ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏସବୁ ସେଲିବ୍ରିଟି; କିଏ ବିବାହ କରିଥିଲେ ତ ଆଉ କିଏ ଲିଭ୍‌ ଇନ୍‌ରେ ରହି ଖୁସି

ଫିଲ୍ମ ଜଗତରେ ବିବାହ ସବୁବେଳେ ସ୍ବତନ୍ତ୍ର। ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ନିର୍ବନ୍ଧଠୁ ନେଇ ହନିମୁନ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ ବିଷୟରେ କହିବାକୁ ଗଲେ, ଏଠାରେ କେତେ ଜଣ ସେମାନଙ୍କ ସହ-ତାରକାଙ୍କୁ ବିବାହ କରିଛନ୍ତି, ତ କେହି କେହି ପିଲାଦିନର ପ୍ରେମ ସହ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିଦେଶୀଙ୍କୁ ବିବାହ କରି ସୁଖମୟ ଜୀବନ ବିତାଉଛନ୍ତି। ଜାଣନ୍ତୁ ସେମାନଙ୍କ ସମ୍ପର୍କରେ…

शशि कपूर, जेनिफर केंडल

ଶଶି କପୁର
ବଲିଉଡ ଅଭିନେତା ଶଶି କପୁର ୧୯୫୮ରେ ଅଭିନେତ୍ରୀ ଜେନିଫର କେଣ୍ଡଲଙ୍କୁ ବିବାହ କରିଥିଲେ। ଶଶି ପ୍ରଥମେ ପ୍ରୀତି ଥିଏଟରରେ ଜେନିଫରଙ୍କୁ ଭେଟିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ସଞ୍ଜନା, କରଣ ଏବଂ କୁନାଲ ଅଛନ୍ତି। ଜେନିଫର ୧୯୮୪ରେ କ୍ୟାନସରରେ ମୃତ୍ୟୁ ବରଣ କରିଥିଲେ। ଏଥି ସହିତ, ଡିସେମ୍ବର ୪, ୨୦୧୭ରେ ଶଶି ଦୁନିଆରୁ ବିଦାୟ ନେଇଥିଲେ।
सुचित्रा पिल्लई, लार्स कैल्डसन

ସୁଚିତ୍ରା ପିଲ୍ଲାଇ
ବଲିଉଡ ଅଭିନେତ୍ରୀ ସୁଚିତ୍ରା ପିଲ୍ଲାଇ ଡେନମାର୍କରେ ରହୁଥିବା କମ୍ପ୍ୟୁଟର ଇଞ୍ଜିନିୟର ଲାର୍ସ କେଜେଲଡେନଙ୍କୁ ବିବାହ କରିଥିଲେ। ୨୦୦୫ ମସିହାରେ ଉଭୟ ବିବାହ କରିଥିଲେ। ୧୯୯୧ ରେ ପଓ୍ବନ ମଲିକଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିବାରୁ ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା ଯାହା ୧୯୯୮ ପର୍ଯ୍ୟନ୍ତ ଚାଲିଥିଲା। ୨୦୦୮ ରେ, ସୁଚିତ୍ରା ଅନିକା ନାମକ ଏକ ଝିଅକୁ ଜନ୍ମ ଦେଇଥିଲେ।

 

सेलिना जेटली, पीटर हाग

ସେଲିନା ଜେଟଲୀ

ସେଲିନା ଜେଟଲୀ ୨୦୧୧ ରେ ତାଙ୍କ ପ୍ରେମିକ ତଥା ଅଷ୍ଟ୍ରିଆର ବ୍ୟବସାୟୀ ପିଟର ହାଗ୍‌ଙ୍କୁ ବିବାହ କରିଥିଲେ। ସେଲିନା ଏବଂ ପିଟରଙ୍କର ଦୁଇଟି ଯାଆଁଳା ପୁଅ ଅଛନ୍ତି ଯାହାର ନାମ ବିରଜ ହଗ୍‌ ଏବଂ ୱିନଷ୍ଟନ ହଗ୍‌।

प्रीति जिंटा, जेन गुडइनफ

ପ୍ରୀତି ଜିଣ୍ଟା
ପ୍ରୀତି ଜିଣ୍ଟା ତାଙ୍କ ବୟସଠାରୁ ୧୦ ବର୍ଷ ସାନ ଆମେରିକାର ଜନ୍ମିତ ଜେନ ଗୁଡେନୋଫଙ୍କୁ ବିବାହ କରିଥିଲେ। ୨୯ ଫେବୃଆରୀ ୨୦୧୬ ରେ, ଏହି ଯୋଡି ଲସ ଆଞ୍ଜେଲସରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ।

अरुणोदय सिंह, ली एल्टन

ଅରୁଣୋଦୟ ସିଂ
୨୦୧୬ ରେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ନାତି ତଥା ଅଭିନେତା ଅରୁଣୋଦୟ ସିଂ ବିଦେଶୀ ଲି ଏଲଟନଙ୍କୁ ବିବାହ କରିଥିଲେ। ଲି ଏଲଟନ କାନାଡାରୁ ଆସି ଗୋଆରେ ଏକ କାଫେ ଚଳାନ୍ତି। ଅରୁଣୋଦୟ ବର୍ତ୍ତମାନ ବଲିଉଡରୁ ଦୂରରେ ଅଛନ୍ତି। ୨୦୦୯ ରେ, ସେ ‘ସିକନ୍ଦର୍‌’ ଫିଲ୍ମରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ।

परिवार संग प्रियंका चोपड़ा

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ମଧ୍ୟ ଜଣେ ବିଦେଶୀଙ୍କୁ ଭଲ ପାଉଥିଲେ। ସେ ଡିସେମ୍ବର ୨୦୧୮ ରେ ତାଙ୍କଠୁ ସାନ ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ବିବାହ କରିଥିଲେ।

राहुल महाजन

ରାହୁଲ ମହାଜନ

ପୂର୍ବତନ ବିଗ-ବସ ପ୍ରତିଯୋଗୀ ରାହୁଲ ମହାଜନ ୨୦୧୮ ମସିହାରେ କାଜାଖସ୍ତାନର ମଡେଲ ନାଟାଲିଆ ଲୀନକୁ ଗୁପ୍ତରେ ବିବାହ କରିଥିଲେ। ଏହା ଥିଲା ରାହୁଲ ମହାଜନଙ୍କ ତୃତୀୟ ବିବାହ। ଏହାପୂର୍ବରୁ ରାହୁଲ ପାଇଲଟ ଶ୍ୱେତା ସିଂ ଏବଂ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ।

विंदू दारा सिंह, डीना उमारोवा

ବିନ୍ଦୁ ଦାରା ସିଂ

ଜଣାଶୁଣା ଟିଭି ଅଭିନେତା ବିନ୍ଦୁ ଦାରା ସିଂ ମଧ୍ୟ ରୁଷିଆ ମଡେଲ ଦିନା ଉମରୋଭାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଅଛି। ଏହା ହେଉଛି ବିନ୍ଦୁ ଦାରାଙ୍କର ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଅଭିନେତ୍ରୀ ତବୁଙ୍କ ଭଉଣୀ ଫରାହଙ୍କୁ ବିବାହ କରିଥିଲେ।
आशका गोराडिया

ଆସ୍କା ଗୋରାଡିଆ ।
ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଆସ୍କା ଗୋରାଡିଆ ତାଙ୍କ ବିଦେଶୀ ପ୍ରେମିକା ବ୍ରେଣ୍ଟ ଗୋବଲଙ୍କୁ ବିବାହ କରିଥିଲେ। ଏହି ଦୁଇଜଣଙ୍କ ବିବାହ ମଧ୍ୟ ଚର୍ଚ୍ଚାରେ ରହିଥିଲେ।
अर्जुन रामपाल, गैब्रिएला डेमेट्रायडिस

ଅର୍ଜୁନ ରାମପାଲ
ଅଭିନେତା ଅର୍ଜୁନ ରାମପାଲ ତାଙ୍କର ୨୧ ବର୍ଷର ବିବାହ ସମାପ୍ତ କରିଥିଲେ। ସେବେଠାରୁ ସେ ଆଫ୍ରିକୀୟ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡ୍ସଙ୍କ ସହ ରହୁଥିଲେ। ଅର୍ଜୁନ ଗାବ୍ରିଏଲାଙ୍କ ସହ ଲିଭ୍‌ ଇନ୍‌ରେ ଅଛନ୍ତି ତାଙ୍କର ଏକ ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ପିଟୁଥିଲେ ସଲମାନ, ଅଭିନେତ୍ରୀ କହିଲେ ଏମିତି…

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି, କିନ୍ତୁ ତାଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ସଲମାନ୍‌ଙ୍କ ବହୁ ଗର୍ଲଫ୍ରେଣ୍ଡ ଥିଲେ। ସେଥିମଧ୍ୟରୁ...

୫୦ କୋଟି କ୍ଲବ୍‌ରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’

ମୁମ୍ବାଇ: ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’। ଛ’ ଦିନ ରିଲିଜ୍‌ ପରେ ଫିଲ୍ମ ୫୦ କୋଟି...

କଣ୍ଠଶିଳ୍ପୀଙ୍କ ପାଇଁ ଦିନେ ନିଜ ହାତ ଜାଳି ଦେଇଥିଲେ ରାଜ କପୁର

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ୧୯୩୪ ମସିହା ଜାନୟାରୀ ୯ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ମୁମ୍ବାଇରେ...

ଶେଷ ହୋଇନି ମହାମାରୀ: କମଲ ହାସନ

ମୁମ୍ବାଇ,୨୨ ।୧୧: ବଲିଉଡ ଅଭିନେତା କମଲ ହାସନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମକାଇବା ଭଳି ଖବର ଆସିଛି । ଅଭିନେତା ନିକଟରେ ଆମେରିକାରୁ ଫେରିଥିବା ବେଳେ...

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ...

ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ

ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ର ହିନ୍ଦୀ ରିମେକ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ସାନ୍ୟା ମାଲହୋତ୍ରା । ‘ଦ ଗ୍ରେଟ ଇଣ୍ଡିଆନ କିଚେନ’...

ଟ୍ବିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ : ଫିଲ୍ମରେ ଅଭିନୟକୁ ବାଏ ବାଏ କହିଦେବା ପରେ ନିର୍ମାତା ତଥା ଲେଖିକା ଟ୍ବିଙ୍କିଲ ଖାନ୍ନା ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି।...

ଶେହନାଜଙ୍କ ହାତରେ ବଡ଼ ଫିଲ୍ମ ଅଫର

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ପରଠାରୁ ଶେହନାଜ ଗିଲ୍‌ଙ୍କ ଡିମାଣ୍ଡ ବଢ଼ିଚାଲିଛି। ସେ ଏପର୍ଯ୍ୟନ୍ତ ବଲିଉଡ୍‌ରେ ଡେବ୍ୟୁ କରିନାହାନ୍ତି କିନ୍ତୁ ତାଙ୍କ ନିକଟକୁ ଫିଲ୍ମର ଅଫର ପରେ...

Advertisement
Archives

Model This Week