Posted inଖେଳ

‘ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା କରିବା ଦରକାର ନାହିଁ’

ଚେନ୍ନାଇ,୧୮।୩: ବୋଲର ବୋଲିଂ କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକ୍‌ର ଏଣ୍ଡ୍‌ରେ ରନ୍‌ ଆଉଟ୍‌ ଉପରେ ଏମ୍‌ସିସିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏବେ ଏହା ଖଳୁଆଡ଼ ମନଭାବ ବିରୋଧରେ ନ ଥିବାରୁ ନନ୍‌ ଷ୍ଟ୍ରାଇକରଙ୍କୁ ମଙ୍କଡ୍‌ ଆଉଟ୍‌ କରିବା ପୂର୍ବରୁ ବୋଲରମାନଙ୍କୁ ଦ୍ୱିତୀୟ ଚିନ୍ତା କରିବା ଦରକାର ନାହିଁ ବୋଲି ସେ କହିଛନ୍ତି।

କ୍ରିକେଟରେ ପ୍ରଚଳିତ ନିୟମର ତଦାରଖ କରୁଥିବା ମାରିଲେବୋନ କ୍ରିକେଟ କ୍ଲବ ଚଳିତ ମାସରେ ବିବାଦୀୟ ରନ୍‌ ଆଉଟ୍‌କୁ ଉଚିତ ବୋଲି ଦର୍ଶାଇଥିଲା। ଏଥିସହିତ କ୍ରିକେଟର ନିୟମରେ ୯ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା। ନୂଆ ନିୟମ ଆସନ୍ତା ଅକ୍ଟୋବରରୁ ଲାଗୁ ହେବ।

“ମୋ ସାଥି ବୋଲରମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ନନ୍‌ ଷ୍ଟ୍ରାଇକର ନେଉଥିବା ଅତିରିକ୍ତ ଷ୍ଟେପ୍‌ ତୁମ ପୂରା କ୍ୟାରିୟରକୁ ଶେଷ କରିଦେଇପାରେ। ନନ୍‌ ଷ୍ଟ୍ରାକର ସେହି ଅତିରିକ୍ତ ଷ୍ଟେପ୍‌ ଯୋଗୁ ଷ୍ଟ୍ରାଇକ୍‌ରେ ପହଞ୍ଚିପାରେ, ତେବେ ସେ ପରବର୍ତ୍ତୀ ବଲରେ ଛକା ମାରି ପାରନ୍ତି। କିନ୍ତୁ ସେତେବେଳେ ଷ୍ଟ୍ରାଇକରେ ଥିବା ବ୍ୟାଟର ଆଉଟ୍‌ ହୋଇପାରେ। ଯଦି ତୁମେ ଉଇକେଟ ନିଅ, ତେବେ ତୁମ କ୍ୟାରିୟର ଆଗକୁ ବଢ଼ିବ। ତା’ର ବିପରୀତ ପୂର୍ବରୁ ନନ୍‌ ଷ୍ଟ୍ରାଇକର ଥିବା ବ୍ୟାଟର ଛକା ମାରିଲେ, ବୋଲରଙ୍କ କ୍ୟାରିୟର ନିମ୍ନଗାମୀ ହୋଇପାରେ। ସେହି ଅତିରିକ୍ତ ଷ୍ଟେପ୍‌ର ଖୁବ୍‌ ପ୍ରଭାବ ରହିଛି। ଏଣୁ ମୋ ମତରେ ବଲ ପକାଇବା ପୂର୍ବରୁ ନନ୍‌ ଷ୍ଟ୍ରାଇକର କ୍ରିଜ ଛାଡ଼ିଲେ ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା ନ କରି ରନ୍‌ ଆଉଟ୍‌ କରିବା ଉଚିତ” ବୋଲି ଅଶ୍ୱିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri