Posted inଜାତୀୟ

ମୋଦିଙ୍କ ପିତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ, କଂଗ୍ରେସ ସଂସ୍କାରହୀନ ପାର୍ଟି ବୋଲି କହିଲା ଭାଜପା…

ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏନେଇ ଭାଜପା କଂଗ୍ରେସକୁ ଘେରିଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଅରୁଣ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସଂସ୍କାରହୀନ ଏକ ଦଳ। ଅରୁଣ ଭାଇ, ଆଜି ତୁମର ପିତା ସୁଭାଷ ଯାଦବ ଜୀଙ୍କର ଆତ୍ମା ଏଭଳି ବିବୃତ୍ତି ନେଇ କ’ଣ ଶାନ୍ତି ଲାଭ କରିଥିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଭାଷା ହେଉଛି ଇଟାଲୀର ବଂଶଧରଙ୍କ ଦ୍ୱାରା ପୃଷ୍ଠପୋଷିତ ଭାଷା, ଯାହା ବେଳେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷାକ୍ତ ସାପ ବୋଲି କହିଥାଏ, ବେଳେବେଳେ ମୃତ୍ୟୁର ବଣିକ, ଏହି ଭାଷା ସଂସ୍କୃତିହୀନ ଲୋକମାନଙ୍କ ଦ୍ୱାରା କୁହାଯାଏ । ଏହା ହେଉଛି ଭାରତ। ଏଠାରେ ଯେତେବେଳେ ପିତା ସ୍ବର୍ଗୀୟ ହୁଅନ୍ତି, ସେତେବେଳେ ଆମକୁ ତାଙ୍କୁ ଜଳଦାନ ଦେବାର ପ୍ରଥା ଅଛି। ଆପଣ ଏଭଳି କହି ଆଜି ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି ।

ଭାଜପା ସାଧାରଣ ସଚିବ ବି.ଏଲ ସନ୍ତୋଷ କହିଛନ୍ତିନ୍‌ ଯେତେବେଳେ ଆପଣ ଭାବୁଥିବେ କଂଗ୍ରେସ ନେତା ସର୍ବନିମ୍ନ ସ୍ତରକୁ ଆସିଛନ୍ତି, ସେମାନେ ଆପଣଙ୍କ ଚିନ୍ତାଧାରାକୁ ପୁନର୍ବାର ଭୁଲ ପ୍ରମାଣିତ କରୁଛନ୍ତି। ସେମାନେ ଆହୁରି ତଳକୁ ଖସିଯାଉଛନ୍ତି। ରାଜନୈତିକ ବିରୋଧୀଙ୍କ ମାତାପିତାଙ୍କ ବିଷୟରେ ଏଭଳି କହିଥିବାରୁ କଂଗ୍ରେସ ନେତାମାନେ ଦୁଃଖିତ ହେବ ଆବଶ୍ୟକ। ଭାଜପାର ମଧ୍ୟପ୍ରଦେଶ ସଭାପତି ଭି.ଡି ଶର୍ମା କହିଛନ୍ତି, ଅରୁଣ ଯାଦବଙ୍କ ଦ୍ୱାରା ଅଶ୍ଳୀଳ ଭାଷାର ବ୍ୟବହାର କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ନୁହେଁ ବରଂ ୧୪୦କୋଟି ଲୋକଙ୍କ ପ୍ରତି ଅପମାନ। ଏହା ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ଇନ୍ଦୋରର ଏମପି ଶଙ୍କର ଲାଲୱାନୀ କହିଛନ୍ତି କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି, କେବଳ ଏତିକି ନୁହେଁ, ଏହାର ବଡ ନେତାମାନେ ଦେଶ ବାହାରକୁ ଯାଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ଏହା ସେମାନଙ୍କ ମାନସିକତାକୁ ସୂଚିତ କରୁଛି। ସେମାନେ କେଉଁ ପ୍ରକାରର ଶବ୍ଦ ବ୍ୟବହାର କରୁଛନ୍ତି, ଏହା ହେଉଛି ତାଙ୍କର ନିରାଶାର ଭାବନା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

ଗେରୁଆ ପତାକା ଦେଖି କାହିଁକି ରାଗିଲେ ଅମିତ ଶାହା? ଖୋଜିଲେ…

ପୁଡୁଚେରୀ,୧୧।୮: ୧୫ ଅଗଷ୍ଟ ପୂର୍ବରୁ ସାରା ଦେଶରେ ୨୦୨୬ ପାଇଁ ‘ହର ଘର ତ୍ରିରଙ୍ଗା’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନ ଆରମ୍ଭ ହୋଇଛି। ଏହି ପଦକ୍ଷେପର ଅଂଶ…

କିଏ ଏହି ଦୀପ୍ତି ଗୌର ମୁଖାର୍ଜୀ? NEET ପରୀକ୍ଷା ବିବାଦ ପରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୮: NEET-UG ପେପର୍ ଲିକ୍ ମାମଲା ହେଉ କିମ୍ବା ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଯୁବକମାନଙ୍କ ବିକ୍ଷୋଭ ଖବର ଚର୍ଚ୍ଚାରେ ରହିଛି…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri