Posted inଜାତୀୟ

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ଫଳାଫଳ ଘୋଷଣା ପରେ ଗଣମାଧ୍ୟମ ସହ କଥା ହେବା ସମୟରେ ତାଙ୍କ ଆଖିରୁ ଲୁହ ଝରିଥିଲା। ସଞ୍ଜୟ ଶର୍ମା ପୂର୍ବ ଘଟଣାକୁ ମନେ ପକାଇ କହିଥିଲେ ଯେ, ଯେଉଁ ନଗର ପରିଷଦ ପରିସରରେ ପୂର୍ବରୁ ତାଙ୍କ ସହ ‘ଛଳନା’ ହୋଇଥିଲା, ଆଜି ସେହି ସ୍ଥାନରେ ଭାଜପାର ସୁମନଲତା ଅଗ୍ରୱାଲ ଜିତିଛନ୍ତି। ଆଜି ଅଲୱର ସହରର ଲୋକେ ଏବଂ ଭାଜପା କର୍ମୀମାନେ ତାହାର ଜବାବ ଦେଇଛନ୍ତି।

ଭାବବିହ୍ବଳ ହେବାର କାରଣ ବିଷୟରେ ସଞ୍ଜୟ ଶର୍ମା କହିଥିଲେ, ପୂର୍ବରୁ ଏହି ପରିସରରେ ମୋ ସହ ଛଳନା କରାଯାଇଥିଲା ଏବଂ ମୋତେ ଘେରି ମାଡ଼ ମରାଯାଇଥିଲା। କିନ୍ତୁ ଆଜି ସେହି ପରିସରରେ ସୁମନଜୀ ବିଜୟର ମାଳା ପିନ୍ଧୁଛନ୍ତି। ଏହା ମୋ ପାଇଁ ଅତ୍ୟନ୍ତ ଭାବବିହ୍ବଳ ମୁହୂର୍ତ୍ତ।

ଏହି ଅବସରରେ ସଞ୍ଜୟ ଶର୍ମା କଂଗ୍ରେସ ନେତା ଟିକାରାମ ଜୁଲିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ପୂର୍ବଥର ବିଜେପିର ବୋର୍ଡ ଗଠନ ହେବାର ସ୍ଥିତି ଥିଲେ ମଧ୍ୟ ମିଛ, ଛଳନା ଏବଂ ଗୁଣ୍ଡାଗିରି ମାଧ୍ୟମରେ ବୋର୍ଡ ଗଠନ କରାଯାଇଥିଲା। ଏଥର ଅଲୱରର ପାର୍ଷଦମାନେ କଂଗ୍ରେସ ଏବଂ ବିଶେଷ କରି ଟିକାରାମ ଜୁଲିଙ୍କୁ ଜବାବ ଦେଇଛନ୍ତି ବୋଲି ସେ କହିଥିଲେ।

ଅଲୱର ନଗର ନିଗମରେ ମୋଟ ୬୫ଟି ୱାର୍ଡ ମଧ୍ୟରୁ ଭାଜପା ୨୮ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୩ଟି ୱାର୍ଡରେ ବିଜୟ ହାସଲ କରିଥିଲା। ମହାପୌର ନିର୍ବାଚନରେ ଭାଜପାର ସୁମନଲତା ଅଗ୍ରୱାଲଙ୍କୁ ୪୨ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୨୩ଟି ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ୧୩ ଜଣ କାଉନସିଲର ସୁମନଲତାଙ୍କ ସପକ୍ଷରେ ଭୋଟ ଦେବାରୁ ଭାଜପା ମେୟର ପଦ ହାସଲ କରିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ଅଲୱରରେ ଭାଜପା ସର୍ବାଧିକ ସିଟ ଜିତିଥିଲେ ମଧ୍ୟ କ୍ରସ ଭୋଟିଂ ଏବଂ ସ୍ବାଧୀନ କାଉନସିଲରଙ୍କ କଂଗ୍ରେସ ସପକ୍ଷରେ ଯିବା କାରଣରୁ ମେୟର ନିର୍ବାଚନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?