ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲେ, ୨ ମହିଳା ପାଲଟିଲେ ଶବ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଅନୁଗୋଳ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୁର୍ଗାପୁର ଗ୍ରାମର କାନ୍ତି ସାହୁ (୪୯) ଓ ଅନ୍ୟ ଜଣେ ମହିଳା ଜରପଡ଼ା ଗ୍ରାମର କୋକିଳ ସାହୁ (୫୧) ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ, ଜରପଡ଼ା ଥାନା ଅଞ୍ଚଳର ୪ଜଣ ସମ୍ପର୍କୀୟ ମହିଳା ଏକ ଅଟୋରେ ଜଣେ ବନ୍ଧୁଙ୍କର ମୃତ୍ୟୁ ଖବର ପାଇ ସମବେଦନା ଜଣାଇବା ପାଇଁ ମହିଧରପୁର ଗ୍ରାମକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଅଟୋରେ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗ ସମ୍ବଲପୁରରୁ ଅନୁଗୋଳ ଆସୁଥିବା ଏକ ପିଆଜ ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେବା ସହିତ ରାଜପଥ ପାଶର୍‌ବକୁ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଚାଳକଙ୍କ ସମେତ ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ତିନିଜଣ ଗୁରୁତର ହୋଇଥିଲେ। ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ନାଳରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀର ଅଫିସ, ୨୫।୫: ବଲାଙ୍ଗୀର ସହର ଲକ୍ଷ୍ମୀଯୋର ନିକଟରେ ଥିବା ଏକ ପରିତ୍ୟକ୍ତ ନାଳରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ସେ...

ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି। ସେ...

କୋଟିଆ ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ ନେଇ ପଟ୍ଟାଙ୍ଗୀରେ ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗୀ,୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ ଲାଗି ଉଦ୍ୟମ ଆରମ୍ଭ କରିଛି ଆନ୍ଧ୍ର। ଏଥିପାଇଁ...

ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ

ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ...

ଖବରଦାତାଙ୍କ ପରଲୋକ

ଭଦ୍ରକ ଅଫିସ/ ପୁରୁଷୋତ୍ତମପୁର (ଡି.ଏନ.ଏ.), ୨୩।୧୧:  ଖବରଦାତା ବିଭୁ ପ୍ରସାଦ ବେହେରା(୪୪)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଗତ ଦୁଇବର୍ଷ ଧରି କିଡ୍‌ନୀ ରୋଗରେ...

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା: ଜିଲା ଯୋଗାଣ ଅଫିସ ଘେରାଉ

ବଲାଙ୍ଗୀର ଅଫିସ,୧୮ା୧୦: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସୋମବାର ଜିଲା ଯୋଗାଣ ଅଧିକାରୀଙ୍କ ଅଫିସ ଘେରାଉ...

ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ

କେସିଙ୍ଗା/ଜୁନାଗଡ଼,୧୦ା୧୧(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପିତାଙ୍କ ବାସଭବନରେ ଇଡି ଚଢ଼ାଉ କରିଛି। ଗୁରୁବାର ସକାଳେ...

ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ

କୋକସରା,୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ...

Advertisement
Archives

Model This Week