Posted inଫୁରସତ

ନିର୍ଦ୍ଦେଶନା ସମୟରେ ଅନୁଭବ କରିଛି ମହାପ୍ରଭୁଙ୍କ ଅଦୃଶ୍ୟ ଇଙ୍ଗିତ: ନବୀନ

ଅଭିନୟ, ନାଟକ ରଚନା, ନିର୍ଦ୍ଦେଶନା, ନାଟ୍ୟ ପ୍ରଶିକ୍ଷଣ, ମଞ୍ଚପରିଚାଳନା ଏବଂ ଗବେଷଣା ଆଦି କ୍ଷେତ୍ରରେ ତାଙ୍କର ରହିଛି ସ୍ବତନ୍ତ୍ର ଦକ୍ଷତା ଓ ଯୋଗ୍ୟତା। ପ୍ରାୟ ୪ ଦଶନ୍ଧି ମଧ୍ୟରେ ଯାତ୍ରା, ଥିଏଟର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦି ବିଭିନ୍ନ କ୍ଷେତ୍ରରେ ସେ ଅଭିନୟ କରି ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ମିଳିଛି ପୁରସ୍କାର ଓ ସମ୍ମାନ। ସେ ହେଲେ ନବୀନ ପରିଡ଼ା। ଜନ୍ମ ୧୯୫୪ ମାର୍ଚ୍ଚ ୮ ତାରିଖରେ। ପିତାଙ୍କ ନାମ ହରିଶ୍ଚନ୍ଦ୍ର ପରିଡ଼ା, ମାତା ବିଷ୍ଣୁପ୍ରିୟା ପରିଡ଼ା। ଘର ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଳପୁର ଗାଁରେ। ସେ କୁହନ୍ତି, ମୋ ସ୍କୁଲ ବୟସରୁ ହିଁ ନାଟକ ପ୍ରତି ଆଗ୍ରହ ଥିଲି, ମାତ୍ର ବାପା ଚାହଁୁ ନ ଥିଲେ। କାରଣ ପରିବାର ଆଭିଜାତ୍ୟର ଅହଂକାର ରହୁଥିଲା। ମୋର ପାଠପଢ଼ା ଆରମ୍ଭ ହୋଇଥିଲା ବିଶ୍ୱନାଥ ଉ.ପ୍ରା. ସ୍କୁଲରୁ। ମାତ୍ର ସମୟକ୍ରମେ ନାଟକ (ପ୍ରଦର୍ଶନକଳା)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନାଟ୍ୟ ରଚନା, ନିର୍ଦ୍ଦେଶନା, ନାଟ୍ୟପ୍ରଶିକ୍ଷକ, ଅଭିନେତା ତଥା ମଞ୍ଚ ପରିଚାଳନା ଆଦି କ୍ଷେତ୍ରରେ ପ୍ରାୟ ୪୦ବର୍ଷ ଧରି କାର୍ଯ୍ୟରତ। ୧୯୮୩ ଜାନୁୟାରୀରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଲି। ୨୦୦୭ରେ ବିଭାଗୀୟ ମୁଖ୍ୟ ଓ ୨୦୧୦ରେ ଏଠାରେ ଅଧ୍ୟକ୍ଷ ଭାବେ ଯୋଗଦାନ କରି ୨୦୧୨ମାର୍ଚ୍ଚ ଶେଷରେ ସେବାନିବୃତ୍ତ ହୋଇଛି। କିନ୍ତୁ ୧୯୮୬ରୁ ଅଦ୍ୟାବଧି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରାୟୋଜିତ ୬ଗୋଟି ରାଜ୍ୟସ୍ତରୀୟ ନାଟ୍ୟ କର୍ମଶାଳାରେ ପରିଚାଳନା କରିଛି। ଏମିତିରେ ନାଟ୍ୟ କଳାକ୍ଷେତ୍ରରେ ଦୀର୍ଘ ୩୦ ବର୍ଷଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦେଇସାରିଛି। ଏଯାଏ ନାଟକ ମଧ୍ୟରେ- ମୁଦ୍ରାରାକ୍ଷସ, ତଟ ନିରଞ୍ଜନା, ଇଡଫସ୍‌, ଶ୍ରୀ ଜୟଦେବ, ନାଟୁଆ, କଲେଯେତେ ହୁନ୍ଦର, ଚିହ୍ନା ପୃଥିବୀ ଅଚିହ୍ନା ଘର, ଜନନୀ ଜନ୍ମଭୂମିଶ୍ଚ, ଶଙ୍କରା, ବାଇଚଢ଼େଇର ଡେଣା, ଅନ୍ଧପୁଟୁଳିର ଖେଳ ଆଦି ପ୍ରାୟ ୭୦ଟି ଓଡ଼ିଆ ନାଟକରେ ନିର୍ଦ୍ଦେଶନା ଦେଇସାରିଲିଣି। ସେହିପରି ନାଟ୍ୟତ୍ରୟୀ, ନାଟୁଆ ଓ ଅନ୍ୟାନ୍ୟ ନାଟକ, ଅନ୍ଧପୁଟୁଳିର ଖେଳ, କଲେଯେତେ ହୁନ୍ଦର, ଡଷ୍ଟବିନ୍‌, ଅଭିନେତା ଚରିତ୍ର ଓ ଅଭିନୟ, ନାଟ୍ୟପ୍ରବନ୍ଧ, ନିର୍ଦ୍ଦେଶକ ଓ ନିର୍ଦ୍ଦେଶନା, ନାଟ୍ୟ ରଚନା ଆଦି କେତେକ ପୁସ୍ତକ ରଚନା କରିଛି। ୨୦୨୦ମାର୍ଚ୍ଚ ୨୩ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲି। ଏହି ନାଟକରେ ଗାନ୍ଧୀ ଭୂମିକାରେ ଅଭିନୟ କରିଥିଲି। ଦୂରଦର୍ଶନରେ ଓଡ଼ିଆ ଧାରାବାହିକ ଟିକେ ଖରା ଟିକେ ଛାଇ ପାଇଁ ନିର୍ଦ୍ଦେଶନା, ଚତୁର ବିନୋଦ କଥା ପାଇଁ ସଂଳାପ ଲେଖିଛି। ଏମିତି ପ୍ରାୟ ୭ଟି ଧାରାବାହିକରେ ଅଭିନୟ କରିଛି। ଦୁଇଟି ଟେଲି ଫିଲ୍ମ- ଗାନ୍ଧୀ ଆସୁଛନ୍ତି ୨୦୧୯ରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ, ୨୦୨୦ରେ ଏଇଠୁ ଆରମ୍ଭରେ ଗାନ୍ଧୀ ଭୂମିକାରେ ଅଭିନୟ କରିଛି। ଗୋଟାଏ ଅନୁଭବ କଥା କହୁଛି- କାଳିଚରଣ ପଟ୍ଟନାୟକଙ୍କ ରଚିତ ନାଟକ ‘ଜୟଦେବ’ର ନିର୍ଦ୍ଦେଶନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମୋତେ ଦାୟିତ୍ୱ ଦିଆଯାଇ ଥାଏ, କିନ୍ତୁ ନାଟକଟିକୁ ବାରମ୍ବାର ପଢ଼ିଲା ପରେ ବି ତା’ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ମୁଁ କିଛି କୂଳକିନାରା ପାଉ ନ ଥାଏ। ହଠାତ୍‌ ଦିନେ ମନକୁ ଆସିଲା ପୁରୀଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ମୋର ଦୁଃଖ କହିବି । ହେଲେ ରଥଯାତ୍ରା ପରଦିନ ସକାଳୁ ସକାଳୁ ପୁରୀକୁ ବାହାରିଲି, ଉଦ୍ଦେଶ୍ୟଥିଲା ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନକରି ଗୁହାରି ଜଣାଇବି।
କିନ୍ତୁ ପୁରୀରେ ପହଞ୍ଚତ୍ ଦେଖିଲି ପ୍ରଭୁ ରଥରେ ନାହାନ୍ତି, ଗୁଣ୍ଡିଚା ମନ୍ଦିରକୁ ଚାଲିଗଲେଣି। ରଥ ସମ୍ମୁଖରେ ବଡ଼ଦାଣ୍ଡରେ ନାଟକର ପାଣ୍ଡୁଲିପିକୁ ଥୋଇଦେଇ ଲମ୍ବହୋଇ ପଡ଼ିଗଲି। ଆଖିରେ ଲୁହ, ମନରେ କୋହ ଡାକିଲି ପ୍ରଭୁ ହେ ନିଜର ଲୀଳା ନିଜେ ବଖାଣି ଦିଅ ! ମୋତେ କିଆଁ ମଝିରେ କଲବଲ କରି ଲୋକହସା କରିବ । ମୋତେ ଏ ଅପବାଦରୁ ଉଦ୍ଧାର କର ମହାବାହୁ। ତା’ପରେ କଲେଜ ଫେରିଲି, ରିହର୍ସାଲରେ ପହଞ୍ଚି ନାଟକବହିକୁ ମୁଣ୍ଡରେ ମାରି ଆରମ୍ଭ କରିବାକୁ ପୃଷ୍ଠା ଓଲଟାଇଲି ତ ଅନୁଭବ କଲି କିଏ ଯେମିତି ମୋ କାନରେ କହିଦେଉଛି ଏୟାକର,ଏମିତିକର, ତା’ପରକଥା ନ କହିଲେ ଭଲ, କାରଣ ତାହା କେବଳ ଅନୁଭବ କରିହେବ, କହିହେବ ନାହିଁ କି ବୁଝେଇ ହେବ ନାହିଁ।
ଅନନ୍ତ ମହାପାତ୍ରଙ୍କର ନିର୍ଦ୍ଦେଶିତ ନାଟକ ‘ଭଞ୍ଜକବି’ରେ ଉତ୍କଳର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛି। ପୁରସ୍କାର ଭାବେ ନାଟୁଆ ନାଟକ ରଚନା ପାଇଁ ୨୦୧୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୨୦ରେ ବ୍ୟାସକବି ଫକୀର ମୋହନ ସମ୍ମାନ, ୨୦୧୨ରେ ମନନ ସମ୍ମାନ, ନାଟ୍ୟ ପରବ ସମ୍ମାନ, ୨୦୧୩ରେ କୁମାର ଉତ୍ସବ ସମ୍ମାନ, ୨୦୧୭ରେ ଶତାବ୍ଦୀର କଳାକାର ସମ୍ମାନ ପରି ଆହୁରି ଅନେକ ସମ୍ମାନ ମିଳିଛି। କିନ୍ତୁ ନାଟକର ଆଉ କିଛି ତତ୍ତ୍ୱମୂଳକ ପୁସ୍ତକର ରଚନା କରିବା, ଆହୁରି ଅନେକ ନୂତନ ସମ୍ଭାବନାର ନାଟକ ଲେଖିବା, ବିଭିନ୍ନ ସ୍ଥାନରେ ନାଟ୍ୟ କର୍ମଶାଳା କରିବା, ନାଟକ ନିର୍ଦ୍ଦେଶନାକୁ ନେଇ ଆହୁରି କିଛି ନୂତନ ଦିଗନ୍ତର ଆବିଷ୍କାର କରିବା, ସର୍ବୋପରି ବିଭିନ୍ନ ପ୍ରକାର ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କର ଭଲପାଇବା ଗୋଟେଇବାର ଲକ୍ଷ୍ୟରଖିଛି। – ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri