Posted inଜାତୀୟ

ଭାଜପା-ଏନପିପି କରୁଛନ୍ତି ନାଟକ, ଶେଷକଥା ଲେଖିବେ ମେଘାଳୟ ଜନତା: କଂଗ୍ରେସ…

ଶିଲଂ,୨୨।୨ : ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଦ୍ୱାରା ଖେଳାଯାଇଥିବା ନାଟକକୁ ମେଘାଳୟର ଲୋକମାନେ ଦେଖୁଛନ୍ତି। ତେବେ ଏହାର ଶେଷକଥା(କ୍ଲାଇମାକ୍ସ) ଫେବୃଆରୀ ୨୭ ରେ ରାଜ୍ୟର ସାଧାରଣ ଜନତା ଲେଖିବେ। କଂଗ୍ରେସ ଏମ୍‌ପି ତଥା ମେଘାଳୟ ସ୍କ୍ରିନିଂ କମିଟିର ସଭାପତି ଗୌରବ ଗୋଗୋଇଙ୍କ ଏଭଳି କହିଛନ୍ତି। ଗଣମାଧ୍ୟମ ସହିତ ସାକ୍ଷାତକାରରେ ସେ ଦୁର୍ନୀତି ପାଇଁ ଭାଜପାକୁ ଦାୟୀ କରିଛନ୍ତି। ଏନପିପି ଭାଜପା ଉପରେ କାଦୁଅ ପିଙ୍ଗୁଛି କିନ୍ତୁ ଏନପିପି ଭୁଲିଯାଉଛି ଯେ ସେ ମଧ୍ୟ ସେହି ସରକାରର ଏକ ଅଂଶ ଥିଲା।

ଜନସାଧାରଣ ସବୁକିଛି ଦେଖୁଛନ୍ତି ଏବଂ ଜନସାଧାରଣ ଏହା ବୁଝୁଛନ୍ତି ଯେ ଏହା କେବଳ ଏକ ନାଟକ। ଗତ ପାଞ୍ଚ ବର୍ଷ ମଧ୍ୟରେ ଜନସାଧାରଣ ଦେଖିଛନ୍ତି ଉଭୟ ଦଳ ମିଳିତ ଭାବରେ କିପରି ନିଜ ପାଇଁ ମେଘାଳୟର ପ୍ରାକୃତିକ ସମ୍ପଦର ଶୋଷଣ କରିଛନ୍ତି।
କଂଗ୍ରେସ ଏକ ନୂତନ ତଥା ଶକ୍ତିଶାଳୀ ପ୍ରାର୍ଥୀଙ୍କ ସହ ନିର୍ବାଚନକୁ ପ୍ରବେଶ କରିଛି। ସେମାନେ ମେଘାଳୟର ଲୋକଙ୍କଠାରୁ ଅନେକ ଭଲପାଇବା ଏବଂ ଆଶୀର୍ବାଦ ପ୍ରାପ୍ତ ଆଶା କରୁଛନ୍ତି। ସରକାର ଗଠନ ହେବା ମାତ୍ରେ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବ।

ଗୋଗୋଇ କହିଛନ୍ତି, ଲୋକମାନେ ବୁଝୁଛନ୍ତି ଯେ ଏଠାରେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ନିଜେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ପ୍ରତ୍ୟେକ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ଦିସପୁର ଏବଂ ଦିଲ୍ଲୀ ଆଡକୁ ଦୃଷ୍ଟି ଦେବାକୁ ପଡିବ। ସେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ସେଥିପାଇଁ ଭାଜପା ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରୁଛି ଏବଂ ନିଜକୁ ସ୍ବଚ୍ଛ ବୋଲି ଘୋଷଣା କରୁଛି। ସେମାନେ ଭାବନ୍ତି ଯେ ଜନସାଧାରଣ ମୂର୍ଖ। ସେମାନେ ଦେଖନ୍ତି ନାହିଁ ଯେ ସେମାନଙ୍କର ଦୁଇଜଣ ବିଧାୟକ ସରକାରଙ୍କର ଅଂଶ ଥିଲେ।

ରାଜ୍ୟର ଯୁବକମାନେ ବେକାରୀ ସହିତ ଲଢୁଥିବାବେଳେ ଦୁଇ ଦଳ ନିଜ ନିଜ ପକେଟ ଭର୍ତ୍ତି କରିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏକ ମେଡିକାଲ କଲେଜ ଖୋଲିପାରିଲା ନାହିଁ। ଏଠାକାର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ପଡୁଛି। ରାଜ୍ୟରେ ବହୁ ଦୁର୍ନୀତି ହୋଇଛି। କିନ୍ତୁ ପରେ ଏନପିପି ବିରୋଧରେ ଦୁର୍ନୀତି ଅଭିଯୋଗ କରୁଥିବା ଭାଜପା ସେତେବେବେଳେ କୁଆଡେ ଯାଇଥିଲା। ମେଘାଳୟର ଲୋକଙ୍କୁ ମଧ୍ୟ ଭାଜପାକୁ ଉତ୍ତର ଦେବାକୁ ପଡିବ। ସେମାନେ ସେମାନଙ୍କର ଦାୟିତ୍ୱରୁ ଖସି ଯାଇପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri