ଭାଜପା-ବିଜେଡି କଡ଼ା ଟକ୍କର: ଚିନ୍ତାରେ ଭୋଟର, କର୍ମୀ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଛଅ ବିଧାନସଭା ଓ ଗୋଟିଏ ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତ ହୋଇଥିଲେ ହେଁ ଦଳରେ ନେତା ଓ କର୍ମୀମାନଙ୍କ ମଧ୍ୟରେ ସେଭଳି ଉତ୍ସାହ ପରିଲକ୍ଷିତ ହେଉନାହିଁ। ମେଣ୍ଟ ହେବ ନାହିଁ ବୋଲି ଘୋଷଣା ପରେ ଉଭୟ ଦଳ ପୁଣି ତତ୍ପର ହୋଇଉଠିଛନ୍ତି। ଉଭୟ ଦଳ ଯୋଗ୍ୟ ପ୍ରାର୍ଥୀ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝର ଲୋକ ସଭା ସିଟ୍‌ ପାଇଁ ଭାଜପା ଅନନ୍ତ ନାୟକଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଜେଡି ଘୋଷଣା କରିନାହିଁ। ସେହିପରି ବିଜେଡି ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ବଦ୍ରୀ ନାରାୟଣ ପାତ୍ର ଓ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଜଗନ୍ନାଥ ନାୟକଙ୍କ ନାମ ଘୋଷଣା କରିସାରଥିବା ବେଳେ ଭାଜପା ଗୋଟିଏ ହେଲେ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।
ତେବେ ଭାଜପା ଦଳରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବର୍ତ୍ତମାନର ବିଧାୟକ ମୋହନ ମାଝି ଆଶାୟୀଙ୍କ ତାଲିକାରେ ଆଗରେ ରହିଥିଲେ ହେଁ ତାଙ୍କ ନାମ ଘୋଷଣା କରିବାରେ ବିଳମ୍ବକୁ ନେଇ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇଦେଇଛି। ଭାଜପା ରାଜ୍ୟ ଅପେକ୍ଷା କେନ୍ଦ୍ରରେ ସରକାର ଗଠନକୁ ଅଧିତ୍କ ଗୁରୁତ୍ୱ ଦେଉଛି ଏହା କାହାରିକୁ ଅଛପା ନାହିଁ। ଏଣୁ କିଭଳି କେନ୍ଦୁଝର ଲୋକ ସଭା ହାତେଇବ ସେ ନେଇ ରଣକୌଶଳ ପ୍ରସ୍ତୁତ କରୁଛି। ଏଣୁ ଏଥିପାଇଁ ଜିଲାରେ ଛଅ ନିର୍ବାଚନ ମଣ୍ଡଳୀରୁ ଅନ୍ୟୁନ ତିନୋଟି ସିଟ୍‌ରେ ଜିତିବା ସହ ଅନ୍ୟ ତିନୋଟିରେ ଭଲ ଭୋଟ୍‌ ପାଇବା ଜରୁରୀ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ଏଣୁ ଏଥିପାଇଁ ଦଳ ମାପିଚୁପି ଭାବିଚିନ୍ତି ପ୍ରାର୍ଥୀ ଚୟନ କରୁଥିବା ଅନୁମାନ କରାଯାଉଛି।

୬ ନିର୍ବାଚନ ମଣ୍ଡଳୀରୁ ଭାଜପାର ସ୍ଥିତି ସଦର ନିର୍ବାଚନ ମଣ୍ଡଳୀରେ ଭଲ ରହିଛି। କାରଣ କେନ୍ଦୁଝରଗଡ଼ ପୌରାଞ୍ଚଳର ସମ୍ବେଦନଶୀଳ ଭୋଟର ଏହି ସିଟ୍‌ର ଜିତ୍‌ହାର ଅଧିକ ନିର୍ଦ୍ଧାରଣ କରିଥାନ୍ତି। ତେବେ ମୋହନଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ବିବାଦ ଲାଗି ରହିଛି। ଏଣୁ ସିଟ୍‌କୁ ହାତଛଡ଼ା ନ କରିବା ପାଇଁ ଦଳର କେତେକ ନେତା ଓ କର୍ମୀମାନେ ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ଆଲୋଚନା କରୁଛନ୍ତି। ଏଥିପାଇଁ ଏହି ସିଟ୍‌ରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟୁଛି ବୋଲି କୁହାଯାଉଛି। ସେହିପରି ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଦଳରେ ସାମିଲ ସମ୍ଭାବନା। କାରଣ ସନାତନ ଯୋଗଦେଲେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବ ଏବଂ ପ୍ରାର୍ଥୀ ସମ୍ଭାବନାରେ ପରିବର୍ତ୍ତନ ଦେଖାଦେବ। ଏଣୁ ଏହି ସମୟକୁ ଅପେକ୍ଷା କରାଯାଉଥିବା କୁହାଯାଉଛି। ସନାତନ ନିଜର ଅନୁଗତଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଥିବାରୁ ଭାଜପା ଦଳର କେତେକ ନେତା ତାଙ୍କ ସାମିଲକୁ ବିରୋଧ କରୁଛନ୍ତି। ଏଣୁ ଘୋଷଣାରେ ବିଳମ୍ବ ଘଟୁଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ସିଟ୍‌କୁ ଫେରିବାକୁ ବିଜେଡି ମଧ୍ୟ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଣୁ ନୂଆ ମୁହଁ ଦେବ କି ପୁରୁଣା ନେତାଙ୍କୁ ପ୍ରାର୍ଥୀ କରିବ ତାହା ଘୋଷଣାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସେହିପରି ଲୋକ ସଭା ପାଇଁ ପୁଣିଥରେ ଚନ୍ଦ୍ରାଣୀ ମୁର୍ମୁ ଆଶାୟୀ ଥିବା ବେଳେ ତାଙ୍କ ବିରୋଧରେ କର୍ମୀ, ନେତା ତଥା ଭୋଟରଙ୍କ ଅସନ୍ତୋଷ ଯୋଗୁ ଦଳ ବିଚାର କରି ସିଟ୍‌ ହାତେଇବାକୁ କାହାକୁ ପ୍ରାର୍ଥୀ କରିବ ସମୀକ୍ଷା କରୁଛି। ଏଣୁ ବିଜେଡି ଏହି ସିଟ୍‌ରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଛି ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ହେଉଛି।
ବିଜେଡିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଦୁଇ ବିଧାୟକଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବା ନେଇ ଘୋଷଣା ସରିଥିବା ବେଳେ ଅନ୍ୟଗୁଡ଼ିକ ଘୋଷଣାରେ ବିଳମ୍ବକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହେଉଛି। ତେଲକୋଇରୁ ପ୍ରେମାନନ୍ଦଙ୍କ ଦଳରୁ ଇସ୍ତଫା ପରେ ବିକଳ୍ପ ପ୍ରାର୍ଥୀ ଖୋଜୁଛି। ତେବେ ସେଠାରେ ପୂର୍ବତନ ବିଧାୟକ ସିଦ୍ଧୁ ନାୟକ ଆଶାୟୀ ତାଲିକାରେ ଆଗରେ ରହିଛନ୍ତି। ସେହିପରି ଆନନ୍ଦପୁର, ଚମ୍ପୁଆରେ ବର୍ତ୍ତମାନର ବିଧାୟକ ପୁଣିଥରେ ଆଶାୟୀ ଥିବା ବେଳେ ଘୋଷଣାରେ ବିଳମ୍ବ ହେଉଥିବାରୁ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନା ରହିଥିବା ଆଲୋଚନା ହେଉଛି। ଏଣୁ ବିକଳ୍ପ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ହେଁ କିଏ ହେବ ସଠିକ୍‌ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?