ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

 

କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ଘର ସ୍ଥାନୀୟ କମଣ୍ଡରାଗ୍ରାମ ସାହିରେ। ସେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଧନୁର୍ଜୟପୁରରେ ପିଅନ ଭାବେ କାମ କରୁଥିଲେ। ସେ ଗତ ୨୮ ତାରିଖରୁ ନିଖୋଜ ଥିଲେ।
ପ୍ରକାଶ ଯେ, ଗତ ୨୮ ତାରିଖ ସନ୍ଧ୍ୟାରେ ନିରଞ୍ଜନ ସ୍କୁଲକୁ ସବୁଦିନ ଭଳି ରାତ୍ରିଜଗୁଆଳି ଭାବେ ଯାଇଥିଲେ। ପରଦିନ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କାୈଣସି ସନ୍ଧାନ ନ ପାଇବାରୁ ତାଙ୍କ ସ୍ତ୍ରୀ ଦ୍ରୌପଦୀ ନିରଞ୍ଜନଙ୍କୁ ଅପହରଣ କରାଯାଇଥିବା ନେଇ ପଣ୍ଡାପଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗୁରୁତ୍ୱ ନ ଦେବାରୁ ଗତ ୧ ତାରିଖରେ ତାଙ୍କ ପରିବାର ଲୋକେ କେନ୍ଦୁଝର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଶନିବାର ମୃତଦେହ ମିଳିବା ପରେ ପୋଲିସ ବିଶେଷଜ୍ଞ ଦଳ ସହାୟତାରେ ଘଟଣାର ତଦନ୍ତ କରୁଛି। କେନ୍ଦୁଝର ଏସ୍‌ଡିପିଓ ପି.ଜେ. ଟପୋ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସେ କହିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ବେତନ କମିଶନ ଦରମାରେ ପାତରଅନ୍ତର

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବହୁ ବିଳମ୍ବରେ ରାଜ୍ୟ ସରକାର ୬୬୨ ଏବଂ ୪୮୮ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା...

ଗଞ୍ଜେଇ ଗଛ ପୋଡିଲା ପ୍ରଶାସନ

କ.ନୂଆଗାଁ, ୨ା୧୨(ଡି.ଏନ୍‌.ଏ.)-କ.ନୂଆଗାଁ ଥାନା ଅଞ୍ଚଳର ସିର୍ତ୍ତିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଚାଷ ହୋଇଥିବା ପ୍ରାୟ ୧୫୦ ଏକରର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ଯାହାର...

ଆର୍‌ଟିଓ ଅଫିସକୁ ଲାଇସେନ୍ସ କରିବାକୁ ଯାଉଥିଲେ, ଟ୍ରକ୍‌ ଚକାତଳେ ଚାଲିଗଲା ଜୀବନ

ଭଦ୍ରକ ଅଫିସ,୧୦।୧୨: ଆର୍‌ଟିଓ ଅଫିସକୁ ଲାଇସେନ୍ସ କରିବାକୁ ଯାଉଥିବାବେଳେ ଟ୍ରକ୍‌ ଚକାତଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲା...

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ...

ଆସନ୍ତା ୨୨ରେ ବିମାନରେ ଉଡ଼ିବେ ୪୪ ଦିବ୍ୟାଙ୍ଗ ପିଲା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବିମାନରେ ଉଡିବେ ଦିବ୍ୟାଙ୍ଗ ପିଲା। ଦୂର ଦିଗ୍‌ବଳୟରୁ ଦୁନିଆକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅଥରିଟି ଅଫ...

ପାଇପ୍‌ ବିଛାଇବା ନାଁରେ କଂକ୍ରିଟ ରାସ୍ତା ନଷ୍ଟ

ଖଇରା,୧୫ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଥୁରିଆ ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ପାଇପ୍‌ ବିଛା କାମ...

ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍‌ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ...

ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ହଟୁନି, ବଢୁଛି ଦୁର୍ଘଟଣା

ବରୀ,୨୫।୧୦(ଡି.ଏନ.ଏ.): ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟୁନି। ଏଥିଯୋଗୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ...

Advertisement
Archives

Model This Week