Posted inଜାତୀୟ

ଭାଜପା-ଏନପିପି କରୁଛନ୍ତି ନାଟକ, ଶେଷକଥା ଲେଖିବେ ମେଘାଳୟ ଜନତା: କଂଗ୍ରେସ…

ଶିଲଂ,୨୨।୨ : ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଦ୍ୱାରା ଖେଳାଯାଇଥିବା ନାଟକକୁ ମେଘାଳୟର ଲୋକମାନେ ଦେଖୁଛନ୍ତି। ତେବେ ଏହାର ଶେଷକଥା(କ୍ଲାଇମାକ୍ସ) ଫେବୃଆରୀ ୨୭ ରେ ରାଜ୍ୟର ସାଧାରଣ ଜନତା ଲେଖିବେ। କଂଗ୍ରେସ ଏମ୍‌ପି ତଥା ମେଘାଳୟ ସ୍କ୍ରିନିଂ କମିଟିର ସଭାପତି ଗୌରବ ଗୋଗୋଇଙ୍କ ଏଭଳି କହିଛନ୍ତି। ଗଣମାଧ୍ୟମ ସହିତ ସାକ୍ଷାତକାରରେ ସେ ଦୁର୍ନୀତି ପାଇଁ ଭାଜପାକୁ ଦାୟୀ କରିଛନ୍ତି। ଏନପିପି ଭାଜପା ଉପରେ କାଦୁଅ ପିଙ୍ଗୁଛି କିନ୍ତୁ ଏନପିପି ଭୁଲିଯାଉଛି ଯେ ସେ ମଧ୍ୟ ସେହି ସରକାରର ଏକ ଅଂଶ ଥିଲା।

ଜନସାଧାରଣ ସବୁକିଛି ଦେଖୁଛନ୍ତି ଏବଂ ଜନସାଧାରଣ ଏହା ବୁଝୁଛନ୍ତି ଯେ ଏହା କେବଳ ଏକ ନାଟକ। ଗତ ପାଞ୍ଚ ବର୍ଷ ମଧ୍ୟରେ ଜନସାଧାରଣ ଦେଖିଛନ୍ତି ଉଭୟ ଦଳ ମିଳିତ ଭାବରେ କିପରି ନିଜ ପାଇଁ ମେଘାଳୟର ପ୍ରାକୃତିକ ସମ୍ପଦର ଶୋଷଣ କରିଛନ୍ତି।
କଂଗ୍ରେସ ଏକ ନୂତନ ତଥା ଶକ୍ତିଶାଳୀ ପ୍ରାର୍ଥୀଙ୍କ ସହ ନିର୍ବାଚନକୁ ପ୍ରବେଶ କରିଛି। ସେମାନେ ମେଘାଳୟର ଲୋକଙ୍କଠାରୁ ଅନେକ ଭଲପାଇବା ଏବଂ ଆଶୀର୍ବାଦ ପ୍ରାପ୍ତ ଆଶା କରୁଛନ୍ତି। ସରକାର ଗଠନ ହେବା ମାତ୍ରେ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବ।

ଗୋଗୋଇ କହିଛନ୍ତି, ଲୋକମାନେ ବୁଝୁଛନ୍ତି ଯେ ଏଠାରେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ନିଜେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ପ୍ରତ୍ୟେକ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ଦିସପୁର ଏବଂ ଦିଲ୍ଲୀ ଆଡକୁ ଦୃଷ୍ଟି ଦେବାକୁ ପଡିବ। ସେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ସେଥିପାଇଁ ଭାଜପା ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରୁଛି ଏବଂ ନିଜକୁ ସ୍ବଚ୍ଛ ବୋଲି ଘୋଷଣା କରୁଛି। ସେମାନେ ଭାବନ୍ତି ଯେ ଜନସାଧାରଣ ମୂର୍ଖ। ସେମାନେ ଦେଖନ୍ତି ନାହିଁ ଯେ ସେମାନଙ୍କର ଦୁଇଜଣ ବିଧାୟକ ସରକାରଙ୍କର ଅଂଶ ଥିଲେ।

ରାଜ୍ୟର ଯୁବକମାନେ ବେକାରୀ ସହିତ ଲଢୁଥିବାବେଳେ ଦୁଇ ଦଳ ନିଜ ନିଜ ପକେଟ ଭର୍ତ୍ତି କରିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏକ ମେଡିକାଲ କଲେଜ ଖୋଲିପାରିଲା ନାହିଁ। ଏଠାକାର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ପଡୁଛି। ରାଜ୍ୟରେ ବହୁ ଦୁର୍ନୀତି ହୋଇଛି। କିନ୍ତୁ ପରେ ଏନପିପି ବିରୋଧରେ ଦୁର୍ନୀତି ଅଭିଯୋଗ କରୁଥିବା ଭାଜପା ସେତେବେବେଳେ କୁଆଡେ ଯାଇଥିଲା। ମେଘାଳୟର ଲୋକଙ୍କୁ ମଧ୍ୟ ଭାଜପାକୁ ଉତ୍ତର ଦେବାକୁ ପଡିବ। ସେମାନେ ସେମାନଙ୍କର ଦାୟିତ୍ୱରୁ ଖସି ଯାଇପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ପାଠ ପଢିବାକୁ ୫୦ କିଲୋମିଟର ଯାତ୍ରା କରୁଛନ୍ତି ୨ଶହ ଛାତ୍ରୀଛାତ୍ର

ମୁମ୍ବାଇ,୨୨।୮: ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅନ୍‌ଲାଇନରେ ପାଠ ପଢିବାକୁ ପାଖାପାଖି ୨ଶହ ଛାତ୍ରୀଛାତ୍ର ଦୈନିକ ୫୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ପ୍ରଥମେ କରୋନା ମହାମାରୀ...

ସିଭିଲ ସର୍ଭିସ ଆଶାୟୀଙ୍କୁ ଲାଠିମାଡ଼

ପାଟନା,୩୧।୮: ବିହାର ପବ୍ଲିକ୍‌ ସର୍ଭିସ କମିଶନ (ବିପିଏସ୍‌ସି) ପରୀକ୍ଷାରେ ନୂଆ ଫର୍ମାଟକୁ ବିରୋଧରେ କରି ବୁଧବାର ପାଟନାସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା...

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ପୁଲଓ୍ବାମା ଆକ୍ରମଣରେ କିଏ ଲାଭବାନ ହୋଇଛି

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣର ବର୍ଷପୂର୍ତ୍ତୀ ଅବସରରେ ଶହୀଦ ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ...

ଗୁରୁବାରଠାରୁ କେଦାରନାଥ ଯାତ୍ରା ଆରମ୍ଭ: ଜୁନ ୩୦ପର୍ଯ୍ୟନ୍ତ କେବଳ ରୁଦ୍ରପ୍ରୟାଗବାସୀ କରିପାରିବେ ଦର୍ଶନ

ରୁଦ୍ରପ୍ରୟାଗ,୧୧।୬: ଦେବସ୍ଥାନମ୍‌ ବୋର୍ଡର ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ ଯାତ୍ରାକୁ ଖୋଲି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ପର୍ଯ୍ୟନ୍ତ କେବଳ ସ୍ଥାନୀୟ ଲୋକ...

ସୁପ୍ରିମକୋର୍ଟ ନ୍ୟାୟବିଜ୍ଞ ହୁଅନ୍ତୁ

ନୂଆଦିଲ୍ଲୀ,୨୬ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏବଂ ନ୍ୟାୟପାଳିକା ସମ୍ପର୍କରେ ଟୁଇଟ୍‌ କରି ଫସିଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର...

୧୯କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩ା୨(ପି.ଟି.): କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଦାଏର ଅଦାଲତ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆନ୍ଧ୍ର ପ୍ରଦେଶକୁ ଜବାବ ତଲବ କରିଛନ୍ତି।...

ଚାଇନାର ପୂର୍ବତନ ଯବାନଙ୍କୁ ଭାରତ ଆସିବାକୁ ଭିଜା ମିଳିଲା

ଭୋପାଳ,୬-୯(ପି.ଟି.): ଚାଇନାର ଜଣେ ପୂର୍ବତନ ଯବାନ ଓ୍ବାଙ୍ଗ୍‌ ଚାଙ୍ଗ୍‌ କି(୮୦)ଙ୍କୁ ଭାରତ ଫେରିବା ଲାଗି ଭିଜା ମିଳିଛି। ୧୯୭୪ରେ ସେ ମଧ୍ୟପ୍ରଦେଶରେ ବିବାହ କରି ୨୦୧୭ରେ...

ଅଗଷ୍ଟ ୫କୁ ମନେ ରଖିବ ଦେଶ, ବିରୋଧୀ କରୁଛନ୍ତି ସେଲ୍ଫ ଗୋଲ, କହିଲେ ମୋଦି…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରପ୍ରଦେଶରେ ’ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା...

Advertisement
Archives

Model This Week