କରୋନା ଚିକିତ୍ସା ପାଇଁ ବ୍ଲିଚିଂ ପାଉଡର, ହାର୍‌ପିକ୍‌ ପିଇବାକୁ ସରକାର ଦେଲେ ଅନୁମତି

ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାରିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ରୁଷିଆ ଏଥିରେ ସଫଳ ହୋଇଥିବା ଘୋଷଣା ମଧ୍ୟ କରିସାରିଛି। ମାତ୍ର ଏବେ ବି ତା’ର ଟିକା ଉପରେ ଅନେକ ପ୍ରଶ୍ନ ଉଠୁଛି। ସେହିପରି ବିଟ୍ରେନର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଖୁବ୍‌ଶୀଘ୍ର ଟିକା ବାହାରିବ ବୋଲି ଦାବି ହେଉଛି। ହେଲେ ଏମିତି ଏକ ଦେଶ ରହିଛି ଯିଏକି ବିନା କୌଣସି ପରୀକ୍ଷାରେ କରୋନା ଚିକିତ୍ସା ପାଇଁ ବ୍ଲିଚିଂ ପାଉଡରକୁ ଅନୁମତି ଦେଇଛି। ଅର୍ଥାତ୍‌ ଏବେ ଏଠାରେ ଟୟଲେଟ୍‌ କ୍ଲିନର ଦ୍ୱାରା କରୋନା ଚିକିତ୍ସା ହେବ। କ୍ଲୋରିନ୍‌ ଡାଇଅକ୍ସାଇଡ୍‌କୁ ଟୟଲେଟ୍‌ କ୍ଲିନର ରୂପେ ବ୍ୟବହାର କରାଯାଇଥାଏ। ଯାହା ଫଳରେ କିଟାଣୁ ମରିଯାଏ। ଏପରି କହି ଜଣେ ତତ୍ତ୍ୱବାଦୀ କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରିବାକୁ କହିଛନ୍ତି। ବର୍ତ୍ତମାନ ବଲିଭିଆ ସରକାର କରୋନା ଉପଚାର ଲାଗି ଏହି ବିଷାକ୍ତ ବ୍ଲିଚକୁ ଅନୁମୋଦନ କରିଛନ୍ତି। ଏହା କରୋନା ସହ ଲଢ଼ିବ ବୋଲି ସେଠାରେ କୁହାଯାଇଛି।
କ୍ଲୋରିନ୍‌ ଡାଇଅକ୍ସାଇଡ୍‌କୁ ବାଥ୍‌ରୁମ୍‌ ବ୍ୟତିତ ପେପର ଇଣ୍ଡଷ୍ଟ୍ରିରେ ମଧ୍ୟ ବ୍ୟବହାର କରାଯାଏ। କିନ୍ତୁ କରୋନା ଜୀବାଣୁକୁ ମାରିବା ପାଇଁ ଏହା ସବୁଠାରୁ ପ୍ରଭାବଶାଳୀ ଔଷଧ ବୋଲି ସେଠାକାର ଅନେକ ଲୋକ ଦାବି କରିଛନ୍ତି। ଖବର ଅନୁଯାୟୀ, ଲାଟିନ୍‌ ଆମେରିକୀୟ ଦେଶ ଏହି ବ୍ଲିଚ୍‌କୁ କରୋନା ରୋଗୀଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। ଏହି କାରଣରୁ ଅନେକ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି, ତଥାପି ଏହାକୁ ଅନୁମୋଦନ କରାଯାଇଛି। ପାସ୍‌ ହୋଇଥିବା ସରକାରୀ ବିଲ୍‌ରେ ଏହା ସ୍ପଷ୍ଟ ଲେଖାଯାଇଛି ଯେ, କୋଭିଡ୍‌-୧୯ ରୋଗୀଙ୍କ ଉପରେ ଦେଶର କ୍ଲୋରାଇନ୍‌ ଡାଇଅକ୍ସାଇଡ୍‌ ବ୍ୟବହାର କରାଯାଇ ପାରିବ। ବଲିଭିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଜେ କହିଛି ଯେ, ଲୋକମାନେ ଏହାକୁ ଖାଇବା ଉଚିତ୍‌ ନୁହେଁ। ଏହାକୁ ଖାଇବା ଦ୍ୱାରା ବାନ୍ତି, ଲୋ ବିପି, ଯକୃତ ସମସ୍ୟା ଆଦି ସୃଷ୍ଟି ହୋଇଥାଏ। ଏହା ସତ୍ତ୍ୱେ ବଲିଭିଆ ସରକାର ଏହି ବିଲ୍‌ ପାରିତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri