ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ ଅଧିକ ରେଜିଷ୍ଟ୍ରେଶନ ହୋଇଥିବା ଏଲ୍‌ଆଇସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ଏହି ଯୋଜନା ଅଧିନରେ ସାରା ଦେଶରେ ୧ ଲକ୍ଷ ମହିଳାଙ୍କୁ ଏଲ୍‌ଆଇସି ଏଜେଣ୍ଟ ଭାବେ ୩ ବର୍ଷ ଯାଏ ଟ୍ରେନିଂ ଦିଆଯିବ।
ଏଲ୍‌ଆଇସି ବୀମା ସଖି ଯୋଜନା ୧୮ରୁ ୭୦ ବର୍ଷ ମହିଳାଙ୍କୁ ସଶକ୍ତ କରିବା ଲାଗି ଆରମ୍ଭ କରାଯାଇଛି, ଯେଉଁମାନେ ଅତି କମ୍‌ରେ ୧୦ମ ଶ୍ରେଣୀ ପାଠ ପଢ଼ିଥିବେ। ଏହି ଯୋଜନାରେ ମହିଳାଙ୍କୁ ବିଶେଷ ଟ୍ରେନିଂ ଦିଆଯିବ। ଏହାଦ୍ୱାରା ସେ ଆର୍ଥିକ ସାକ୍ଷରତା ଏବଂ ବୀମା ସଚେତନତାରେ ଅଭିଜ୍ଞ ହୋଇପାରିବେ। ଟ୍ରେନିଂ ସମୟରେ ସଖିମାନଙ୍କୁ ପ୍ରଥମ ବର୍ଷ ପ୍ରତି ମାସରେ  ୭୦୦୦ ଟଙ୍କା, ଦ୍ୱିତୀୟ ବର୍ଷ ୬୦୦୦ ଏବଂ ତୃତୀୟ ବର୍ଷ ପ୍ରତି ମାସରେ ୫୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ମିଳିବ।
ବୀମା ସଖୀ ଯୋଜନା ଅଧୀନରେ ସାରା ଦେଶରେ ଏକ ଲକ୍ଷ ମହିଳାଙ୍କୁ ଏଲ୍‌ଆଇସି ଏଜେଣ୍ଟ ଭାବେ ଟ୍ରେନିଂ ଦିଆଯିବ।
ଟ୍ରେନିଂ ପରେ ସେ ଏଲ୍‌ଆଇସି ଏଜେଣ୍ଟ ଭାବେ କାମ କରନ୍ତି। କେବଳ ଏତିକି ନୁହେଁ ଗ୍ରାଜୁଏଟ୍‌ ବୀମା ସଖିଙ୍କୁ ଏଲ୍‌ଆଇସିରେ  ଡେଭେଲପ୍‌ମେଣ୍ଟ ଅଫିସର ହେବାର ସୁଯୋଗ ମିଳିବ। ଏଲ୍‌ଆଇସି ଆଗାମୀ ୧୨ ମାସରେ ୧,୦୦,୦୦୦ ବୀମା ସଖୀଙ୍କ ନାମାଙ୍କନ କରିବା ଲକ୍ଷ୍ୟ ରହିଛି। ଆସନ୍ତା ୩ ବର୍ଷରେ ଏହି ସଂଖ୍ୟା ୨,୦୦,୦୦୦ ଯାଏ ବଢ଼ାଇବାର ଯୋଜନା ରହିଛି।
କିଭଳି କରିବେ ଆବେଦନ:
-ଆଗ୍ରହୀ ପ୍ରାର୍ଥୀମାନେ ଏବେ ଏହି ଯୋଜନା ପାଇଁ ଅନଲାଇନରେ ଆବେଦନ କରିପାରିବେ।
-ଆବେଦନ କରିବା ପାଇଁ, ଆପଣଙ୍କୁ LIC ର ଅଫିସିଆଲ ୱେବସାଇଟ https://licindia.in/test2 ପରିଦର୍ଶନ କରିବାକୁ ପଡିବ।
-ଏଠାରୁ ଆପଣଙ୍କୁ ’ବୀମା ସଖି ପାଇଁ ଏଠାରେ କ୍ଲିକ କରନ୍ତୁ’ ଉପରେ କ୍ଲିକ୍‌ କରିବାକୁ ପଡିବ।
-ନୂତନ ଭାବରେ ଖୋଲିଥିବା ପୃଷ୍ଠାରେ, ଆପଣଙ୍କୁ ଆପଣଙ୍କର ନାମ, ଜନ୍ମ ତାରିଖ, ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ ଠିକଣା ଭଳି ସୂଚନା ଦେବାକୁ ପଡିବ।
-ଯଦି ଆପଣ ପୂର୍ବରୁ କୌଣସି LIC ଏଜେଣ୍ଟ, ବିକାଶ ଅଧିକାରୀ, କର୍ମଚାରୀ କିମ୍ବା ଡାକ୍ତରୀ ପରୀକ୍ଷକଙ୍କ ସହ ଜଡିତ, ତେବେ ଆପଣ ସେ ବିଷୟରେ ମଧ୍ୟ ସୂଚନା ଦେଇପାରିବେ।
-ଶେଷରେ କ୍ୟାପଚା ପୂରଣ କରନ୍ତୁ ଏବଂ ଏହାକୁ ଦାଖଲ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?