଙ୍କୁ ଗୋଟିଏ ମାସରେ ୮ଥର ସାପ କାମୁଡ଼ିଲାଣି। ପାଞ୍ଚରୁ ଛଅ ଦିନ ତଳେ ତାଙ୍କୁ ସାପ ପୁଣିଥରେ କାମୁଡ଼ିବା ପରେ ପରିବାରଲୋକେ ଡାକ୍ତର ଏବଂ ସାପୁଆ କେଳାଙ୍କ ସହଯୋଗ ଲୋଡ଼ିଛନ୍ତି।

ଯଶରାଜଙ୍କ ବାପା ଚନ୍ଦ୍ରମୌଲି କୁହନ୍ତି, ପୁଅଙ୍କୁ ତୃତୀୟ ଥର ସାପ କାମୁଡ଼ିବା ପରେ ତାଙ୍କୁ ସମ୍ପର୍କୀୟ ରାମଜି ଶୁକ୍ଳାଙ୍କ ବାହାଦୁରପୁର ଗ୍ରାମକୁ ପଠାଇଦେଇଥିଲି। କିଛି ଦିନ ପରେ ସେ ଘର ପାଖରେ ସେହି ସାପକୁ ଦେଖିଥିଲା। ସାପଟି ତାଙ୍କୁ ମଧ୍ୟ କାମୁଡ଼ିଥିଲା। ଏହା ଜଣାପଡ଼ିବା ପରେ ଯଶରାଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ହେଲେ ବାରମ୍ବାର ଏହି ଘଟଣା ଘଟୁଥିବାରୁ ଯଶରାଜଙ୍କୁ ଗ୍ରାମର ଡାକ୍ତରଙ୍କ ପାଖକୁ ନିଆଯାଉଛି। ଏପରିକି ସାପଠାରୁ ଦୂରରେ ରଖିବା ପାଇଁ ପରିବାରଲୋକେ ବିକଳ୍ପ ଉପାୟ ବାଛୁଛନ୍ତି। ହେଲେ କ’ଣ ପାଇଁ ସାପଟି କେବଳ ଯଶରାଜଙ୍କୁ କାମୁଡ଼ୁଛି ତାହା ବୁଝାପଡ଼ୁନାହିଁ। ଏହାକୁ ନେଇ ସେ ମଧ୍ୟ ମାନସିକ ଭାବେ ଅଶାନ୍ତ ହୋଇପଡ଼ିଛନ୍ତି। ସବୁବେଳେ ଅଜଣା ଡ଼ର ଲାଗି ରହୁଛି। ଅନେକ ଥର ପୂଜାପାଠ କରାଯିବା ସହ ସାପୁଆ କେଳାଙ୍କୁ ଡକାଗଲାଣି। ହେଲେ ସାପଟିକୁ ଧରାଯାଇପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri