ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁନାହାନ୍ତି ଏହି ନିର୍ଦ୍ଦେଶକ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବଚ୍ଚନ ପରିବାରଠାରୁ ଆରମ୍ଭ କରି ଅନୁପମ୍‌ ଖେର୍‌ଙ୍କ ପରିବାର ପର୍ଯ୍ୟନ୍ତ କରୋନା ବ୍ୟାପିଛି। ଏହି ସମୟରେ ସମସ୍ତେ କରୋନାରୁ ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା, ପୂଜାର୍ଚ୍ଚନା କରୁଛନ୍ତି। ହେଲେ ବଲିଉଡ୍‌ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଅମିତାଭଙ୍କ ପାଇଁ ନୁହେଁ ବରଂ କରୋନା ପାଇଁ ପ୍ରାର୍ଥନା କରୁଛନ୍ତି।
ରାମଗୋପାଳ ବର୍ମା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। କୌଣସି ନା କୌଣସି କଥାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଟୁଇଟ୍‌ କରିଛନ୍ତି, ‘ସରକାର ମୁଁ ଜାଣିଛି ଆପଣ କରୋନାକୁ କିକ୍‌ ମାରି ତାକତର ସହ ଘରକୁ ଫେରିବେ, ଯେମିତିକି ଆପଣ ସବୁବେଳେ କରିଥାନ୍ତି। ତେଣୁ ମୁଁ ଆପଣଙ୍କ ପାଇଁ ନୁହେଁ, ବରଂ କରୋନା ପାଇଁ ପ୍ରାର୍ଥନା କରିବି, ଯିଏକି ଆପଣଙ୍କ ପ୍ରତାଡନାରେ ଜଲ୍‌ଦି ମରିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଗତ ଶନିବାର ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ ବାହାରିଥିବା ସେ ଟୁଇଟ୍‌କରି ସୂଜନା ଦେଇଥିଲେ। ଏହା ପରେ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ଏବଂ ନାତୁଣୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ସିନେମାର ଥକା କଥା….

ଓଡ଼ିଶାରେ ମନୋରମ ପ୍ରାକୃତିକ ସମ୍ପଦର ଫାଇଦା ଉଠାଇବା ଦିଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତା’ର ଓ୍ବେବ୍‌ସାଇଟ୍‌ରେ କିଛିଟା ଜିଲାର ପ୍ରାକୃତିକ ଦୃଶ୍ୟରେ ଫଟୋଚିତ୍ର ସାଧାରଣରେ...

ବିପାଶାଙ୍କୁ ପୂରିଲା ୪୧: ଜନ୍‌ ଆବ୍ରାହମ୍‌ଙ୍କ ସହିତ ୯ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ କରନ ସିଂ ଗ୍ରୋଭରଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁ ମଙ୍ଗଳବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ...

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ରାଜନୀତିରେ ଯୋଗ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜି ବଲିଉଡ୍‌ ଅଭିନେତ୍ରୀ ରିମି ସେନଙ୍କ ଜନ୍ମଦିନ। ଯିଏ ହଙ୍ଗାମା ଏବଂ ଧୁମ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ରିମି ୨୧ ସେପ୍ଟେମ୍ବର ୧୯୮୧ରେ...

ବଲିଉଡ୍‌କୁ ଆଉ ଏକ ଝଟ୍‌କା: ପ୍ରାଣ ହରାଇଲେ ଫିଲ୍ମ ନିର୍ମାତା ହରିଶ ଶାହ

ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ଯେପରି ଅଶୁଭ ବର୍ଷ। ଜଣେ ପରେ ଜଣେ ବଲିଉଡ୍‌ କଳାକାର, ନିର୍ମାତା, ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟୁଛି। ବୁଧବାର ବଲିଉଡ୍‌କୁ ଆଉ...

କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ପୁଣି ଯୌନ ନିର୍ଯାତନା ମାମଲା

ମୁମ୍ବାଇ,୬।୨: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କିଛି ଦିନ ହେବ ନକାରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦ୍ୱିତୀୟଥର ଜଣେ ମହିଳା ଗଣେଶଙ୍କ ନାଁରେ...

ଖଳନାୟକ ଚରିତ୍ରରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ...

ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌...

ପରଦାକୁ ଆସିବ କି ‘ବାହୁବଳୀ ୩’!

ମୁମ୍ବାଇ: ଫିଲ୍ମମେକର ଏସ୍‌ ଏସ୍‌ ରାଜମୌଳିଙ୍କ ଫିଲ୍ମ ‘ବାହୁବଳୀ ୨-ଦି କନକ୍ଲୁଜନ୍‌’ ରିଲିଜ୍‌ ହେବା ପରେ ଦର୍ଶକେ ଧରି ଦେଇଥିଲେ କି ବାହୁବଳୀ ସିରିଜ୍‌ ଏତିକିରେ...

Advertisement


Archives

Model This Week

Why Dharitri