Posted inଜାତୀୟ

୪ ପୌର ନିଗମରେ ଭାଜପା ବିଜୟୀ

ଜୟପୁର,୧୬ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ ଜିତିଥିବାବେଳେ ବିରୋଧୀ କଂଗ୍ରେସ ୩,୬୧୩ଟିରେ ବିଜୟୀ ହୋଇଛି। ବିକାନେର ପୌର ନିଗମରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗଡ଼ କୁହାଯାଉଥିବା ଝଲଓ୍ବାର ପୌର ପରିଷଦରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିଜ ସହର ଭରତପୁର ପୌର ନିଗମରେ ସ୍ବାଧୀନ ପ୍ରାର୍ଥୀମାନେ ୨,୨୭୩ ଓ୍ବାର୍ଡରେ ଜିତି ଏକ ବଡ଼ ଶକ୍ତି ଭାବେ ଉଭା ହୋଇଛନ୍ତି।
ଅନ୍ୟପକ୍ଷରେ ୧୦ ପୌର ନିଗମରୁ ଭାଜପା ୯ଟିରେ ବିଜୟୀ ହେବ ବୋଲି ଦାବି କରିଛି। ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଶଂସା କରି ଭାଜପା ଏହାକୁ ଦଳର ସାମାଜିକ ଓ ଭୌଗୋଳିକ ପରିସର ବୃଦ୍ଧି ଏବଂ କୋଟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମିଛ ପ୍ରଚାରକୁ ଲୋକଙ୍କ ପ୍ରତ୍ୟାଖ୍ୟାନ ବୋଲି କହିଛନ୍ତି। ରାଜସ୍ଥାନର ୩୦୯ ପୌର ସଂସ୍ଥା ପାଇଁ ହୋଇଥିବା ନିର୍ବାଚନରେ ଭାଜପା ବିଜୟ ଦିଗରେ ଅଗ୍ରସର ହେଉଛି। ସହଯୋଗୀମାନଙ୍କ ସହ ମିଶି ଏହି ଦଳ ୧୦ଟି ପୌର ନିଗମ ମଧ୍ୟରୁ ୯ଟିକୁ ଅକ୍ତିଆର କରିବାକୁ ଯାଉଥିବା ଭାଜପା ଏମ୍‌ପି ସୁଧାଂଶୁ ତ୍ରିବେଦୀ ଗଣମାଧ୍ୟମକୁ କହିଛନ୍ତି। ବୁନ୍ଦି, ଦୌସା, ହନୁମାନଗଡ଼, କରୌଲି, ଢ଼ୋଲପୁର ଏବଂ ଭରତପୁରରେ ଭାଜପା ଆଗରେ ଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନ୍ୟତମ ପର୍ଯ୍ୟଟକଙ୍କ ଯାତାୟାତ ସ୍ଥାନ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଏବେ କୁଢ଼କୁଢ଼ ଅଳିଆ ଗଦାରେ ପୁତ୍ତିମୟ ଗନ୍ଧରେ ନାକ…

ଜାରି ହେଲା ICCର ନୂଆ ରାଙ୍କିଙ୍ଗ୍‌: ଉପରକୁ ଉଠିଲେ ଅଭିଷେକ, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୧୬।୯: ICC ପକ୍ଷରୁ ବୁଧବାର ନୂଆ T20 ରାଙ୍କିଂ ଜାରି କରାଯାଇଛି। ଏଥିରେ ଭାରତୀୟ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କୁ ବଡ଼ ଫାଇଦା ମିଳିଛି। ସେ T20 ବ୍ୟାଟିଂ…

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

ନୂଆଦିଲ୍ଲୀ,୧୬।୯: ଦେଶର ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ EPF ଓ EPS ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ମାସିକ ୧୫,୦୦୦ ଥିବା EPF/EPS…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଆସିଲା ବଡ଼ ଖବର: ପ୍ରଶଂସକ ଶୁଣିଲେ ହୋଇଯିବେ ଖୁସି!

ନୂଆଦିଲ୍ଲୀ,୧୬।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ T20 ସିରିଜ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଦୁଇଟି ମ୍ୟାଚ ଜିତି ଟିମ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?