ରୋଗୀଙ୍କୁ ହସ୍ପିଟାଲ ନେଉଥିଲା ବୋଲେରୋ, ଅଧା ରାସ୍ତାରେ ଜଳିଗଲା

ପାଟଣା,୧୬।୪(ସ୍ବ.ପ୍ର.) ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ନିଆଁ ଲାଗି ଜଳି ଯାଇଛି।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତୁରୁମୁଙ୍ଗାରୁ ଜଣେ ରୋଗୀଙ୍କୁ ନେଇ ବୋଲେରୋଟି କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଯାଉଥିଲା। ହେଲେ ଖୀରେଇଟାଙ୍ଗିରୀ ଟୋଲ୍‌ଗେଟ ନିକଟରେ ବୋଲେରୋରେ କୋଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିକଟରେ ଥିବା ମଣ୍ଟେକାର୍ଲର ଏକ ପାଣି ଟ୍ୟାଙ୍କର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଗାଡ଼ିରେ ନିଆଁ ଲାଗିବା ଜାଣି ଗାଡିରୁ ସମସ୍ତ ଓହ୍ଲାଇ ପଡିବାରୁ ଏକ ବଡ଼ ବିପତ୍ତିରୁ ରକ୍ଷା ପାଇଯାଇଛନ୍ତି। ପରେ ଅନ୍ୟ ଏକ ଗାଡ଼ିରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି, ଜିଲାପାଳଙ୍କ ଉଚ୍ଚସୋପାନ ସେତୁ ପରିଦର୍ଶନ

ଧାମନଗର,୧।୩(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ନିକଟରେ ଗେଙ୍ଗୁଟି ନଦୀ ଉପରେ ଏକ ଉଚ୍ଚସୋପାନ ସେତୁ ନିର୍ମାଣ କରାଯାଇଛି। ହେଲେ ଦୁଇପାର୍ଶ୍ୱରେ ଆପ୍ରୋଚ...

୧୧ଜଣିଆ ଅନ୍ତରୀଣ କମିଟି ଗଠିତ

କଟକ ଅଫିସ,୨।୬: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏଭଳି ସ୍ଥଳେ ଓକିଲ ସଂଘଗୁଡ଼ିକର...

ପ୍ରାର୍ଥୀ ଉଚ୍ଚଶିକ୍ଷିତା, ସ୍ବାମୀ ରାଜନୀତିରେ ଦକ୍ଷ

ଜଗତ୍‌ସିଂହପୁର ଅଫିସ, ୧୪ା୨: ତିର୍ତ୍ତୋଲ ଜିଲା ପରିଷଦ ୨ ନଂ. ଜୋନ୍‌ରୁ ବ୍ଲକ ଅଧ୍ୟକ୍ଷା ଏଥର ବିଜେଡିରୁ ଜିଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି।...

ମାଲେସିଆ ଜାହାଜ ଅଟକିବା ପ୍ରସଙ୍ଗ:ଜିଲାପାଳ, ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ପୁରୀ ଅଫିସ, ୧।୧୦: ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡ଼ିିବାରୁ ଚିଲିକା ମୁହାଣ ନିକଟରେ ଅଟକି ରହିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ...

ଟିକା ଦେବାକୁ ନେଇ ଫେରାଇଲେ ମୃତଦେହ: ଶିଶୁ ବଦଳ ଅଭିଯୋଗରେ ପିଆର୍‌ଏମ୍‌ ମେଡିକାଲରେ ଉତ୍ତେଜନା

ବାରିପଦା ଅଫିସ, ୧୨।୫: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଶିଶୁ ପୁତ୍ର ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ମେଡିକାଲରେ ଉତ୍ତେଜନା ଦେଖାଦେଇଛି।...

ସନତଙ୍କ ଲାଗି ପ୍ରଚାର କଲେ ପୂର୍ବତନ ଏମ୍‌ପି ବୈଜୟନ୍ତ

ବିଜେପୁର,୧୩।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆଉ  ମାତ୍ର ଏକ ସପ୍ତାହ ରହିଛି। ତେଣୁ ବିଭିନ୍ନ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଏହି ଅଞ୍ଚଳରେ ପ୍ରଚାରର...

ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହୁନି ସାମାଜିକ ଦୂରତ୍ୱ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିନକୁଦିନ ମହାମାରୀ କରୋନାର ରୂପ ଭୟାନକ ହେବାରେ ଲାଗିଛି। ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ ଘୋଷଣାର କରିବା ସହ ପ୍ରତ୍ୟେକ...

ପୁଓକେ ଫିରି ପାଏଲେ ପରିବାର ଲୋକ୍‌

ଅତାବିରା, ୬।୧୧ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଦେନାଗାଡ଼ିଆ ଗଁାର ଧ୍ରୁବ ନାଏକକଁର ପୁଓ ମୁନା ନାଏକ(୨୨) ଝନେ ମାନ୍‌ସିକ ରୁଗୀ। ଆଏଜ୍‌କେ ୧୫ ଦିନ୍‌ ତଲେ...

Advertisement
Archives

Model This Week