Posted inଜାତୀୟ

ବାହାର ନେତାଙ୍କୁ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୧୭।୧୦ : ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଡିସେମ୍ବର ୪ ସୁଦ୍ଧା ଭୋଟ ହୋଇପାରେ ବୋଲି କୁହାଯାଉଛି। ଦୀର୍ଘ ୨୭ ବର୍ଷ ଧରି ଏହି ରାଜ୍ୟରେ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ ଯାଉଛି। ପ୍ରଥମ ଥର ନିର୍ବାଚନ ଲଢ଼ିବାକୁ ଯାଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ଠାରୁ ଭାଜପା କଡ଼ା ଟକ୍କରର ସମ୍ମୁଖୀନ ହୋଇପାରେ।

ଏଏପି ସେଠାରେ ଏପର୍ଯ୍ୟନ୍ତ ୫୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ବାରମ୍ବାର ଗୁଜରାଟ ଗସ୍ତରେ ଯାଇ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଭାଜପା ଗୁଜରାଟର ସବୁ ଆସନର ନିର୍ବାଚନ ପରିଚାଳନା କରିବା ଲାଗି ବିଭିନ୍ନ ରାଜ୍ୟରୁ ଅଭିଜ୍ଞ ପରିଚାଳକ ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଦାୟିତ୍ୱ ଦେଇଛି। ସେମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପଡୋଶୀ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ଉତ୍ତରପ୍ରଦେଶର ନେତାମାନଙ୍କୁ ମଧ୍ୟ ଗୁଜରାଟ ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯାଇଛି। ସେମାନେ ସ୍ଥାନୀୟ ନେତାମାନଙ୍କ ସହ ସମନ୍ବୟ ରକ୍ଷାକରି ପ୍ରାର୍ଥୀ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱକୁ ଫିଡ୍‌ବ୍ୟାକ୍‌ ଦେବେ।

ମିଳିଥିବା ସୂଚନା ଅନୁଯାୟୀ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେଙ୍କୁ ବଡୋଦରା ଏବଂ ଛୋଟ ଉଦୟପୁର ଜିଲା ଦାୟିତ୍ୱ ଦିଆଯାଇଥିବାବେଳେ ସି.ଟି. ରବି ଏବଂ ତରୁଣ ଚୁଗ୍‌ଙ୍କୁ ଯଥାକ୍ରମେ ଆନନ୍ଦ ଏବଂ ଜାମନଗର ଜିଲା ଦାୟିତ୍ୱ ମିଳିଛି। ସେହିପରି ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ବନସକଣ୍ଠା, ୟୁପି ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂଙ୍କୁ କଚ୍ଛ ଜିଲା ଦାୟିତ୍ୱ ଦିଆଯାଇଛି।

ମଧ୍ୟପ୍ରଦେଶ ମନ୍ତ୍ରୀ ଅରବିନ୍ଦ ସିଂ ଭଦୋରିଆ ଏବଂ ଇନ୍ଦର ସିଂ ପାର୍‌ମାରଙ୍କୁ ଯଥାକ୍ରମେ ଭରୁଚ୍‌ ଓ ଖେଡ଼ା ଦାୟିତ୍ୱରେ ରଖାଯାଇଛି। ବିହାର ଭାଜପା ନେତା ନୀତୀନ ନବୀନ ସୁରଟ ଦାୟିତ୍ୱରେ ଅଛନ୍ତି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଗୁଜରାଟର ୪୬ଟି ଆସନ ଉପରେ ଫୋକସ କରିବାକୁ ସମ୍ପୃକ୍ତ ରାଜ୍ୟର ଭାଜପା ନେତାମାନଙ୍କୁ କୁହାଯାଇଛି। ରାଜସ୍ଥାନ ଭାଜପା ବିଧାୟକ ନାରାୟଣ ସିଂ ଦଓ୍ବୋଲଙ୍କୁ ସେମାନଙ୍କ ସଂଯୋଜକ ନିଯୁକ୍ତ କରାଯାଇଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୨୦୧୭ ନିର୍ବାଚନରେ ଭାଜପା ୯୯ ଆସନ ଜିତିଥିବାବେଳେ କଂଗ୍ରେସକୁ ୭୭ ଆସନ ମିଳିଥିଲା। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୬ଟି ଆସନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?