ଆଇନ ଅମାନ୍ୟ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ୱର, ୧।୧୨ (ବନ୍ଦନା ସେଠୀ):ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଡମ୍ଫିଂୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଭାଜପା ପକ୍ଷରୁ ଜାରି ରହିଥିବା ସତ୍ୟାଗ୍ରହ ଗୁରୁବାର ୩ୟ ଦିନରେ ପହଞ୍ଚତ୍ଛି। ସହରରେ ଆବର୍ଜନା ଗଦା ହେଉଥିବାବେଳେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମାତ୍ର ଆବର୍ଜନା ପରିଚାଳନା ନେଇ ବିଏମ୍‌ସି ନିଦାବିଷ୍ଣୁ ପାଲଟିଛି। ତେଣୁ ବିଜେଡି ବିଧାୟକମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଗାକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି କରାଯାଇଛି। ଡମ୍ଫିଂୟାର୍ଡର ସ୍ଥାୟୀ ସମାଧାନ ନ ହେଲେ ସତ୍ୟାଗ୍ରହ ଜାରି ରହିବା ସହ ଆଗାମୀ ଦିନରେ ଭାଜପା ଭୁବନେଶ୍ୱର ସାଂଗଠନିକ ଜିଲା ପକ୍ଷରୁ ଆଇନ ଅମାନ୍ୟ ଓ ଜେଲଭରୋ ଅନ୍ଦୋଳନ କରାଯିବ ବୋଲି ଜିଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି। ଏପରିକି ଦାୟିତ୍ୱ ତୁଲାଇ ନ ପାରିଲେ ମେୟର ତାଙ୍କ ପଦ ଛାଡନ୍ତୁ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି। ସ୍ବଚ୍ଛତା ନାମରେ କୋଟିକୋଟି ଟଙ୍କା ଦୁର୍ନୀତି କରାଯାଉଛି। ତେଣୁ ଲୋକଙ୍କ ସ୍ବାର୍ଥ ପାଇଁ ଏହି ଆନ୍ଦୋଳନ ଚାଲିଛି ଓ ଆଗକୁ ଚାଲିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ!

ଭୁବନେଶ୍ୱର,୨୯ା୨: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ଅପରାହ୍ନରେ ସେ ଭାଜପାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ...

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୨: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍...

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି...

ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ

ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।...

ବିଶୃଙ୍ଗଳିତ ଆଚରଣ ପଡିଲା ମହଙ୍ଗା; ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର

ସମ୍ବଲପୁର,୨୯।୨: ଭିସୁଟ ସହକାରୀ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମରେ ରେଜିଷ୍ଟାର...

ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ, ଟଙ୍କା ନେଉଥିବାବେଳେ ରେଡ୍‌ ହ୍ୟାଣ୍ଡେଡ ଗିରଫ

ରାଉରକେଲା,୨୯।୨: ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ ଡିସପେନସରୀ ବରିଷ୍ଠ କିରାଣି ଅଭିରାମ ସାହୁ। ଜେଲ୍‌ ରୋଡ୍‌ କିରାଣି ଧରାପଡିଛନ୍ତି। ବିଲ୍‌ ପାସ୍‌ କରିବାକୁ ୧୦ହଜାର ଟଙ୍କା...

କେନ୍ଦୁଝରରେ ପହଞ୍ଚିଲେ ରାଷ୍ଟ୍ରପତି

କେନ୍ଦୁଝର,୨୯।୨: (ନରେଶ ଚନ୍ଦ୍ର ପଟ୍ଟନାୟକ) ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇସୁଆଁ ଏୟାର...

ଆସିପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୩ କି.ମି. ବୁହାହେଲେ ଗର୍ଭବତୀ

ଦଶମନ୍ତପୁର, ୨୯ା୨ (ଅରବିନ୍ଦ ନାୟକ ): କମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ନ ଆସିପାରିବାରୁ ଜଣେ ଗର୍ଭବତୀଙ୍କୁ ଗ୍ରାମବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri