Posted inଜାତୀୟ

ନାବାଳିକାଙ୍କ ସହିତ ଆପତ୍ତି ଜନକ ଫଟୋ ଉଠାଇଲେ ଭାଜପା ବିଧାୟକ: କଂଗ୍ରେସ କଲା ବିରୋଧ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର କଂଗ୍ରେସ ପକ୍ଷରୁ ବାଲାଘାଟର ଭାଜପା ବିଧାୟକ ଗୌରୀଶଙ୍କର ବିସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି। ବିଧାୟକ ବିସେନ ନାବାଳିକାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଶେୟାର କରିଥିବା ଏହି ଭିଡିଓକୁ ନେଇ ଭାଜପା କ୍ରୋଧିତ ହେବା ସହ ଗୌରୀଶଙ୍କର ବିସେନ ଏନେଇ କଂଗ୍ରେସ ବିରୋଧରେ ଏଫଆଇଆର ଦାଖଲ କରିବାକୁ ମଧ୍ୟ କହିଛନ୍ତି।

ବାସ୍ତବରେ, ଭାଇରାଲ ଭିଡିଓଟି ୨୦ ଜୁନର ବୋଲି କୁହାଯାଉଛି। ଯେତେବେଳେ ବିଧାୟକ ସିଏମ ରାଇଜ ସ୍କୁଲରେ ହାତ ଧରି ଦୁଇଜଣ ନାବାଳିକାଙ୍କୁ ମଞ୍ଚ ଉପରେ ନେଉଥିବାର ଦେଖାଯାଉଛି ଏବଂ ଏହା ପରେ ସେ ସେହି ଝିଅମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ।

ଏହି ଭାଇରାଲ ଭିଡିଓରେ  ଗୁରୁତର ଅଭିଯୋଗ ଆଣିଛି ଏବଂ ଭିଡିଓକୁ ନିଜ ଟୁଇଟର ହ୍ୟାଣ୍ଡେଲ ସହ ଶେୟାର କରିବାବେଳେ ଭାଜପା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ଅନ୍ୟ ପଛୁଆ ବର୍ଗର କଲ୍ୟାଣ ଆୟୋଗର ଅଧ୍ୟକ୍ଷ ଗୌରୀଶଙ୍କର ବିସେନ ନାବାଳିକାମାନଙ୍କ ସହ ଲଜ୍ଜାଜନକ କାର୍ଯ୍ୟ କରୁଛନ୍ତି ବୋଲି ଲେଖିଛନ୍ତି। ଭାଜପା ନେତାଙ୍କଠାରୁ ଝିଅକୁ ବଞ୍ଚାନ୍ତୁ।

ଭାଇରାଲ ଭିଡିଓ ଉପରେ ସ୍ପଷ୍ଟୀକରଣ ଦେଇ ବିଧାୟକ ଗୌରୀଶଙ୍କର ବିସେନ କହିଛନ୍ତି ଜୁନ ୨୦ ରେ ମୋର ନାତୁଣୀ ନିର୍ବିଙ୍କ ଜନ୍ମଦିନ ଥିଲା, ମୋ ନାତୁଣୀର ସାଙ୍ଗମାନେ ମୋତେ ଭେଟି ମୋତେ ଜେଜେବାପା ଙ୍‌ବୋଲି ଡାକିଲେ ଏବଂ ଆମେ ଫଟୋ ଉଠାଇଲୁ, ଏଥିରେ କ’ଣ ଭୁଲ ହେଲା। ସେ କହିଛନ୍ତି କଂଗ୍ରେସ ମାନସିକ ସ୍ତରରେ ଦେବାଳିଆ ହୋଇପଡିଛି। ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ହାରିଛି, ସେଥିପାଇଁ ସେମାନେ ଏପରି କାର୍ଯ୍ୟ କରିଛନ୍ତି। ମୁଁ ସେମାନଙ୍କ ବିରୁଦ୍ଧରେ ଏକ ଏଫଆଇଆର ଦାଖଲ କରିବି। ସେ କହିଛନ୍ତି ଗୌରୀଶଙ୍କର ବିସେନ କିଏ ବୋଲି ସମଗ୍ର ରାଜ୍ୟ ଜାଣନ୍ତି। ମୁଁ କଂଗ୍ରେସକୁ ୬ ରୁ ଗୋଟିଏ ବି ଆସନ ଜିତିବାକୁ ଦେବି ନାହିଁ।

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହାକୁ କଂଗ୍ରେସର ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି ଏବଂ ଏହା କଂଗ୍ରେସର ଘୃଣ୍ୟ ମାନସିକତା ବୋଲି କହିଛନ୍ତି। କଂଗ୍ରେସ ଲୋକମାନେ ଯେଉଁଭଳି ଭାବେ ଭିଡିଓ ଟୁଇଟ କରୁଛନ୍ତ। ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେନେଇ ଆଇନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri