ଭାଜପା-ବିଜେଡି କଡ଼ା ଟକ୍କର: ଚିନ୍ତାରେ ଭୋଟର, କର୍ମୀ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଛଅ ବିଧାନସଭା ଓ ଗୋଟିଏ ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତ ହୋଇଥିଲେ ହେଁ ଦଳରେ ନେତା ଓ କର୍ମୀମାନଙ୍କ ମଧ୍ୟରେ ସେଭଳି ଉତ୍ସାହ ପରିଲକ୍ଷିତ ହେଉନାହିଁ। ମେଣ୍ଟ ହେବ ନାହିଁ ବୋଲି ଘୋଷଣା ପରେ ଉଭୟ ଦଳ ପୁଣି ତତ୍ପର ହୋଇଉଠିଛନ୍ତି। ଉଭୟ ଦଳ ଯୋଗ୍ୟ ପ୍ରାର୍ଥୀ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝର ଲୋକ ସଭା ସିଟ୍‌ ପାଇଁ ଭାଜପା ଅନନ୍ତ ନାୟକଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଜେଡି ଘୋଷଣା କରିନାହିଁ। ସେହିପରି ବିଜେଡି ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ବଦ୍ରୀ ନାରାୟଣ ପାତ୍ର ଓ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଜଗନ୍ନାଥ ନାୟକଙ୍କ ନାମ ଘୋଷଣା କରିସାରଥିବା ବେଳେ ଭାଜପା ଗୋଟିଏ ହେଲେ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।
ତେବେ ଭାଜପା ଦଳରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବର୍ତ୍ତମାନର ବିଧାୟକ ମୋହନ ମାଝି ଆଶାୟୀଙ୍କ ତାଲିକାରେ ଆଗରେ ରହିଥିଲେ ହେଁ ତାଙ୍କ ନାମ ଘୋଷଣା କରିବାରେ ବିଳମ୍ବକୁ ନେଇ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇଦେଇଛି। ଭାଜପା ରାଜ୍ୟ ଅପେକ୍ଷା କେନ୍ଦ୍ରରେ ସରକାର ଗଠନକୁ ଅଧିତ୍କ ଗୁରୁତ୍ୱ ଦେଉଛି ଏହା କାହାରିକୁ ଅଛପା ନାହିଁ। ଏଣୁ କିଭଳି କେନ୍ଦୁଝର ଲୋକ ସଭା ହାତେଇବ ସେ ନେଇ ରଣକୌଶଳ ପ୍ରସ୍ତୁତ କରୁଛି। ଏଣୁ ଏଥିପାଇଁ ଜିଲାରେ ଛଅ ନିର୍ବାଚନ ମଣ୍ଡଳୀରୁ ଅନ୍ୟୁନ ତିନୋଟି ସିଟ୍‌ରେ ଜିତିବା ସହ ଅନ୍ୟ ତିନୋଟିରେ ଭଲ ଭୋଟ୍‌ ପାଇବା ଜରୁରୀ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ଏଣୁ ଏଥିପାଇଁ ଦଳ ମାପିଚୁପି ଭାବିଚିନ୍ତି ପ୍ରାର୍ଥୀ ଚୟନ କରୁଥିବା ଅନୁମାନ କରାଯାଉଛି।

