ସମୁଦ୍ର ଗର୍ଭରେ ବୋମା ପରୀକ୍ଷଣ

ବେଜିଂ, ୨୭ା୧୦: ସୀମା ବିସ୍ତାର କରିବାକୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଚାଇନା ଏବେ ଅନ୍ୟଦେଶ ବନ୍ଦରକୁ ନଷ୍ଟ କରିବା ନିମନ୍ତେ କ୍ଷମତା ବୃଦ୍ଧି କରିଛି। ଚାଇନା ସୈନ୍ୟ ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ପ୍ରଥମ କରି ସମୁଦ୍ର ଭିତରେ ବୋମା ପରୀକ୍ଷଣ କରିଛି, ଯାହାକି ଉପକୂଳରୁ ପାଣି ଭିତରେ ନିର୍ମିତ ଢାଞ୍ଚାକୁ ନଷ୍ଟ କରିବାରେ ସକ୍ଷମ। ଏହି ପରୀକ୍ଷଣ ଦ୍ୱାରା ଚାଇନା ଅନେକ ଡାଟା ସଂଗ୍ରହ କରିଛି ଯାହାକୁ ଶତ୍ରୁର ବନ୍ଦର ଉପରେ ଆକ୍ରମଣ ତଥା ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ବ୍ୟବହାର କରିପାରିବ। ଏହାଦ୍ୱାରା ଶତ୍ରୁଦେଶର ଯୋଗାଣ ଶୃଙ୍ଖଳ ବା ସପ୍ଲାଇ ଲାଇନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ ବୋଲି ସାମରିକ ବିଶେଷଜ୍ଞମାନେ ମତ ରଖିଛନ୍ତି।
ଅଧୀନରେ ପରିଚାଳିତ ନାଭାଲ ରିସର୍ଚ୍ଚ ଏକାଡେମୀ ଦ୍ୱାରା ଏକ ଅଜ୍ଞାତ ନୌସେନା ବନ୍ଦରରେ ଏହାର ପରୀକ୍ଷଣ ହୋଇଥିବା ଚାଇନା ସେଣ୍ଟ୍ରାଲ ଟେଲିଭିଜନ(ସିସିଟିଭି) ରିପୋର୍ଟ ପ୍ରକାଶ କରିଛି। ଏହି ଶକ୍ତିଶାଳୀ ବିସ୍ଫୋରଣ କୌଣସି ଘାଟି ବା ଓ୍ବାର୍ଫକୁ ସଫଳତାର ସହ ନଷ୍ଟ କରିବାରେ ସକ୍ଷମ। ପରୀକ୍ଷଣ ପାଇଁ ଓ୍ବାର୍ଫର ପ୍ରମୁଖ ଷ୍ଟ୍ରକଚରାଲ ପଏଣ୍ଟରେ ଅନେକ ସେନ୍ସର ଲଗାଯାଇଥିଲା। ବିସ୍ଫୋରଣବେଳେ ୧ ହଜାରରୁ ଅଧିକ ଡାଟା ସଂଗ୍ରହ ହୋଇଛି ଯାହା, କୌଣସି ଓ୍ବାର୍ଫକୁ ନଷ୍ଟ କରିବାରେ କେତେ ଦକ୍ଷ ତାହା ଆକଳନ କରାଯାଇଥିବା ସିସିଟିଭି ରିପୋର୍ଟରେ ଦର୍ଶାଯାଇଛି। ଅଣ୍ଡରଓ୍ବାଟର ବିସ୍ଫୋରଣ ଭଳି ଗୁପ୍ତ ଉପାୟ ବ୍ୟବହାର ଦ୍ୱାରା ଶତ୍ରୁର ଯୁଦ୍ଧ କ୍ଷମତା ହ୍ରାସ କରାଯାଇପାରିବ ବୋଲି ଏହି ପ୍ରୋଗ୍ରାମର ଉପନିର୍ଦ୍ଦେଶକ ଝାଓ ପେଙ୍ଗ୍‌ଡ୍ୟୁଓ କହିଛନ୍ତି। ଚାଇନାକୁ ଟାର୍ଗେଟ କରୁଥିବା ଆମେରିକାର ନୌସେନାକୁ ପରାସ୍ତ କରିବା ପାଇଁ ଏହି ଯୁଦ୍ଧକୌଶଳ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି। ଅନ୍ୟପକ୍ଷରେ ଆମେରିକା ଏହାର ବିମାନ ପରିବହନକାରୀ ଜାହାଜ ଏବଂ ଚାଇନା ନିକଟବର୍ତ୍ତୀ ବୃହତ୍‌ ସାମରିକ ପ୍ରତିଷ୍ଠାନ ଆକ୍ରମଣର ଶିକାର ହୋଇପାରେ ବୋଲି ହୃଦ୍‌ବୋଧ କରିଛି। ତେଣୁ ଚାଇନାର ଆକ୍ରମଣକୁ କଷ୍ଟସାଧ୍ୟ କରିବା ପାଇଁ ଆମେରିକା ଏହାର ସୈନ୍ୟବାହିନୀକୁ ପୃଥକ୍‌ ଭାବେ ଛୋଟ ଛୋଟ ସ୍ଥାନରେ ମୁତୟନ କରୁଛି।

ତାଓ୍ବାଙ୍ଗରେ ପିଏଲ୍‌ଏର କଡ଼ା ପାଟ୍ରୋଲିଂ

ତାଓ୍ବାଙ୍ଗ୍‌, ୨୬ା୧୦: ଗତ ବର୍ଷ ଲଦାଖ ସେକ୍ଟରରେ ଭାରତ ସହ ବିବାଦ ପରେ ଚାଇନାର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ଅରୁଣାଚଳ ପ୍ରଦେଶର ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରିଛି। ଏହା ସହିତ ଭାରତୀୟ ସୈନ୍ୟ ତଥା ସାମରିକ କାର୍ଯ୍ୟକଳାନ ଉପରେ ନଜର ରଖିବା ପାଇଁ ପିଏଲ୍‌ଏର ବରିଷ୍ଠ ଅଧିକାରୀମାନେ ବାରମ୍ବାର ଏଠାକୁ ଗସ୍ତ କରୁଛନ୍ତି। ତାଓ୍ବାଙ୍ଗ ସେକ୍ଟରରେ ପିଏଲ୍‌ଏ ଏହାର ଗତିବିଧି ବୃଦ୍ଧି କରିଛି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୨୦୨୦ ଏବଂ ୨୦୨୧ରେ ପିଏଲ୍‌ଏର ବହୁ ଅଧିକାରୀ ଏହି ସେକ୍ଟର ଗସ୍ତ କରିବା ସହ ପାଟ୍ରୋଲିଂ ବୃଦ୍ଧି ପାଇଛି। ତାଓ୍ବାଙ୍ଗ୍‌ର ୩ଟି ସେକ୍ଟର ଲଙ୍ଗ୍ରୋଲା, ଜିମିଥାଙ୍ଗ୍‌ ଏବଂ ବୁମ୍‌ଲାରେ ଗତ ବର୍ଷଠାରୁ ଚାଇନାର ବହୁ ବରିଷ୍ଠ ଅଧିକାରୀ ପହଞ୍ଚିବା ସହ ଟ୍ରେନିଂ କାର୍ଯ୍ୟକ୍ରମ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଜିମିଥାଙ୍ଗ୍‌ଠାରେ ସର୍ବାଧିକ ପାଟ୍ରୋଲିଂ ହୋଇଛି। ୨୦୧୯ରେ ପିଏଲ୍‌ଏ ଅଧିକାରୀମାନେ ୩୩ ଥର ସେଠାକୁ ଗସ୍ତ କରିଥିବାବେଳେ ୨୦୨୦ରେ ତାହା ୧୦୨କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୮୪ ଥର ଚାଇନା ଅଧିକାରୀ ସେଠାକୁ ଯାଇସାରିଲେଣି। ଲଙ୍ଗ୍ରୋଲାରେ ଏହି ଗସ୍ତ ସଂଖ୍ୟା ୨୦୧୮ ଓ ୨୦୧୯ରେ ଯଥାକ୍ରମେ ୨୧ ଏବଂ ୧୯ ଥିବାବେଳେ ୨୦୨୦ରେ ତାହା ୩୪ ରହିଛି। ଚଳିତ ସେପ୍ଟେମ୍ବର ସୁଦ୍ଧା ଲଙ୍ଗ୍ରୋଲକୁ ୨୦ ଏବଂ ବୁମ୍‌ଲାକୁ ମଧ୍ୟ ୨୦ ଥର ଆସିସାରିଲେଣି ପିଏଲ୍‌ଏ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri