Posted inଖେଳ

‘ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା କରିବା ଦରକାର ନାହିଁ’

ଚେନ୍ନାଇ,୧୮।୩: ବୋଲର ବୋଲିଂ କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକ୍‌ର ଏଣ୍ଡ୍‌ରେ ରନ୍‌ ଆଉଟ୍‌ ଉପରେ ଏମ୍‌ସିସିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏବେ ଏହା ଖଳୁଆଡ଼ ମନଭାବ ବିରୋଧରେ ନ ଥିବାରୁ ନନ୍‌ ଷ୍ଟ୍ରାଇକରଙ୍କୁ ମଙ୍କଡ୍‌ ଆଉଟ୍‌ କରିବା ପୂର୍ବରୁ ବୋଲରମାନଙ୍କୁ ଦ୍ୱିତୀୟ ଚିନ୍ତା କରିବା ଦରକାର ନାହିଁ ବୋଲି ସେ କହିଛନ୍ତି।

କ୍ରିକେଟରେ ପ୍ରଚଳିତ ନିୟମର ତଦାରଖ କରୁଥିବା ମାରିଲେବୋନ କ୍ରିକେଟ କ୍ଲବ ଚଳିତ ମାସରେ ବିବାଦୀୟ ରନ୍‌ ଆଉଟ୍‌କୁ ଉଚିତ ବୋଲି ଦର୍ଶାଇଥିଲା। ଏଥିସହିତ କ୍ରିକେଟର ନିୟମରେ ୯ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା। ନୂଆ ନିୟମ ଆସନ୍ତା ଅକ୍ଟୋବରରୁ ଲାଗୁ ହେବ।

“ମୋ ସାଥି ବୋଲରମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ନନ୍‌ ଷ୍ଟ୍ରାଇକର ନେଉଥିବା ଅତିରିକ୍ତ ଷ୍ଟେପ୍‌ ତୁମ ପୂରା କ୍ୟାରିୟରକୁ ଶେଷ କରିଦେଇପାରେ। ନନ୍‌ ଷ୍ଟ୍ରାକର ସେହି ଅତିରିକ୍ତ ଷ୍ଟେପ୍‌ ଯୋଗୁ ଷ୍ଟ୍ରାଇକ୍‌ରେ ପହଞ୍ଚିପାରେ, ତେବେ ସେ ପରବର୍ତ୍ତୀ ବଲରେ ଛକା ମାରି ପାରନ୍ତି। କିନ୍ତୁ ସେତେବେଳେ ଷ୍ଟ୍ରାଇକରେ ଥିବା ବ୍ୟାଟର ଆଉଟ୍‌ ହୋଇପାରେ। ଯଦି ତୁମେ ଉଇକେଟ ନିଅ, ତେବେ ତୁମ କ୍ୟାରିୟର ଆଗକୁ ବଢ଼ିବ। ତା’ର ବିପରୀତ ପୂର୍ବରୁ ନନ୍‌ ଷ୍ଟ୍ରାଇକର ଥିବା ବ୍ୟାଟର ଛକା ମାରିଲେ, ବୋଲରଙ୍କ କ୍ୟାରିୟର ନିମ୍ନଗାମୀ ହୋଇପାରେ। ସେହି ଅତିରିକ୍ତ ଷ୍ଟେପ୍‌ର ଖୁବ୍‌ ପ୍ରଭାବ ରହିଛି। ଏଣୁ ମୋ ମତରେ ବଲ ପକାଇବା ପୂର୍ବରୁ ନନ୍‌ ଷ୍ଟ୍ରାଇକର କ୍ରିଜ ଛାଡ଼ିଲେ ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା ନ କରି ରନ୍‌ ଆଉଟ୍‌ କରିବା ଉଚିତ” ବୋଲି ଅଶ୍ୱିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri