ହାଟଡ଼ିହିରେ ମଣ୍ଡଳସ୍ତରୀୟ ହିନ୍ଦୀ ଦିବସ ପାଳିତ: ପ୍ରତିଯୋଗିତାରେ ବିଜେତା ଛାତ୍ରୀଛାତ୍ର ଜିଲା…

ହାଟଡିହୀ/ଛେନାପଦୀ,୨୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ହିନ୍ଦୀ ଶିକ୍ଷୟତ୍ରୀ ମିତାରାଣୀ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଚିତା ବେଗମ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ହାଟଡିହୀ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ପ୍ରିତିଶ ରଞ୍ଜନ ରାଜୁରୁହା, ସମ୍ମାନିତ ଅତିଥି ଭାବେ ଜିଲା ଓଷ୍ଟା ସଂଘର ସମ୍ପାଦକ ରଞ୍ଜନ କୁମାର ଘଡେଇ, ହାଟଡିହୀ ମଣ୍ଡଳ ହିନ୍ଦୀ ଶିକ୍ଷକ ସଙ୍ଘ ସଭାପତି ଦୁର୍ଯ୍ୟୋଧନ ଜେନା ପ୍ରମୁଖ ଯୋଗଦେଇ ହିନ୍ଦୀ ଭାଷା ଉପରେ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟସ୍ତରରେ ହିନ୍ଦୀ ଭାଷାର ବିକାଶ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତୃତା, ସଂଗୀତ, କବିତା ଆବୃତ୍ତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା। ବକ୍ତୃତାରେ ଜପିଦାସ ହାଇସ୍କୁଲର କ୍ଷୀରାବ୍ଧି ତନୟା ଲେଙ୍କା, ସଙ୍ଗୀତରେ ଜିସି ଗାର୍ଲସ ହାଇସ୍କୁଲ ଓରାଳିର ଏମ୍. ଏମ ପ୍ରତ୍ୟାଷା, କବିତା ଆବୃତ୍ତିରେ ହାଟଡିହୀ ହାଇସ୍କୁଲର ମଞ୍ଜୁଳା ରାଣୀ ରାଉତ ପ୍ରଥମ ସ୍ଥାନ ହାସଲ କରି ଜିଲା ସ୍ତରକୁ ମନୋନୀତ ହୋଇଛନ୍ତି। କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୁତ କରାଯାଇଥିଲା ।

କାର୍ଯ୍ୟକାରୀ ସଭାପତି ରୁକ୍ମଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୀ ଶିକ୍ଷକ ସଙ୍ଘ ସମ୍ପାଦକ ସତ୍ୟପିର ମହାନ୍ତି, ବିଜୟ କୁମାର ଜେନା, ନରହରି ଜେନା, ଅବକାଶ ଜେନା, ରଜତ କୁମାର ଜେନା, ପ୍ରଫୁଲ୍ଲ ମଲ୍ଲିକ, ପାଣ୍ଡବ ସାହୁ, ନିବେଦିତା ସିଂ, ମଞ୍ଜୁଲତା ପ୍ରଧାନ, ସରୋଜିନୀ ଜେନା, ମଧୁସ୍ମିତା ପହି , ପ୍ରିୟନାଥ ନାୟକ, ଆର୍ତ୍ତ ଚରଣ ସାହୁ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମରୈଗାଁ ହାଇସ୍କୁଲର ଶିକ୍ଷୟତ୍ରୀ, ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁଆମ ଶାସନରେ ହରିହାଟ, ଗୀତାପାଠ ସହ…

ପାଟଣା,୨୩ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସୁଆମ ଶାସନ ମଣ୍ଡପରେ ହରିହାଟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମଣ୍ଡପରେ ରାମ, ଲକ୍ଷ୍ମଣ, ସୀତା…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

ଗାଡ଼ି ଅଟକାଇ ମାଡ଼ ମାରିବା ମାମଲା: ୩ ଅଭିଯୁକ୍ତ ଜେଲ୍ ଗଲେ, ଜଣେ ଗିରଫ ଓ ୨ ଆତ୍ମସମର୍ପଣ

ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?