ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ୧୧ କୋଟି

ନୂଆଦିଲ୍ଲୀ, ୨୭।୧୦: ଦେଶର ସାବାଳକ ଜନସଂଖ୍ୟାର ୭୬ ପ୍ରତିଶତରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକାର ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଥିବାବେଳେ ମାତ୍ର ୩୨ ପ୍ରତିଶତ ଦୁଇଟି ଡୋଜ୍‌ ନେଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସମୟ ଅତିକ୍ରମ କରିଥିଲେ ମଧ୍ୟ ୧୧ କୋଟି ଲୋକ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ସଂକ୍ରମଣ କମିଥିବାରୁ ଅଧିକାଂଶ ଦ୍ୱିତୀୟ ଡୋଜ୍‌ ନେବା କଥା ଭୁଲିଯାଇଛନ୍ତି କିମ୍ବା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିଥିବାବେଳେ ଏଭଳି ସମସ୍ୟାର କାରଣ ସମ୍ପର୍କରେ ଆଲୋଚନା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟ ବୁଧବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକୁ ୧୦୭ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଯୋଗାଇଦେଇଛନ୍ତି। ସେଥିରୁ ୧୨.୩୭ କୋଟିରୁ ଅଧିକ ଡୋଜ୍‌ ବ୍ୟବହାର ନ ହୋଇ ରାଜ୍ୟଗୁଡ଼ିକ ନିକଟରେ ପଡ଼ିରହିଛି। ଯଦିଓ ଗତ ସପ୍ତାହରେ ଭାରତରେ କୋଭିଡ୍‌ ଟିକାଦାନ ୧୦୦ କୋଟି ଡୋଜ୍‌ ଟପିଛି, ବହୁସଂଖ୍ୟାରେ ଲୋକ ଦ୍ୱିତୀୟ ଡୋଜ୍‌ ନେଇ ନ ଥିବାରୁ ଏହା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। କୋଓ୍ବିନ୍‌ ପ୍ଲାଟ୍‌ଫର୍ମରେ ଉପଲବ୍ଧ ତଥ୍ୟରୁ ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦୁଇଦିନ ପୂର୍ବରୁ କୋଭିଡ୍‌ ଟିକାକରଣ ସମୀକ୍ଷା ବୈଠକରେ ରାଜ୍ୟଗୁଡ଼ିକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

କୋଲକାତା ପହଞ୍ଚିଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୬ ।୭: ପଶ୍ଚିମ ବଙ୍ଗର ଶିକ୍ଷକ ଭ୍‌ର୍ତି ମାମଲାରେ ଘୋଟାଲା ଅଭିଯୋଗର ଅଭିଯୁକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମଙ୍ଗଳବାର ଟିମ ଭୁବନେଶ୍ୱରରୁ କୋଲକତା...

ଗୁଜରାଟ ପରାଜୟର କାରଣ ଖୋଜିବାକୁ କମିଟି ଗଠନ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧: ସଦ୍ୟ ସମାପ୍ତ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ମୂଲ୍ୟାୟନ କରିବା ସହ ପ୍ରତିକାର ପଦକ୍ଷେପ ସମ୍ପର୍କରେ ପ୍ରସ୍ତାବ ଦେବା ଲାଗି ଦଳ ପକ୍ଷରୁ...

ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ଲାଗୁ ରୋକ: ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୨ : ରାଜନେତାମାନଙ୍କୁ ଯେ କୌଣସି ଏକ ପଦବୀ ପାଇଁ ଗୋଟିଏରୁ ଅଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିବାକୁ ସୁପ୍ରିମକୋର୍ଟ କରାଯାଇଥିବା ଏକ...

ରାମମନ୍ଦିର ସହିତ ମସଜିଦ ନିର୍ମାଣ ହେବ ଶେଷ, ୨୦୨୩ରେ ଧନୀପୁର ଅଯୋଧ୍ୟା ମସଜିଦ…

ଅଯୋଧ୍ୟା ,୧୪।୧୧ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଶା...

ଦେଶରେ ଦୈନିକ ସଂକ୍ରମଣ ଉପରମୁହାଁ, ଆଜି ୩ ଲକ୍ଷ ୪୭ ହଜାର ୨୫୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୧: କରୋନାର ତୃତୀୟ ଲହର ଦ୍ରୁତ ଗତିରେ ବଢିଚାଲିଛି। ଏବେ ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ ରହୁଛି। ତେବେ ଗତ ୨୪ ଘଣ୍ଟାରେ ୩ ଲକ୍ଷ...

ବିଲ ଗେଟ୍‌ସଙ୍କୁ ଖେଚୁଡିରେ ଛୁଙ୍କ ଲଗାଇବା ଶିଖାଇଲେ ସ୍ମୃତି: ଭିଡିଓ ଭାଇରଲ

ନୂଆଦିଲ୍ଲୀ,୩ ।୩: ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍‌ସ ଭାରତୀୟ ବ୍ୟଞ୍ଜନକୁ ଖୁବ୍ ପସନ୍ଦ କରନ୍ତି । ଏବେ ଏକ ଭିଡିଓ ଦେଖିଲେ ଏହା ସ୍ପଷ୍ଟ ହୋଇଛି...

ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫...

Advertisement
Archives

Model This Week