୬ ନିର୍ବାଚନ ମଣ୍ଡଳୀରୁ ଭାଜପାର ସ୍ଥିତି ସଦର ନିର୍ବାଚନ ମଣ୍ଡଳୀରେ ଭଲ ରହିଛି। କାରଣ କେନ୍ଦୁଝରଗଡ଼ ପୌରାଞ୍ଚଳର ସମ୍ବେଦନଶୀଳ ଭୋଟର ଏହି ସିଟ୍‌ର ଜିତ୍‌ହାର ଅଧିକ ନିର୍ଦ୍ଧାରଣ କରିଥାନ୍ତି। ତେବେ ମୋହନଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ବିବାଦ ଲାଗି ରହିଛି। ଏଣୁ ସିଟ୍‌କୁ ହାତଛଡ଼ା ନ କରିବା ପାଇଁ ଦଳର କେତେକ ନେତା ଓ କର୍ମୀମାନେ ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ଆଲୋଚନା କରୁଛନ୍ତି। ଏଥିପାଇଁ ଏହି ସିଟ୍‌ରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟୁଛି ବୋଲି କୁହାଯାଉଛି। ସେହିପରି ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଦଳରେ ସାମିଲ ସମ୍ଭାବନା। କାରଣ ସନାତନ ଯୋଗଦେଲେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବ ଏବଂ ପ୍ରାର୍ଥୀ ସମ୍ଭାବନାରେ ପରିବର୍ତ୍ତନ ଦେଖାଦେବ। ଏଣୁ ଏହି ସମୟକୁ ଅପେକ୍ଷା କରାଯାଉଥିବା କୁହାଯାଉଛି। ସନାତନ ନିଜର ଅନୁଗତଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଥିବାରୁ ଭାଜପା ଦଳର କେତେକ ନେତା ତାଙ୍କ ସାମିଲକୁ ବିରୋଧ କରୁଛନ୍ତି। ଏଣୁ ଘୋଷଣାରେ ବିଳମ୍ବ ଘଟୁଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ସିଟ୍‌କୁ ଫେରିବାକୁ ବିଜେଡି ମଧ୍ୟ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଣୁ ନୂଆ ମୁହଁ ଦେବ କି ପୁରୁଣା ନେତାଙ୍କୁ ପ୍ରାର୍ଥୀ କରିବ ତାହା ଘୋଷଣାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସେହିପରି ଲୋକ ସଭା ପାଇଁ ପୁଣିଥରେ ଚନ୍ଦ୍ରାଣୀ ମୁର୍ମୁ ଆଶାୟୀ ଥିବା ବେଳେ ତାଙ୍କ ବିରୋଧରେ କର୍ମୀ, ନେତା ତଥା ଭୋଟରଙ୍କ ଅସନ୍ତୋଷ ଯୋଗୁ ଦଳ ବିଚାର କରି ସିଟ୍‌ ହାତେଇବାକୁ କାହାକୁ ପ୍ରାର୍ଥୀ କରିବ ସମୀକ୍ଷା କରୁଛି। ଏଣୁ ବିଜେଡି ଏହି ସିଟ୍‌ରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଛି ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ହେଉଛି।
ବିଜେଡିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଦୁଇ ବିଧାୟକଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବା ନେଇ ଘୋଷଣା ସରିଥିବା ବେଳେ ଅନ୍ୟଗୁଡ଼ିକ ଘୋଷଣାରେ ବିଳମ୍ବକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହେଉଛି। ତେଲକୋଇରୁ ପ୍ରେମାନନ୍ଦଙ୍କ ଦଳରୁ ଇସ୍ତଫା ପରେ ବିକଳ୍ପ ପ୍ରାର୍ଥୀ ଖୋଜୁଛି। ତେବେ ସେଠାରେ ପୂର୍ବତନ ବିଧାୟକ ସିଦ୍ଧୁ ନାୟକ ଆଶାୟୀ ତାଲିକାରେ ଆଗରେ ରହିଛନ୍ତି। ସେହିପରି ଆନନ୍ଦପୁର, ଚମ୍ପୁଆରେ ବର୍ତ୍ତମାନର ବିଧାୟକ ପୁଣିଥରେ ଆଶାୟୀ ଥିବା ବେଳେ ଘୋଷଣାରେ ବିଳମ୍ବ ହେଉଥିବାରୁ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନା ରହିଥିବା ଆଲୋଚନା ହେଉଛି। ଏଣୁ ବିକଳ୍ପ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ହେଁ କିଏ ହେବ ସଠିକ୍‌ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ୱାର୍ଡରଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର,୨୫।୧୦: ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ। ଶୁକ୍ରବାର ପୂର୍ବାହ୍ନରେ ଜେଲ ଭିତରେ ମାରପିଟ୍‌ ହେବା ଘଟଣା ସାମ୍‌ନାକୁ ଆସିଛି। ଜେଲ ୱାର୍ଡରଙ୍କୁ କେତେଜଣ କଏଦୀ ଆକ୍ରମଣ...

କାହିଁକି ଦୁର୍ବଳ ହେଲା ଏହି ଭୟଙ୍କର ବାତ୍ୟା ‘ଦାନା’, ପାଣିପାଗ ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୫ା୧୦: ପାଣିପାଗ ବିଭାଗର ଆକଳନଠାରୁ କମ୍‌ ହୋଇଛି ବର୍ଷା ପବନ। ତେବେ ବାତ୍ୟା ଦୁର୍ବଳ ହେବା ପରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କିମାରିଛି। ସମସ୍ତଙ୍କ...

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କ ନୋଟିସ

କେସିଙ୍ଗା,୨୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ ଓ ଅନାସ୍ଥା ପ୍ରସ୍ତାବ ଗୃହିତ...

ଲ୍ୟାଣ୍ଡଫଲ ପରେ ବି ଟଳିନି ବିପଦ: ଚାନ୍ଦବାଲିରେ ରେକର୍ଡ ବର୍ଷା

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ଦୁର୍ବଳ ହୋଇ...

ତିହିଡ଼ି ବ୍ଲକରେ ସ୍ଥାନାନ୍ତର ହୋଇଛନ୍ତି ୧୦ ହଜାର ବାତ୍ୟା ବିପନ୍ନ

ତିହିଡ଼ି,୨୫ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ତିହିଡି ବ୍ଲକର ସନ୍ଥପୁରା, କମାରିଆ ଇତ୍ୟାଦି ସ୍ଥାନରେ...

କନ୍ଦାଇଲା ‘ଦାନା’: ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…

ଭଦ୍ରକ,୨୫ା୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ରାସ୍ତାରେ ଗଛ...

ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପଥର ବୋଝେଇ ହାଇଓ୍ବା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ଅଞ୍ଚଳରେ ଗୁରୁବାର ପଥର ବୋଝେଇ ହାଇଓ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଜଣେ ରହିଥିବାବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri