Posted inଜାତୀୟ

ଭାଜପାର ମିଶନ ଦକ୍ଷିଣ ଭାରତ, ୫ ରାଜ୍ୟ ଉପରେ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଭାଜପା ସାରା ଦେଶରେ ମେଗା ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅପରପକ୍ଷରେ ଏହାର ମିଶନ ବିସ୍ତାରରେ ମଧ୍ୟ ବ୍ୟସ୍ତ ରହିଛି। ରାଜନୈତିକ ଶକ୍ତି ଦୃଷ୍ଟିରୁ, ୨୦୧୪ ପରେ, ଛତିଶଗଡ, ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ଏବଂ ଦକ୍ଷିଣ ଭାରତର ବିଧାନସଭା ନିର୍ବାଚନ ବ୍ୟତୀତ ଭାଜପା କ୍ରମାଗତ ଭାବେ ଅନ୍ୟ ରାଜ୍ୟଗୁଡ଼ିକରେ ବିଜୟୀ ହେଉଛି। କିନ୍ତୁ ଭାଜପାର ସବୁଠାରୁ ବଡ଼ ଚିନ୍ତା ହେଉଛି ଦକ୍ଷିଣ ଭାରତ।

୧୯୮୦ରେ ଭାଜପା ଗଠନ ହେବା ସହିତ ଦକ୍ଷିଣ ଭାରତରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଭାଜପା କ୍ରମାଗତ ଭାବେ ପ୍ରୟାସ କରୁଛି। ଗତ କିଛି ଦଶନ୍ଧି ମଧ୍ୟରେ କର୍ନାଟକ ହେଉଛି ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ଭାଜପା ଜିତିବା ଆରମ୍ଭ କରିଛି ଏବଂ ସମ୍ପ୍ରତି ସେଠାରେ ଭାଜପା ସରକାର ଅଛି। ପୁଡୁଚେରୀର ୟୁନିଅନ ଟେରିଟୋରୀରେ ମଧ୍ୟ ଭାଜପା ସରକାରରେ ସାମିଲ ହୋଇଛି। ଦଳର ସମସ୍ତ ଉଦ୍ୟମ ସତ୍ତ୍ୱେ କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁ ଅଜେୟ ଦୁର୍ଗ ହୋଇ ରହିଛନ୍ତି।

ଆସନ୍ତା ବର୍ଷ ୨୦୨୩ରେ ଦକ୍ଷିଣ ଭାରତ ରାଜ୍ୟ କର୍ନାଟକ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ୨୦୨୬ରେ କେରଳ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦଳର ମିଶନ ଦକ୍ଷିଣ ଭାରତ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତିସ୍‌। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଯୋଜାନାକୁ ତୃଣପୂଳସ୍ତରକୁ ନେବାରେ ନିୟୋଜିତ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାଜପାର ମିଶନକୁ ଦକ୍ଷିଣ ଭାରତରେ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା ଏବଂ ଅମିତ ଶାହା ନିଜେ ନେତୃତ୍ୱ ନେଉଛନ୍ତି।

କର୍ନାଟକ ପରେ ବର୍ତ୍ତମାନ ତେଲେଙ୍ଗାନାରୁ ଭାଜପାର ଶୀର୍ଷ ନେତୃତ୍ୱଙ୍କର ବହୁତ ଆଶା ଅଛି। ତେଣୁ ତେଲେଙ୍ଗାନାରେ ଭାଜପା ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ। ଜେପି ନଡ୍ଡା ଏବଂ ଅମିତ ଶାହା କ୍ରମାଗତ ଭାବେ ରାଜ୍ୟ ଗସ୍ତ କରୁଛନ୍ତି। ଦଳର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ ଉପରେ ନିରନ୍ତର ନଜର ରଖିଛନ୍ତି।

ତେଲେଙ୍ଗାନାରେ ଭାଜପାର ଶକ୍ତି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ୨୬ ମେ’ରେ ରାଜ୍ୟ ଗସ୍ତ କରିଛନ୍ତି। ହାଇଦ୍ରାବାଦରେ ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ରାଜ୍ୟର ଟିଆରଏସ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ପରିବାରବାଦ ସରକାର ବୋଲି କହି ଟାର୍ଗେଟ କରିଥିଲେ। ଯେଉଁଠାରୁ ପାରିବାରିକ ଦଳ ସଫା ହେଉଛି, ସେଠାରେ ଦ୍ରୁତ ବିକାଶ ହେଉଛି ବୋଲି ସେ କହିଥିଲେ। ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆନ୍ଦୋଳନ ଗୋଟିଏ ପରିବାରର କଲ୍ୟାଣ ପାଇଁ ନୁହେଁ ବରଂ ତେଲେଙ୍ଗାନାର ଭବିଷ୍ୟତ ପାଇଁ, ତେଲେଙ୍ଗାନାର ଗୌରବ ପାଇଁ।

୨୬ ମେ’ରେ ନିଜେ ତାମିଲନାଡୁର ଚେନ୍ନାଇ ଗସ୍ତ କରି ପ୍ରଧାନମନ୍ତ୍ରୀ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ଯଦିଓ ୨୦୨୬ ରେ କେରଳ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ଏହାପୂର୍ବରୁ ୨୦୨୪ ର ଲୋକ ସଭା ନିର୍ବାଚନରେ ମଧ୍ୟ ଭୋଟରଙ୍କୁ ଭାଜପା ହାତେଇବାକୁ ଚାହୁଁଛି। କଂଗ୍ରେସର ରାହୁଲ ଗାନ୍ଧୀ କେରଳର ୱାୟାନାଡାର ଜଣେ ଲୋକ ସଭା ଏମ୍‌ପି, ତେଣୁ କେରଳରେ ଦଳର ଶକ୍ତି ବୃଦ୍ଧି କରି ଭାଜପା ରାଜ୍ୟର ବାମପନ୍ଥୀ ସରକାର ତଥା ରାହୁଲ ଗାନ୍ଧୀଙ୍କୁ ଘେରିବାକୁ ଚାହୁଁଛି।

ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, କେରଳ ଏବଂ କର୍ନାଟକର ୧୨୯ ଜଣ ଏମ୍‌ପି ଲୋକ ସଭାକୁ ଆସିଥାନ୍ତି। ୨୦୨୪ର ଲୋକସଭା ନିର୍ବାଚନରେ ଏହି ପାଞ୍ଚଟି ରାଜ୍ୟ ସରକାର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ତେଣୁ ଏହି ରାଜ୍ୟଗୁଡିକରେ ସମର୍ଥନ ଆଧାର ବୃଦ୍ଧି କରିବା ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଦଳ ଦକ୍ଷିଣ ଭାରତରେ ପରିଶ୍ରମ କରୁଛି। ପାର୍ଟିକୁ ମଜବୁତ କରିବା ଏବଂ ସମଗ୍ର ଦେଶରେ ୭୩ ହଜାର ଦୁର୍ବଳ ବୁଥରେ ସମର୍ଥନ ଆଧାର ବୃଦ୍ଧି ପାଇଁ କାର୍ଯ୍ୟକ୍ରମରେ ଦକ୍ଷିଣ ଭାରତର ଏହି ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?