ଭାଜପାରେ ସରପଞ୍ଚଙ୍କୁ ମିଶିବାକୁ ବିରୋଧ

କାଏମା,୨୦ା୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛି। ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ପରାଜୟ ହୋଇଛି। ସ୍ବାଧୀନ ପ୍ରାର୍ଥୀଭାବେ ହିମାଂଶୁ ଶେଖର ସାହୁ ନିର୍ବାଚନରେ ବିଜୟ ହୋଇ ଭାଜପାକୁ ସମର୍ଥନ କରୁଛନ୍ତି। ତେଣୁ ଭାଜପାର ନୀତିଆଦର୍ଶ ଓ ବିଧାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ନିର୍ବାଚନମଣ୍ଡଳୀର ଅନେକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ମାତ୍ର କାଏମା ପଞ୍ଚାୟତର ବିଜେଡି ସମର୍ଥତ୍ତ ସରପଞ୍ଚ କୁମୁଦିନୀ ମହାନ୍ତିଙ୍କୁ ଭାଜପାରେ ସାମିଲ କରାଇବା ପାଇଁ କାଏମା ଭାଜପା ନେତା ଓ କର୍ମୀ ବିରୋଧ କରି ଆସୁଛନ୍ତି। ଫଳରେ ସେ ଏବେ ବିଜେଡି ଶିବିରରେ ଅଛନ୍ତି। କିନ୍ତୁ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହେବେ ବୋଲି ଶନିବାର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କାଏମା ପଞ୍ଚାୟତ ରାଜନୀତି ସରଗରମ ହୋଇଛି। ଯଦି କାଏମା ସରପଞ୍ଚ ଭାଜପାରେ ମିଶିବେ ତେବେ ଅନେକ ଭାଜପା କର୍ମୀ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ନିର୍ବାଚନମଣ୍ଡଳୀରେ ଥିବା ୫୪ ପଞ୍ଚାୟତ ମଧ୍ୟରୁ ବଡ଼କାଏମା ଏକ ସ୍ବାଭିମାନୀ ପଞ୍ଚାୟତ। ଗତ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତବାସୀ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥତ୍ନୀ କୁମୁଦିନୀ ମହାନ୍ତିଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଥିଲେ। ମାତ୍ର ସେ ସରପଞ୍ଚ ହେବା ପରେ ପଞ୍ଚାୟତର ଉନ୍ନତୀକରଣ କାର୍ଯ୍ୟ ଦିଗରେ ଯଥେଷ୍ଟ ଆଗକୁ ବଢ଼ି ପାରି ନ ଥିବା ଆଲୋଚନା ଜୋରଧରିଛି। ସେହିପରି ତାଙ୍କ ଦଳ ବଦଳାଇବାକୁ ନେଇ ଉଭୟ ବିଜେଡି ଓ ଭାଜପା ମଧ୍ୟରେ ନାନା ଆଲୋଚନା ଜାରି ରହିଛି।

ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରପଞ୍ଚଙ୍କୁ ଅଣଦେଖା କରୁଥିବା ସେ କହିଛନ୍ତି। କୁମୁଦିନୀଙ୍କ କହିବା ଅନୁସାରେ, ସେ କଳ୍ପତରୁ ଦାସଙ୍କ ସମୟରୁ ରାଜନୀତି ସହ ସମ୍ପୃକ୍ତ ଅଛନ୍ତି। ମାତ୍ର ତାଙ୍କ ଶରୀର ଅସୁସ୍ଥ ଥିବା ସମୟରେ ପୂର୍ବତନ ବିଧାୟକ ଥରେ ହେଲେ ବି ତାଙ୍କୁ ଦେଖିବାକୁ ଆସି ନ ଥିଲେ। ନିକଟ ଏକ ଗଁାକୁ ଲକ୍ଷ୍ମୀ ପୂଜାକୁ ନିମନ୍ତ୍ରିତ ହୋଇ ଆସିବା ସମୟରେ ବି ସରପଞ୍ଚଙ୍କ କଥା ପଚାରି ନଥିଲେ। ଯାହାକି ତାଙ୍କ ପ୍ରତି ଅବହେଳା ଓ ଅଣଦେଖା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଭାଜପାରେ ସାମିଲ ହେବା ପାଇଁ ଅନେକ ବାର ଯୋଗାଯୋଗ କରାଯାଇଛି। ତେଣୁ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
କାଏମାର ଭାଜପା ନେତା ଶିଶିର ମାହାଣା କହିଛନ୍ତି, କାଏମା ପଞ୍ଚାୟତ ପାଇଁ ବିଧାୟକ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି। ମାତ୍ର କମିଟି ନିକଟରେ ଏ ବିଷୟରେ କୌଣସି ସୂଚନାନାହିଁ। ସରପଞ୍ଚଙ୍କୁ ଭାଜପାରେ ସାମିଲ ପାଇଁ ବାରମ୍ବାର ଯୋଗାଯୋଗ କରାଯିବା କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଯଦି କାଏମା ସରପଞ୍ଚ ଭାଜପାରେ ସାମିଲ ହେବେ ତେବେ ସେ ଓ ଅନେକ କର୍ମୀ ଦଳ ଛାଡ଼ିବେ ବୋଲି କହି ମାହାଣା ମତ ରଖିଛନ୍ତି। ଏନେଇ ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ଦଳରେ କିଏ ରହିବେ ଓ ଯିବେ ତାହା ତାଙ୍କ ଇଚ୍ଛା। କାଏମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ତାଙ୍କୁ ଡକାଯାଇଥିଲା। ସରପଞ୍ଚଙ୍କୁ କ’ଣ ପାଇଁ ଖବର ଦିଆଯାଇ ଥାଆନ୍ତା। ଏହା କୌଣସି ପଞ୍ଚାୟତ କାର୍ଯ୍ୟ ନ ଥିଲା ଏବଂ ସରପଞ୍ଚ ଦଳ ଛାଡ଼ିବେ କି ନାହିଁ ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ବଳବନ୍ତରାୟ ସ୍ପଷ୍ଟ କରିଛନ୍ତି। ସେହିପରି କାଏମା ବିଜେଡିର ବରିଷ୍ଠ ନେତା ବଟକୃଷ୍ଣ ରାଉତ କହିଛନ୍ତି, ସରପଞ୍ଚ ଦଳ ଛାଡ଼ିଲେ ପଞ୍ଚାୟତରେ କୌଣସି ପ୍ରଭାବ ପଡ଼ିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?