ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ: ସ୍ଥାନୀୟ କଳାକାରଙ୍କ ନାଚରେ ଦୁଲୁକିଲା ମଞ୍ଚ

କର୍ଲାମୁଣ୍ଡା:୯।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପରେଡ଼ ପଡ଼ିଆରେ ୨୭ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇଙ୍କ ନେତୃବରେ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ଘୁମୁରା ତାଳେତାଳେ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ପହଞ୍ଚି ଥିଲା।

ବ୍ଲକ ଅଧ୍ୟକ୍ଷା କୁନି ସାହୁ, ମୁଖ୍ୟ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଡ଼ିଓ ଦେବେନ୍ଦ୍ର ସାମଲ, ଜିଲା ପରିଷଦ କ ଜୋନ୍‌ ସଭ୍ୟ ମହେନ୍ଦ୍ର ରଣା, ଖ ଜୋନ୍‌ ସଭ୍ୟ ସୁରେଶ ଚୌଧୁରୀ, ତହସିଲଦାର ଅରୁଣ ବର୍ଗେ, ସଦର ସରପଞ୍ଚ ସ୍ବର୍ଣ୍ଣ ଲତା ସାହୁ, ବ୍ଳକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ ଯୋଗଦେଇ ମଞ୍ଚ ଉଦ୍‌ଘାଟନ କରିଥିଲେ।

ପୁରସ୍କାର ବିତରଣ ସମାରୋହରେ ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଭାବେ କେସିଙ୍ଗା କେଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢୀ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କର୍ଲମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସୁରେଶ ଚୌଧୁରୀ, ସମିତି ସଭ୍ୟ ସଂଘ ସଭାପତି ନିମାଇଁ ଚରଣ ବେହେରା ପ୍ରମୁଖ ଯୋଗ ଦେଇ କଳାହାଣ୍ଡି ଉତ୍ସବର ଉଦେଶ୍ୟ ତଥା ଲୋକ କଳାର ସୁରକ୍ଷା ଓ କଳାହାଣ୍ଡି ଜିଲାର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ବ୍ଲକର ସଫଳ ବ୍ୟକ୍ତିତ୍ୱ ସାମାଜିକ କର୍ମୀ ଏସ୍‌ ସୁଜାତା, ସଫଳ ଚାଷୀ ବଇଦାର ରଣା, ଆଶା କର୍ମୀ ମିନା ଗହୀର, ଅଙ୍ଗନଓ୍ବାଡି କର୍ମୀ କୂଳବତୀ ସୁନା ଓ ସହାୟିକା ଲଳିତା ସାହୁ, ଘୁଡୁକା ବାଦକ ରାଧେ ପୁଟେଲ, ଜୀବନ ବ୍ୟାପୀ ସାଧନା ପାଇଁ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା, ଶ୍ରେଷ୍ଠ କର୍ମଚାରୀ ପ୍ରଦୀପ ମାଝୀ, ଶ୍ରେଷ୍ଠ ଶିକ୍ଷୟିତ୍ରୀ ଗିତାଞ୍ଜଳି ମିଶ୍ର, ସ୍ବାବଲମ୍ବୀ କାରିଗର ଟିକେମନ ସାହୁ ଓ କ୍ଷୀରୋଦ କୁମାର ସାହୁ, ମହିଳା ସ୍ବାସ୍ଥ୍ୟ କର୍ମୀ ରୀତାଞ୍ଜଳି ଶବରଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମହୋତ୍ସବରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ଅଗ୍ନିଶମ ବିଭାଗ, ଆଇସିଡିଏସ୍‌ ବିଭଗ, କୃଷିଉତ୍ପାଦକ ଦଳ, ଆଇଜିଏସଏସ୍‌ଏସ୍‌ ଏନଜିଓ, ଜୟ ଥୁଆମୁଲ କୃଷି ଉତ୍ପାଦକ କମ୍ପାନୀ, ପ୍ରାଣୀ ଚିକିତ୍ସା ବିଭାଗ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା। ବିଳମ୍ବିତ ରାତି ଯାଏଁ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।

ସଭା କାର୍ଯ୍ୟରେ ନରୋତ୍ତମ ସେଲମା ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଟିକୁ ମଧୁସୂଦନ ବାଗ ଓ ଭାଗରଥି ଷଡଙ୍ଗୀ, ପ୍ରଦୀପ କୁମାର  ସାହୁ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଉଜ୍ଜ୍ୱଳ କୁମାର ସାହୁ, ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର, ସେକ୍ସନ ଅଫିସର ଶିବନନ୍ଦ ପାତ୍ର, ଏପିଓ ଲିଜା ବରିହା, ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଅନୁସାୟା ଭଞ୍ଜ, ପ୍ରଦୀପ କୁମାର ମାଝୀ, ଆଦିବାସୀ ଯୁବ ନେତା ନନ୍ଦିକିଶୋର ଭୋଇ, ନବୀନ ସାହୁ, ଗୋପବନ୍ଧୁ ସାହୁ,କୁଞ୍ଜ ସାହୁ, ଓଡିଶା ଜୀବନ ଜୀବିକା ମିଶନ ବିପିଏମ୍‌ ସରୋଜିନୀ ପ୍ରଧାନ, ପିଇଓ ବସନ୍ତ ମିଶ୍ର, କର୍ଲାମୁଣ୍ଡା ଫଣ୍ଡି ଅଧିକାରୀ ଥବିର ବାରିହା ପ୍ରମୁଖ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?