୨୦୨୪ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଦଳ କିପରି କ୍ଲିନ୍‌ ସୁଇପ୍‌ କରିବ ସେ ନେଇ ବିଜେଡି ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି।
ସ୍ତରରେ ବିଜେଡିକୁ କିପରି ଆହୁରି ଅଧିକ ସୁଦୃଢ଼ ତଥା ସୁସଂଗଠିତ କରାଯାଇ ପାରିବେ ସେ ନେଇ ଶନିବାର ନବୀନ ନିବାସଠାରେ ଜିଲା ପର୍ଯ୍ୟବେକ୍ଷକମାନଙ୍କର ବୈଠକ ଆରମ୍ଭ ହୋଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ଜିଲାରେ ଦଳର ସ୍ଥିତି ନେଇ ଜିଲାୱାରି ପର୍ଯ୍ୟବେକ୍ଷକଙ୍କ ସହ ୱାନ୍‌ ଟୁ ୱାନ୍‌ କଥା ହୋଇଛନ୍ତି । ପ୍ରଥମ ଦିବସରେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ବର, ନୟାଗଡ଼, ଅନୁଗୋଳ, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ୯ ଜିଲାର ୮ ପର୍ଯ୍ୟବେକ୍ଷକଙ୍କ ସହ ନବୀନ ଆଲୋଚନା କରିଛନ୍ତି।
ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମେ ନୟାଗଡ଼ ଜିଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରାଙ୍କ ସହ କଥା ହୋଇଛନ୍ତି । ଏହା ପରେ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବ, କେନ୍ଦ୍ରାପଡ଼ା ଜିଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, କୋରାପୁଟ ଓ ମାଲକାନଗିରି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା, ଅନୁଗୋଳ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ଢେଙ୍କାନାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ନବରଙ୍ଗପୁର ପର୍ଯ୍ୟବେକ୍ଷକ ତୁଷାରକାନ୍ତି ବେହେରା ଓ ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ଜିଲାରେ ବିଜେଡିର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଛନ୍ତି ।
ଆଲୋଚନା ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ କିଛି ସ୍ଥାନରେ କାହିଁକି ବିଜେଡି ପଛୁଆ ରହିଗଲା ଏବଂ ତୃଣମୂଳ ସ୍ତରରେ କ’ଣ ଅସୁବିଧା ରହିଛି ସେ ନେଇ ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ପର୍ଯ୍ୟବେକ୍ଷକମାନଙ୍କୁ କୁହାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୩ ଦିନ ଧରି ୩୦ ଜିଲାର ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ଜିଲାରେ ଦଳର ସ୍ଥିତି ନେଇ ଆଲୋଚନା କରିବେ। ପର୍ଯ୍ୟବେକ୍ଷକମାନଙ୍କଠାରୁ ରିପୋର୍ଟ ମିଳିବା ପରେ ସେଗୁଡ଼ିକୁ ସମୀକ୍ଷା କରାଯିବ। କେଉଁ ପର୍ଯ୍ୟବେକ୍ଷକ ନିଜ ଦାୟିତ୍ୱକୁ କେତେ ତୁଲାଇବାରେ ସଫଳ ହୋଇଛନ୍ତି ସେ ସବୁର ତର୍ଜମା ସଭାପତି କରିବେ। ଆସନ୍ତା ମେ’ରେ ସାଂଗଠନିକ ସ୍ତରରେ ଏକ ଅଦଳବଳଦ ହେବାର ସମ୍ଭାବନା ରହିଛି। ଯେଉଁ ପର୍ଯ୍ୟବେକ୍ଷକମାନଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ନ ଥିବ ଅଥବା ଜଣେ ବ୍ୟକ୍ତି ଦୁଇ କିମ୍ବା ତିନୋଟି ଦାୟିତ୍ୱରେ ଥିବେ ସେମାନଙ୍କୁ ଦାୟିତ୍ୱ ମୁକ୍ତ କରାଯିବା ନେଇ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri