ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ ଅଧିକ ରେଜିଷ୍ଟ୍ରେଶନ ହୋଇଥିବା ଏଲ୍‌ଆଇସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ଏହି ଯୋଜନା ଅଧିନରେ ସାରା ଦେଶରେ ୧ ଲକ୍ଷ ମହିଳାଙ୍କୁ ଏଲ୍‌ଆଇସି ଏଜେଣ୍ଟ ଭାବେ ୩ ବର୍ଷ ଯାଏ ଟ୍ରେନିଂ ଦିଆଯିବ।
ଏଲ୍‌ଆଇସି ବୀମା ସଖି ଯୋଜନା ୧୮ରୁ ୭୦ ବର୍ଷ ମହିଳାଙ୍କୁ ସଶକ୍ତ କରିବା ଲାଗି ଆରମ୍ଭ କରାଯାଇଛି, ଯେଉଁମାନେ ଅତି କମ୍‌ରେ ୧୦ମ ଶ୍ରେଣୀ ପାଠ ପଢ଼ିଥିବେ। ଏହି ଯୋଜନାରେ ମହିଳାଙ୍କୁ ବିଶେଷ ଟ୍ରେନିଂ ଦିଆଯିବ। ଏହାଦ୍ୱାରା ସେ ଆର୍ଥିକ ସାକ୍ଷରତା ଏବଂ ବୀମା ସଚେତନତାରେ ଅଭିଜ୍ଞ ହୋଇପାରିବେ। ଟ୍ରେନିଂ ସମୟରେ ସଖିମାନଙ୍କୁ ପ୍ରଥମ ବର୍ଷ ପ୍ରତି ମାସରେ  ୭୦୦୦ ଟଙ୍କା, ଦ୍ୱିତୀୟ ବର୍ଷ ୬୦୦୦ ଏବଂ ତୃତୀୟ ବର୍ଷ ପ୍ରତି ମାସରେ ୫୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ମିଳିବ।
ବୀମା ସଖୀ ଯୋଜନା ଅଧୀନରେ ସାରା ଦେଶରେ ଏକ ଲକ୍ଷ ମହିଳାଙ୍କୁ ଏଲ୍‌ଆଇସି ଏଜେଣ୍ଟ ଭାବେ ଟ୍ରେନିଂ ଦିଆଯିବ।
ଟ୍ରେନିଂ ପରେ ସେ ଏଲ୍‌ଆଇସି ଏଜେଣ୍ଟ ଭାବେ କାମ କରନ୍ତି। କେବଳ ଏତିକି ନୁହେଁ ଗ୍ରାଜୁଏଟ୍‌ ବୀମା ସଖିଙ୍କୁ ଏଲ୍‌ଆଇସିରେ  ଡେଭେଲପ୍‌ମେଣ୍ଟ ଅଫିସର ହେବାର ସୁଯୋଗ ମିଳିବ। ଏଲ୍‌ଆଇସି ଆଗାମୀ ୧୨ ମାସରେ ୧,୦୦,୦୦୦ ବୀମା ସଖୀଙ୍କ ନାମାଙ୍କନ କରିବା ଲକ୍ଷ୍ୟ ରହିଛି। ଆସନ୍ତା ୩ ବର୍ଷରେ ଏହି ସଂଖ୍ୟା ୨,୦୦,୦୦୦ ଯାଏ ବଢ଼ାଇବାର ଯୋଜନା ରହିଛି।
କିଭଳି କରିବେ ଆବେଦନ:
-ଆଗ୍ରହୀ ପ୍ରାର୍ଥୀମାନେ ଏବେ ଏହି ଯୋଜନା ପାଇଁ ଅନଲାଇନରେ ଆବେଦନ କରିପାରିବେ।
-ଆବେଦନ କରିବା ପାଇଁ, ଆପଣଙ୍କୁ LIC ର ଅଫିସିଆଲ ୱେବସାଇଟ https://licindia.in/test2 ପରିଦର୍ଶନ କରିବାକୁ ପଡିବ।
-ଏଠାରୁ ଆପଣଙ୍କୁ ’ବୀମା ସଖି ପାଇଁ ଏଠାରେ କ୍ଲିକ କରନ୍ତୁ’ ଉପରେ କ୍ଲିକ୍‌ କରିବାକୁ ପଡିବ।
-ନୂତନ ଭାବରେ ଖୋଲିଥିବା ପୃଷ୍ଠାରେ, ଆପଣଙ୍କୁ ଆପଣଙ୍କର ନାମ, ଜନ୍ମ ତାରିଖ, ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ ଠିକଣା ଭଳି ସୂଚନା ଦେବାକୁ ପଡିବ।
-ଯଦି ଆପଣ ପୂର୍ବରୁ କୌଣସି LIC ଏଜେଣ୍ଟ, ବିକାଶ ଅଧିକାରୀ, କର୍ମଚାରୀ କିମ୍ବା ଡାକ୍ତରୀ ପରୀକ୍ଷକଙ୍କ ସହ ଜଡିତ, ତେବେ ଆପଣ ସେ ବିଷୟରେ ମଧ୍ୟ ସୂଚନା ଦେଇପାରିବେ।
-ଶେଷରେ କ୍ୟାପଚା ପୂରଣ କରନ୍ତୁ ଏବଂ ଏହାକୁ ଦାଖଲ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

କୃଷକଙ୍କୁ ଖୁସିଖବର ଦେବେ ମୋଦି ସରକାର! ବୃଦ୍ଧି ହେବ…

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ...

ସ୍କୁଲରେ ପ୍ରଧାନଶିକ୍ଷକ-ଶିକ୍ଷୟିତୀ କରୁଥିଲେ ଏମିତି କାମ, ସିସିଟିଭିରେ ଧରାପଡିବା ପରେ…

ନୂଆଦିଲ୍ଲୀ,୨୨।୧: ରାଜସ୍ଥାନର ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ସ୍କୁଲର କାର୍ଯ୍ୟାଳୟ ଭିତରେ ଅଶାଳୀନ କାର୍ଯ୍ୟ କରୁଥିବାର ଏକ ଭିଡିଓ ଭାଇରାଲ...

ମୃତ୍ୟୁ ପର୍ଯ୍ୟନ୍ତ ମୋଦିଙ୍କ ହାତ ଛାଡିବି ନାହିଁ: କାହିଁକି ଏମିତି କହିଲେ ମାନଝୀ

ପାଟନା,୨୨।୧: ମୋଦି କ୍ୟାବିନେଟ ଛାଡିବା ଗୁଜବ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନଝୀ ମୁହଁ ଖୋଲିଛନ୍ତି। ସେ ମିଥ୍ୟା...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ରାଶନ କାର୍ଡରୁ ନାଁ କଟାଯାଇଥିଲେ ଆଉଥରେ ହୋଇପାରିବ କି ଆବେଦନ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୨।୧: ଭାରତରେ ଆଜି ମଧ୍ୟ ଏପରି ଅନେକ ଲୋକ ଅଛନ୍ତି। ଯେଉଁମାନେ ଦିନକୁ ଦୁଇଥର ଖାଇବାର ବ୍ୟବସ୍ଥା ମଧ୍ୟ କରିପାରନ୍ତି ନାହିଁ। ଏପରି ଲୋକଙ୍କୁ ଭାରତ...

ମୁଥୁଟ୍‌ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍‌ ଫାଇନାନ୍ସ ପକ୍ଷରୁ...

୩ୟ ତ୍ରୈମାସରେ ୬୩୯ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୨।୧(ଅଭୟ ଦାଶ): ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏପରିକି ୨୦୨୪ ଡିସେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଚଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri