କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧା ଦେବା ଅତ୍ୟନ୍ତ ବିପଜ୍ଜନକ, ଜାତିସଂଘ ବୈଠକରେ ଚାଇନାକୁ କହିଲା ଭାରତ…

ଜେନେଭା, ୧୦।୮ : ଚାଇନାର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତ କହିଛି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧାଦେବା ଅତ୍ୟନ୍ତ ବିପଜ୍ଜନକ। ଭାରତ ଚାଇନା ଉଦ୍ଦେଶ୍ୟରେ ଏଭଳି କହିଛି। ଭାରତ କହିଛି ଯେ ଏହା ସୁରକ୍ଷା ପରିଷଦର ପ୍ରତିବନ୍ଧକ ବ୍ୟବସ୍ଥାର ବିଶ୍ୱସନୀୟତାକୁ ହ୍ରାସ କରିଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁନରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ଶେଷ ମୁହୂର୍ତ୍ତରେ ସୁରକ୍ଷା ପରିଷଦର ୧୨୬୭ କମିଟ ଅନୁଯାୟୀ ଅଲ କାଏଦା ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ପ୍ରସ୍ତାବକୁ ଅବରୋଧ କରିଥିଲା। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ବିନା ବ୍ୟାଖ୍ୟାରେ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ଅନୁରୋଧ ବିଳମ୍ବ କିମ୍ବା ଅବରୋଧ କରିବାର ଧାରା ଶେଷ ହେବା ଉଚିତ। ପ୍ରତିବନ୍ଧକ କମିଟିର ପ୍ରଭାବଶାଳୀ କାର୍ଯ୍ୟ ପାଇଁ ଏହା ଅଧିକ ସ୍ବଚ୍ଛ, ଉତ୍ତରଦାୟୀ ଏବଂ ନିରପେକ୍ଷ ହେବା ଆବଶ୍ୟକ। ନଶୁଣି ଏବଂ ବ୍ୟାଖ୍ୟା ନକରି ଆତଙ୍କବାଦୀଙ୍କ ତାଲିକା ପାଇଁ ଅନୁରୋଧକୁ ବିଚାରାଧୀନ କିମ୍ବା ବାଧା ଦେବା ପ୍ରବୃତ୍ତି ଶେଷ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଚାଇନାର ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ପରିଷଦର ଏକ ବୈଠକରେ ରୁଚିରା କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଅନ୍ତର୍ଜାତୀୟ ଶାନ୍ତି ତଥା ନିରାପତ୍ତା ପ୍ରତି ବିପଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs ENG: ଶେଷ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଅପେକ୍ଷା, ମାଞ୍ଚେଷ୍ଟରରେ ମିଳିବ ସୁଯୋଗ!

ନୂଆଦିଲ୍ଲୀ,୪।୭: ସମଗ୍ର କ୍ରିକେଟ ଜଗତ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ସୁଯୋଗ…

ଟେଲିଗ୍ରାମକୁ ନେଇ ସରକାର କଠୋର; ଫିଲ୍ମ ସହ OTT ବିଷୟବସ୍ତୁର ପାଇରେସି ରୋକିବା ପାଇଁ ପଠାଇଲେ ନୋଟିସ

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଫିଲ୍ମ ଏବଂ OTT ପ୍ଲାଟଫର୍ମରୁ ବଢୁଥିବା ଅନଲାଇନ ପାଇରେସି ସମ୍ପର୍କରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ…

Ali Khamenei Funeral: ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀଙ୍କୁ ଦିଆଯିବ ଶେଷ ବିଦାୟ; ସର୍ବୋଚ୍ଚ ନେତାଙ୍କ ପାଖରେ ରଖାଯାଇଛି ପରିବାର କଫିନ

ତେହରାନ,୪।୭: ଶୁକ୍ରବାର (ଜୁଲାଇ 3, 2026), ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ହଜାର ହଜାର ଲୋକ ଇରାନର ରାଜଧାନୀ ତେହରାନରେ…

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ହଠାତ ବିଗିଡ଼ିଗଲା ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା, ଥାଣେର ହସ୍ପିଟାଲରେ ଭର୍ତ୍ତି

ଥାଣେ,୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅସୁସ୍ଥ ହୋଇପଡ଼ିଲେ ଏବଂ ପରେ ତାଙ୍କୁ ଥାଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁସାରେ, ଅତ୍ୟଧିକ ଚାପ…

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri