Posted inଜାତୀୟ

ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା

ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦଳର ନେତା ଭୁପେନ୍ଦ୍ର ପଟେଲ ୨୦ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ନୂଆ ସରକାର ଗଠନ ପୂର୍ବରୁ ଶୁକ୍ରବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।
ଶନିବାର ଭାଜପା ଗାନ୍ଧିଗନର ସ୍ଥିତ ପ୍ରଦେଶ ଭାଜପା କାର୍ଯ୍ୟଳୟ କମଲମରେ ବିଧାୟକ ଦଳର ବୈଠକ କରିବ । ଏହାପରେ ସମସ୍ତ ନେତା ଦିନ ପ୍ରାୟ ୨ଟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଉପସ୍ଥାପନ କରିବେ ।
ଆସନ୍ତା ୧୨ ତାରିଖ ଅର୍ଥାତ୍ ସୋମବାର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଅନୁମାନ କରାଯାଉଛି କି ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଭାଜପା ଶାସିତ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁଦିନ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଠିକ ସେହିଦିନ ୨୦କ୍ୟାବିନେଟ ମନ୍ତ୍ରୀ ଶପଥ ନେଇପାରନ୍ତି ଆଉ ଏହାର ଗୋଟିଏ ଦିନ ପରେ ସେମାନେ ସେମାନଙ୍କ କାର୍ଯ୍ୟଭାର ସମ୍ଭାଳିବେ ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?