୧୬ ଟୁଇଟ୍‌ରେ ସୀତାରାମନଙ୍କ ଉତ୍ତର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଭାକ୍ସିନ ଏବଂ ଏଥି ସଂକ୍ରାନ୍ତ ବିଭିନ୍ନ ଔଷଧ ଉପରେ ଲାଗୁଥିବା ଟିକସକୁ ନେଇ ଗତ କିଛିଦିନ ହେବ ବେଶ୍‌ ଆଲୋଚନା ଜାରି ରହିଛି। କରୋନା ସଙ୍କଟ ସମୟରେ ଭାକ୍ସିନ ଉପରେ ଟିକସ ହ୍ରାସ ହେଉ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏହି ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ସ୍ପଷ୍ଟୀକରଣ ଦେଇଛନ୍ତି। ମମତା ବାନାର୍ଜୀଙ୍କ ପ୍ରଶ୍ନର ଉତ୍ତରକୁ ସୀତାରାମନ ୧୬ ଟୁଇଟ ଜରିଆରେ ଦେଇଛନ୍ତି। ସେ ସ୍ପଷ୍ଟଭାବେ କହିଛନ୍ତି, କୋଭିଡ ଭାକ୍ସିନ ଉପରେ ନୂ୍ୟନତମ ୫% ଏବଂ ଅକ୍ସିଜେନ କନ୍‌ସେନଟ୍ରେଟର ଏବଂ ଔଷଧ ଉପରେ ୧୨% ଟିକସ ଜରୁରୀ। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଏହି ସାମଗ୍ରୀଗୁଡ଼ିକର ଦାମ କମ୍‌ ରଖିବାରେ ସହାୟକ ହେଉଛି।
ସୀତାରାମନ ପୁଣି କହିଛନ୍ତି, ଭାକ୍ସିନ ଏବଂ ଔଷଧ ଉପରେ ସାମାନ୍ୟ ଟିକସ ଯୋଗୁ କମ୍ପାନୀଗୁଡ଼ିକୁ ଇନ୍‌ପୁଟ ଟାକ୍ସ କ୍ରେଡିଟ ମିଳୁଛି। ଏହା ଦ୍ୱାରା ଦାମ୍‌ କମ୍‌ ରଖିବାରେ ସହାୟକ ହେଉଛି। ଏଭଳି ମେଡିସିନ ଏବଂ ଜୀବନରକ୍ଷାକାରୀ ଉପକରଣ ଉପରେ ସରକାର ଯଦି ସମ୍ପୂର୍ଣ୍ଣ ଟିକସ ଉଠାଇ ଦିଅନ୍ତି କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଡକ୍ଟ ପ୍ରସ୍ତୁତି ଲାଗି ବ୍ୟବହାର ହେଉଥିବା କଞ୍ଚାମାଲ ଏବଂ ଅନ୍ୟ ସାମଗ୍ରୀ ଉପରେ ପ୍ରଦାନ କରୁଥିବା ଜିଏସ୍‌ଟିରେ ଇନ୍‌ପୁଟ ଟାକ୍ସ କ୍ରେଡିଟ ଲାଭ ଉଠାଇପାରିବେ ନାହିଁ। କମ୍ପାନୀଗୁଡ଼ିକ କଞ୍ଚାମାଲ ଉପରେ ଦେଉଥିବା ଟିକସ ବୋଝ ଲୋକଙ୍କ ଉପରେ ସିଧାସଳଖ ଲଦିଦେବେ। ଫଳରେ ମେଡିସିନ ଦାମ୍‌ ମହଙ୍ଗା ହୋଇଯିବ ବୋଲି ସୀତାରାମନ ମତ ପ୍ରକାଶ କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ୍‌-୧୯ ମେଡିସିନ ଆମଦାନୀ ଉପରେ ପୂର୍ବରୁ ଟିକସ ହ୍ରାସ କରାଯାଇଛି। ଏ ସଂକ୍ରାନ୍ତ ଔଷଧୀୟ ସଂକ୍ରାନ୍ତ ସାମଗ୍ରୀ ଉପରେ ଲାଗୁଥିବା ସମନ୍ବିତ ସାମଗ୍ରୀ ଓ ସେବା ଟିକସ(ଆଇଜିଏସ୍‌ଟି)ର ପ୍ରାୟ ୭୦% ରାଜ୍ୟଗୁଡିକୁ ମିଳୁଛି। ମମତା ବାନାର୍ଜୀ ଟିକସ କମାଇବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଏହି ସମୟରେ ଅର୍ଥମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିଛି। କରୋନା ମେଡିସିନ ଏବଂ ଉପକରଣ ଆମଦାନୀ ଉପରେ ଟିକସ କମାଇବା ଉପରେ ଚିଠିରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ; ସିଓଲ ଶାନ୍ତି ପୁରସ୍କାର ପାଇଁ ଟିକସ ଦେବେ

ନୂଆଦିଲ୍ଲୀ,୧୯-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସଦାତାଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କା...

ନାଇନ୍‌-ରାଜସ୍ଥାନ ରୟାଲ୍ସ ସହଭାଗିତା

ନୂଆଦିଲ୍ଲୀ, ୧୫।୯: ସାନିଟାରି ପ୍ୟାଡ୍‌ ପ୍ରସ୍ତୁତକାରୀ ବ୍ରାଣ୍ଡ ନାଇନ୍‌ ରାଜସ୍ଥାନ ରୟାଲ୍ସ ସହ ଚୁକ୍ତିରେ ସାମିଲ ହୋଇଛି। ୧୯ ସେପ୍ଟେମ୍ବରଠାରୁ ୧୦ ନଭେମ୍ବର ଯାଏ ଦୁବାଇରେ...

ଟେଲିକମ୍‌ର ବିକାଶ ପାଇଁ ୫ବର୍ଷିଆ ଯୋଜନା

ନୂଆଦିଲ୍ଲୀ,୨୧।୨: ଦେଶକୁ ଆଧୁନିକ ଓ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଦେଶର ଆବଶ୍ୟକତା ପୂରଣ ହୋଇପାରୁଥିବା ପରିମାଣର...

ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୧୭।୫- ମହାକାଶ ସମ୍ପର୍କିତ ସେବା ଏବଂ ଉପଗ୍ରହ ଲଞ୍ଚ କ୍ଷେତ୍ରରେ ଘରୋଇ କ୍ଷେତ୍ର କମ୍ପାନୀଗୁଡିକୁ ଅନୁମତି ମିଳିଛି। ଘରୋଇ କ୍ଷେତ୍ର ଇସ୍ରୋ ଫାସିଲିଟିକୁ ବ୍ୟବହାର କରିପାରିବେ।...

ଏଫ୍‌ପିଆଇଙ୍କ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି

ନୂଆଦିଲ୍ଲୀ,୧୫-୭: ଜୁଲାଇରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୫୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଚଳିତ ମାସ...

ଅକ୍ଟୋବର-ନଭେମ୍ବରରେ ୪.୯ ଲକ୍ଷ କୋଟି ଋଣ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ, ୪-୧୨: ପାର୍ବଣ ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪.୯ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଅର୍ଥନୀତିରେ...

ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ...

ଓଡ଼ିଶା ଡିଏମ୍‌ଏଫ୍‌ ପାଣ୍ଠିରେ ଅଭିବୃଦ୍ଧି

ଭୁବନେଶ୍ୱର,୧।୮ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେଉଁ ରାଜ୍ୟକୁ କେତେ ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିକୁ ଦିଆଯାଇଛି, ବିଶେଷ...

Advertisement
Archives

Model This Week