ଥାନା ସମ୍ମୁଖରେ ଭାଜପାର ସତ୍ୟାଗ୍ରହ

ଭଦ୍ରକ ଅଫିସ/ବାସୁଦେବପୁର/ ଭଣ୍ଡାରିପୋଖରୀ /ଧାମନଗର, ୪।୨ (ଡି.ଏନ.ଏ) ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ବ୍ରହ୍ମପୁର ଗ୍ରାମର ଇଞ୍ଜିନିୟରିଂ ଛାତ୍ର ସୁବାଶିଷ ଗିରିଙ୍କୁ ହତ୍ୟା ପ୍ରତିବାଦରେ ଗୁରୁବାର ଭାଜପା ପକ୍ଷରୁ ଜିଲାର ସମସ୍ତ ଥାନା ଓ ଫାଣ୍ଡି ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ଭଦ୍ରକ ଟାଉନ ଓ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଡ. ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଭାଜପା ଜିଲା ଉପସଭାପତି ଶ୍ରୀହର୍ଷ ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ସାଧାରଣ ସମ୍ପାଦିକା ଲିପିକା ବାରିକ, ଆଇଟି ସେଲ୍‌ ଜିଲା କୋର୍ଡିନେଟର ଶଶାଙ୍କ ମିଶ୍ର ଓ ଜୟନ୍ତ ମହାପାତ୍ର ଏଥିରେ ଯୋଗ ଦେଇଥିଲେ। ସାବରଙ୍ଗ ଥାନା ସମ୍ମୁଖରେ କଳ୍ପନା ଜେନାଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରାଯାଇଥିଲା।
ସେହିପରି ବାସୁଦେବପୁର ଥାନା ଆଗରେ ଜିଲା ଭାଜପା ଉପସଭାପତି ଉଦୟ ନାରାୟଣ ମଲିକ, ମଧୁସୂଦନ ପାଢ଼ୀ, ପୂର୍ବତନ କାଉନସିଲର ଭଗବାନ ମହାନ୍ତି, କବୀନ୍ଦ୍ର ଶେଖର ଫକୀର ରଞ୍ଜନ ଦାସ ଏବଂ ଚୁଡ଼ାମଣି ସାମୁଦ୍ରିକ ଥାନା ଆଗରେ ବରିଷ୍ଠ ଭାଜପା ନେତା ମାଧବାନନ୍ଦ ମଲିକ, ପୂର୍ବତନ ସରପଞ୍ଚ ରମାକାନ୍ତ ସେଠୀ ପ୍ରମୁଖ ଧାରଣାରେ ବସିଥିଲେ। କଷିଆ ସାମୁଦ୍ରିକ ଓ ନାୟକାଣିଡିହୀ ଥାନା ଆଗରେ ମଧ୍ୟ ଭାଜପା କର୍ମୀମାନେ ଧାରଣା ଦେଇଥିଲେ।
ଭଣ୍ଡାରିପୋଖରୀ ଥାନା ସମ୍ମୁଖରେ ଦଳୀୟ ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ କର୍ମୀମାନେ ଦୁଇଘଣ୍ଟା ଧରି ଧାରଣାରେ ବସିଥିଲେ। ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ସତ୍ୟବ୍ରତ ଦାସ, ପ୍ରଦୀପ ସାହୁ, ରୁକ୍ମଣୀ ଦାସ, ବିଭୁପାଦ ସାହୁ, ମନୋଜ ମହାନ୍ତି, ମଦନ ସାହୁ, ସୁଶାନ୍ତ ମହାପାତ୍ର, ପ୍ରିୟତମା ଯେନା, ମିନାକ୍ଷୀ ଯେନା ପ୍ରମୁଖ ଏଥିରେ ସାମିଲ ଥିଲେ। ଧାମନଗର ଥାନା ସମ୍ମୁଖରେ ଜିଲା ପରିଷଦ ସଦସ୍ୟ ମନୋରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ଧାରଣାରେ ବସିରହି ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ନାରାବାଜି କରିଥିଲେ। ଜିଲା ପରିଷଦ ପ୍ରାର୍ଥୀ ରଞ୍ଜିତା ସ୍ବାଇଁ, ଅରବିନ୍ଦ ପତି, ପୁଷ୍ପାଞ୍ଜଳି ବେହେରା, ବିରେନ୍ଦ୍ର ଜେନା, ବିରେନ୍ଦ୍ର ବାରିକ, ରମେଶ ଚନ୍ଦ୍ର ପତି, ସୁରଥ ସେଠୀ, କ୍ଷେତ୍ରବାସୀ ବାରିକ, ଶ୍ରୀଧର ବେହେରା, ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ସ୍ଥାନାନ୍ତର ହେବ ମଧୁସୂଦନ ଆଇଟିଆଇ

କଟକ ଅଫିସ,୧୪।୨: କଟକ ଏସ୍‌ସିବି ମେଡିକାଲକୁ ନୂଆ ରୂପ ଦେବା ସହ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଣୁ...

କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏଥିରେ ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି...

ବାଇଗୁଣିଆରେ ଚୋରି: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ଭାପୁର,୨୫।୭(ଡି.ଏନ୍‌.ଏ):ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ୪ଜଣ ଚୋର ଚୋରି କରିଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁରେ ରହୁଥିବା ପଠାଣି ନନ୍ଦଙ୍କ ଘରେ ବୁଧବାର...

CORONAVIRUS UPDATE: ରାଜ୍ୟରେ ପୁଣି ୧୩୦ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଲା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ପୁଣି ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି। ତେବେ...

ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ.ଏ): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ...

ସଂଶୋଧନ ହେଲା ଏନ୍‌ଏଚ୍‌ ଫି ରୁଲ: ଫାସଟାଗ ବୈଧ ନ ଥିଲେ ଗାଡିମାଲିକ ଗଣିବେ ୨ ଗୁଣା ଟିକସ

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଫାସଟାଗ ନ ଥିବା, ବୈଧ ନ ଥିବା କିମ୍ବା ଅକାମି ହୋଇଯାଇଥିବା ଫାସଟାଗ ଗାଡିମାଲିକମାନେ ସାବଧାନ। ଫାସଟାଗ ନ ଥାଇ କିମ୍ବା ଅବୈଧ ଫାସଟାଗ ଥାଇ...

ସୋମବାରରୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)...

ବନ୍ଦରେ ସ୍ବାଭାବିକ ରହିବ ମୋ ବସ୍‌ ଚଳାଚଳ

ଭୁବନେଶ୍ୱର, ୭ା୧ (ବ୍ୟୁରୋ)- ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଦରଦାମ ବୃଦ୍ଧି ଓ ବେକାରି ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେଶନ୍‌...

Advertisement
Archives

Model This Week