ବୌଦ୍ଧ ଦେଶର ଉତ୍ତପ୍ତ ସହର: ୪୩.୬ ଡିଗ୍ରୀ ସହ ତାତିରେ ସିଝିଲେ ଲୋକେ

ଭୁବନେଶ୍ୱର, ୧୬ା୩: ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଶନିବାର ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା ବେଳେ ରବିବାର ମଧ୍ୟ ପଶ୍ଚିମ ଓଡ଼ିଶାର ବୌଦ୍ଧ ସହର ଦେଶର ଉତ୍ତପ୍ତ ସହର ପାଲଟିଛି।

ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଆଇଏମଡି ଆଞ୍ଚଳିକ କେନ୍ଦ୍ର କହିଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ସହର ଝାରସୁଗୁଡା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସ୍ଥାନରେ ରହିଛି, ଯାହାର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିଲା। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ଏବଂ ଅନୁଗୁଳରେ ୪୧.୧ ଡିଗ୍ରୀ ସେଲସିୟସ ଥିଲା, ଆଇଏମଡି ତଥ୍ୟ ପ୍ରକାଶ କରିଛି।

ରାଜ୍ୟର ଅତି କମରେ ତିନୋଟି ସ୍ଥାନ – ସୁନ୍ଦରଗଡ଼, ଭବାନୀପାଟଣା ଏବଂ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଏବଂ ୪୧ ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୭ ଡିଗ୍ରୀ ସେଲସିୟସ ଥିଲା।

“ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।” “ଏହା ପରେ, ପାରଦ ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ଅଛି,” ଆଇଏମଡି କହିଛି।

ଆଇଏମଡି ପୂର୍ବାନୁମାନ ଅନୁସାରେ, ସାରା ଓଡ଼ିଶାରେ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବ।ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି, ଯେଉଁଥିରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ କଳାହାଣ୍ଡି ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତକୁ AT4 କ୍ଷେପଣାସ୍ତ୍ରର ପଠାଇଲା ଏହି ସହଯୋଗୀ ଦେଶ

ନୂଆଦିଲ୍ଲୀ, ୨୯।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ୱୀଡେନର ପ୍ରତିରକ୍ଷା କମ୍ପାନୀ ସାବ ଇଣ୍ଡିଆ ଭାରତୀୟ ସଶସ୍ତ୍ର ବାହିନୀକୁ AT4 ଆଣ୍ଟି-ଆର୍ମର...

ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ...

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଉତ୍ତେଜନା

ତାଳଚେର,୨୯।୪(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ Oisf ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ପ୍ରସଙ୍ଗ: ଆଜି ଶେଷ ହେଉଛି ଡେଡ୍‌ଲାଇନ୍‌, ନ ଛାଡିଲେ…

ଭୁବନେଶ୍ୱର,୨୯।୪: ଗତ ୨୨ ତାରିଖରେ ପହଲ୍‌ଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri