Posted inଜାତୀୟ

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ, ହରିଆଣା ସମେତ ୬ଟି ରାଜ୍ୟରେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ନିଜର ବିଜୟ ହାସଲ ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ଦଳରୁ ଟିକେଟ ପାଇବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ, ହରିଆଣା ଓ ତେଲେଙ୍ଗାନାର ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଶନିବାର ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହୋଇଥିବା ଏବଂ ହରିଆଣା ବିଧାନସଭାର ସଦସ୍ୟ କୁଲଦୀପ ବିଷ୍ଣୋଇଙ୍କୁ ଦଳ ଏକ ରିଟର୍ନ ଉପହାର ଦେଇଛି। ଆଦମପୁର ବିଧାନସଭା ଆସନରୁ କୁଲଦୀପଙ୍କ ପୁଅ ଭବ୍ୟ ବିଷ୍ଣୋଇଙ୍କୁ ଭାଜପା ଟିକେଟ ଦେଇଛି। କୁଲଦୀପଙ୍କ ଇସ୍ତଫା ପରେ ଆଦମପୁର ବିଧାନସଭା ଆସନ ଖାଲି ପଡ଼ିଥିଲା। ସେହିପରି ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲାର ଗୋଲା ଗୋକରନାଥରୁ ଅରବିନ୍ଦ ଗିରିଙ୍କ ପୁଅ ଅମାନ ଗିରିଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପଟେ ତେଲେଙ୍ଗାନାରେ ରାଜନୈତିକ ଭିତ୍ତିଭୂମିକୁ ମଜଭୁତ କରିବାକୁ ଚେଷ୍ଟା କରୁଥିବା ଭାଜପା ମନୁୁଗୋଡେ ବିଧାନସଭା ଆସନରୁ କୋମାତିରେଡି ରାଜାଗୋପାଲ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୪ ନାମ

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ହଠାତ୍ ବିଜୟ ରୂପାନି ଇସ୍ତଫା ଦେଇଛନ୍ତି । ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ତାଙ୍କ...

ରାହୁଲ ଗାନ୍ଧୀ ଦେଶ ପାଇଁ ବିପଦ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ଅତ୍ୟନ୍ତ ବିପଜ୍ଜନକ। ସେ ଭାରତକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ...

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା...

ସ୍ମାର୍ଟଫୋନର ଅପବ୍ୟବହାର,ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ: ଫାରୁକ ଅବଦୁଲ୍ଲା…

ଶ୍ରୀନଗର,୧୩।୬ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି, ସ୍ମାର୍ଟଫୋନର ଅପବ୍ୟବହାର ଏବଂ ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛି।...

ବେଡ୍‌ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍‌...

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ

ମୁମ୍ବାଇ,୨୦ା୪: ଆଦାନୀ-ହିଣ୍ଡେନ୍‌ବର୍ଗ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ...

ଆପତ୍ତିଜନକ ପୋଷ୍ଟ କଲେ ଯିବାକୁ ପଡିବ ଜେଲ୍‌!

ଥିରୁଭାନନ୍ତପୁରମ,୨୨ ।୧୧: କେରଳର ଏଲ୍‌ଡିଏଫ୍ ସରକାର ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଥିବା ସାଇବର କ୍ରାଇମରେ ଲଗାମ ଲାଗାଇବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ବଙ୍ଗୋପସାଗର ଉପକୂଳ ମୁହାଁ ଘୁର୍ଣ୍ଣିବଳୟ ମୋଚା, ଆନ୍ଧ୍ରପ୍ରଦେଶ ସମେତ ୩ ରାଜ୍ୟକୁ ଆଲର୍ଟ

ନୂଆଦିଲ୍ଲୀ,୭।୫: ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ରବିବାରଠାରୁ ବଙ୍ଗେପାସାଗର ଉପକୂଳରେ ଆସୁଥିବା ଏକ ଘୂର୍ଣ୍ଣିବଳୟକୁ ନେଇ ଚେତାବନୀ ଜାରି କରିଛି। ଏହି ଘୂର୍ଣ୍ଣିବଳୟ ଦେଶର ପୂର୍ବ ଉପକୂଳରେ...

Advertisement
Archives

Model This Week