ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ: ସ୍ଥାନୀୟ କଳାକାରଙ୍କ ନାଚରେ ଦୁଲୁକିଲା ମଞ୍ଚ

କର୍ଲାମୁଣ୍ଡା:୯।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପରେଡ଼ ପଡ଼ିଆରେ ୨୭ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇଙ୍କ ନେତୃବରେ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ଘୁମୁରା ତାଳେତାଳେ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ପହଞ୍ଚି ଥିଲା।

ବ୍ଲକ ଅଧ୍ୟକ୍ଷା କୁନି ସାହୁ, ମୁଖ୍ୟ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଡ଼ିଓ ଦେବେନ୍ଦ୍ର ସାମଲ, ଜିଲା ପରିଷଦ କ ଜୋନ୍‌ ସଭ୍ୟ ମହେନ୍ଦ୍ର ରଣା, ଖ ଜୋନ୍‌ ସଭ୍ୟ ସୁରେଶ ଚୌଧୁରୀ, ତହସିଲଦାର ଅରୁଣ ବର୍ଗେ, ସଦର ସରପଞ୍ଚ ସ୍ବର୍ଣ୍ଣ ଲତା ସାହୁ, ବ୍ଳକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ ଯୋଗଦେଇ ମଞ୍ଚ ଉଦ୍‌ଘାଟନ କରିଥିଲେ।

ପୁରସ୍କାର ବିତରଣ ସମାରୋହରେ ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଭାବେ କେସିଙ୍ଗା କେଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢୀ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କର୍ଲମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସୁରେଶ ଚୌଧୁରୀ, ସମିତି ସଭ୍ୟ ସଂଘ ସଭାପତି ନିମାଇଁ ଚରଣ ବେହେରା ପ୍ରମୁଖ ଯୋଗ ଦେଇ କଳାହାଣ୍ଡି ଉତ୍ସବର ଉଦେଶ୍ୟ ତଥା ଲୋକ କଳାର ସୁରକ୍ଷା ଓ କଳାହାଣ୍ଡି ଜିଲାର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ବ୍ଲକର ସଫଳ ବ୍ୟକ୍ତିତ୍ୱ ସାମାଜିକ କର୍ମୀ ଏସ୍‌ ସୁଜାତା, ସଫଳ ଚାଷୀ ବଇଦାର ରଣା, ଆଶା କର୍ମୀ ମିନା ଗହୀର, ଅଙ୍ଗନଓ୍ବାଡି କର୍ମୀ କୂଳବତୀ ସୁନା ଓ ସହାୟିକା ଲଳିତା ସାହୁ, ଘୁଡୁକା ବାଦକ ରାଧେ ପୁଟେଲ, ଜୀବନ ବ୍ୟାପୀ ସାଧନା ପାଇଁ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା, ଶ୍ରେଷ୍ଠ କର୍ମଚାରୀ ପ୍ରଦୀପ ମାଝୀ, ଶ୍ରେଷ୍ଠ ଶିକ୍ଷୟିତ୍ରୀ ଗିତାଞ୍ଜଳି ମିଶ୍ର, ସ୍ବାବଲମ୍ବୀ କାରିଗର ଟିକେମନ ସାହୁ ଓ କ୍ଷୀରୋଦ କୁମାର ସାହୁ, ମହିଳା ସ୍ବାସ୍ଥ୍ୟ କର୍ମୀ ରୀତାଞ୍ଜଳି ଶବରଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମହୋତ୍ସବରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ଅଗ୍ନିଶମ ବିଭାଗ, ଆଇସିଡିଏସ୍‌ ବିଭଗ, କୃଷିଉତ୍ପାଦକ ଦଳ, ଆଇଜିଏସଏସ୍‌ଏସ୍‌ ଏନଜିଓ, ଜୟ ଥୁଆମୁଲ କୃଷି ଉତ୍ପାଦକ କମ୍ପାନୀ, ପ୍ରାଣୀ ଚିକିତ୍ସା ବିଭାଗ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା। ବିଳମ୍ବିତ ରାତି ଯାଏଁ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।

ସଭା କାର୍ଯ୍ୟରେ ନରୋତ୍ତମ ସେଲମା ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଟିକୁ ମଧୁସୂଦନ ବାଗ ଓ ଭାଗରଥି ଷଡଙ୍ଗୀ, ପ୍ରଦୀପ କୁମାର  ସାହୁ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଉଜ୍ଜ୍ୱଳ କୁମାର ସାହୁ, ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର, ସେକ୍ସନ ଅଫିସର ଶିବନନ୍ଦ ପାତ୍ର, ଏପିଓ ଲିଜା ବରିହା, ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଅନୁସାୟା ଭଞ୍ଜ, ପ୍ରଦୀପ କୁମାର ମାଝୀ, ଆଦିବାସୀ ଯୁବ ନେତା ନନ୍ଦିକିଶୋର ଭୋଇ, ନବୀନ ସାହୁ, ଗୋପବନ୍ଧୁ ସାହୁ,କୁଞ୍ଜ ସାହୁ, ଓଡିଶା ଜୀବନ ଜୀବିକା ମିଶନ ବିପିଏମ୍‌ ସରୋଜିନୀ ପ୍ରଧାନ, ପିଇଓ ବସନ୍ତ ମିଶ୍ର, କର୍ଲାମୁଣ୍ଡା ଫଣ୍ଡି ଅଧିକାରୀ ଥବିର ବାରିହା ପ୍ରମୁଖ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ିସୂତାରେ କଟି ୨ ଜଣ ଆହତ

କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ...

ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୧୪ା୧(ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗସ୍ତ କରିଛନ୍ତି। ଏହି...

ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୪ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧିନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜାଗିଲି ନାୟକଙ୍କୁ ହ୍ଯଯା ଉଦ୍ୟମ...

ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ  ହାରିଦେଲେ ଜୀବନ  

ବାଙ୍କୀ,୧୪ା୧ (ଶୁଭେନ୍ଦୁ ମହାପାତ୍ର): ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ ହାରିଦେଲେ ଜୀବନ।  ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ରଶିରେ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଛି।...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ବାମୀଙ୍କ ପରେ ଶାଶୁ,ଶ୍ୱଶୁର ଗଲେ ଜେଲ

ଦିଗପହଣ୍ଡି,୧୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌. ଗୋପାଳପୁର ଗ୍ରାମରେ ଗତ ଡ଼ିସେମ୍ବର ୨୪ ତାରିଖ ରାତିରେ ଜଣେ ନବବଧୂଙ୍କ...

ରାଜକୋଟ୍‌ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍‌ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଗଡ଼ା ପଞ୍ଚାୟତ ଯୋଗିପଲା...

ବେଆଇନ ବାଲି ପରିବହନ କରୁଥିବା ଟ୍ରକକୁ ଅଟକାଇଲେ ମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ

ନୟାଗଡ଼, ୧୪।୧: ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲାର କଣ୍ଟିଲୋ ନିକଟସ୍ଥ ବାରାକୋଲି ଗାଁରେ ବେଆଇନ ବାଲି ପରିବହନରେ ଜଡିତ ଅନେକ ଟ୍ରକକୁ ଖଣି ମନ୍ତ୍ରୀ ବିଭୂତି...

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ, ମହୋଦଧିରେ ବୁଡ ପକାଇ…

ପୁରୀ,୧୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। କଂସବଧ ପରେ ଉଗ୍ରସେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri