ଭାଜପା ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା

ଢେଙ୍କିକୋଟ୍‌/ଘଟଗାଁ/କେନ୍ଦୁଝର,୩୦ା୫(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ପଞ୍ଚାୟତ ବିନିଦା ଗ୍ରାମରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତ ଜଣେ ଭାଜପା ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ସେ ହେଲେ ପଣ୍ଡାପଡ଼ା ମଣ୍ଡଳ ଭାଜପା ଉପସଭାପତି ତଥା ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ସତ୍ୟଭାମା ସିଂହ (୪୫)। ସତ୍ୟଭାମା ପାଲାଗାୟିକା ଭାବେ ମଧ୍ୟ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ପାଲା ଗ୍ରୁପ୍‌ର ବାୟକଙ୍କ ସହ ତାଙ୍କ ବିବାଦ ଥିବାରୁ ସେ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସତ୍ୟଭାମା ଭାଜପା ନେତ୍ରୀ ଥିବାରୁ ରାଜନୈତିକ ଶତ୍ରୁତାରୁ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ପୋଲିସ ସୂଚନା ମୁତାବକ, ବିନିଦା ଗ୍ରାମ ମଝିରେ ଥିବା ରାଧାକୃଷ୍ଣ ମନ୍ଦିରରେ ରବିବାର ସଂକୀର୍ତ୍ତନ ପରିବେଷଣ ହେଉଥିଲା। ସେଥିରେ ସତ୍ୟଭାମା ସବୁଦିନ ଭଳି ଯୋଗଦେଇଥିଲେ। ସଂକୀର୍ତ୍ତନ ସାରିବା ପରେ ରାତି ସାଢ଼େ ୯ ଟାରୁ ୧୦ଟା ମଧ୍ୟରେ ଘରକୁ ଫେରିଥିଲେ। ଘରେ ତାଙ୍କ ବୃଦ୍ଧା ମା’ ଏକା ଥିବା ବେଳେ ରାତିରେ ପହଞ୍ଚତ୍ବାରେ ବିଳମ୍ବ ହେବାରୁ ଝିଅ ସଂକୀର୍ତ୍ତନ ମଣ୍ଡଳୀ ସହ ମନ୍ଦିରରେ ରହିଗଲା ଭାବି ଶୋଇପଡ଼ିଥିଲେ। ସୋମବାର ସକାଳେ ଘରଠାରୁ ୧୦୦ ମିଟର ଦୂରରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପଣ୍ଡାପଡ଼ା ଥାନା ସବ୍‌ଇନ୍ସପେକ୍ଟର ରାମଚନ୍ଦ୍ର ମହାନ୍ତ, ସଦର ଏସ୍‌ଡିପିଓ ମହେନ୍ଦ୍ର ମୁର୍ମୁ କେନ୍ଦୁଝର ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସତ୍ୟଭାମାଙ୍କ ଭାଇ ଜଗନ୍ନାଥ ସିଂହଙ୍କ ଅଭିଯୋଗ ଅନୁଯାୟୀ, କଟକ ଜିଲା ଟାଙ୍ଗି-ଚୌଦ୍ୱାର ଥାନା ଅଧୀନ ନଖରା ବରେଇପାଟଣା ଗ୍ରାମର ନାରାୟଣ ସାହୁ ସତ୍ୟଭାମାଙ୍କ ପାଖରେ ରହି ପାଲା ମୃଦଙ୍ଗ ବାଦକ (ବାୟକ) ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ବାୟକ କୌଣସି କାରଣରୁ ସତ୍ୟଭାମାଙ୍କୁ ମାଡ଼ମାରିଥିଲେ। ଏହା ପରଠାରୁ ସେ ବିନିଦା ଗ୍ରମାକୁ ଅସୁ ନ ଥିଲେ। ନାରାୟଣ ଘଟଗଁା ଥାନା ଅଧୀନ ସାନ୍ତରାପୁର ଗ୍ରାମର ରାଇବଣ ସାହିରେ ସତ୍ୟଭାମାଙ୍କ ବଡ଼ଭଉଣୀ ଋକ୍ମିଣୀ ନାୟକଙ୍କ ସ୍ବାମୀ ଭୁଲାରାମ ନାୟକଙ୍କ ପାଖରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। ରବିବାର ନାରାୟଣ ରାଇବଣ ସାହିରୁ ଏକ ହାତୁଡି ଧରି ବାହାରି ଥିବା ବେଳେ ସୋମବାର ସକାଳୁ ବିନିଦାର ଜଣେ ଯୁବକଙ୍କୁ ଫୋନ୍‌ କରି ତୁମ ଗ୍ରାମରେ କ’ଣ ଘଟିଛି କି ବୋଲି ପଚାରିଥିଲେ। ବାୟକ କଟକରେ ଥିବା କହିଥିବା ବେଳେ ରବିବାର ରାତିରେ ବିନିଦାରେ ବୁଲୁଥିବା କିଛି ଗ୍ରାମବାସୀ କହିଛନ୍ତି। ତେଣୁ ଘଟଣାରେ ବାୟକଙ୍କ ସମ୍ପୃକ୍ତି ଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପଣ୍ଡାପଡ଼ା ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ଏକ ମାମଲା (ନଂ. ୮୬/୨୩) ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ମୁର୍ମୁ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଥିଲେ। ଘଟଣାସ୍ଥଳରେ ଭାଜପା ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସମେତ ଏକ ପ୍ରତିନିଧି ଦଳ ପହଞ୍ଚତ୍ ପୋଲିସ ଘଟଣାର ଠିକ୍‌ଭାବେ ତଦନ୍ତକରି ଅଭିଯୁକ୍ତଙ୍କୁ ଗିରଫ କରୁ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?