ବ୍ଲାକ୍‌ରୋଜ୍‌ ତଦନ୍ତ ହେବ

ଭୁବନେଶ୍ୱର,୧୫।୮(ଅନିଲ ଦାସ): ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଦ୍ୱାରା କରିବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲେ ହେଁ, ତତ୍କାଳୀନ ବିଜେଡି ସରକାର ଏଥିରେ ସହଯୋଗ କରୁ ନ ଥିଲେ। ଏବେ ସରକାର ପରିବର୍ତ୍ତନ ହେବା ପରେ ବ୍ଲାକ୍‌ରୋଜ ବୁଡ଼ି ଘଟଣାର ତଦନ୍ତ କରିବାକୁ ୨୦୨୪ ଜୁନ୍‌ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏକ ପତ୍ର ଲେଖିଥିଲେ। ବ୍ଲାକ୍‌ରୋଜ ବୁଡ଼ି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର ପାଇଁ ପ୍ରଧାନ ନିବେଦନ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବାକୁ ଗୃହ ବିଭାଗ ପକ୍ଷରୁ ଡିଜିପିଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ମଙ୍ଗୋଲିଆର ପଣ୍ୟବାହୀ ଏମ୍‌ଭି ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଯାଇଥିଲା। ଉକ୍ତ ଜାହାଜରେ ପ୍ରାୟ ୨୩,୫୦୦ ମେଟ୍ରିକ ଟନ୍‌ ଲୁହାପଥର ଏବଂ ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ ବୋଝେଇ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ଜାହାଜରେ ୨୭ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ରୁଷୀୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଜାହାଜଟି ସମୁଦ୍ରରେ ଦୀର୍ଘ ଦିନ ଧରି ପଡ଼ି ରହିବାରୁ ପାଣିରେ ତେଲ ଲିକ୍‌ ହୋଇଥିଲା। ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଜାହାଜଟି ଭାରତୀୟ ସମୁଦ୍ର ସୀମାରେ ବୁଡ଼ିଯାଇଥିବାରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଜାହାଜ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଭାରତ ସରକାରଙ୍କ ଜାହାଜ ମନ୍ତ୍ରଣାଳୟ ୨୦୧୮ରେ ନିଷ୍ପତ୍ତି ନେଇଥିଲା। ଏନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ସିବିଆଇ ପକ୍ଷରୁ ତତ୍କାଳୀନ ବିଜେଡି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?