ବିଜେଡି ଉଠାଇଲା ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ୱର,୨୫ା୩:(ରବିନାରାୟଣ ଜେନା): ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ କଂଗ୍ରେସ ସେଇ ଗୋଟିଏ ଜିଦ୍‌ରେ ଅଟଳ ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ଗୃହ କମିଟି ଗଠନ କରିବା ଦାବି ନେଇ ସୋମବାର ପୁଣି ହଟ୍ଟଗୋଳ ଜାରି ରଖିଛି। ଅନ୍ୟପକ୍ଷରେ ପ୍ରମୁଖ ବିରୋଧୀ ବିଜେଡି ଇଞ୍ଜିନିୟରିଂ ଓ ଭେଷଜ ଶିକ୍ଷାକ୍ଷେତ୍ରରେ ରାଜ୍ୟର ସମସ୍ତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଦାବିରେ ନାରାବାଜି କରିଥିଲା। ଫଳରେ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ଉଭୟ ଦଳର ସଦସ୍ୟଙ୍କୁ ନିଜ ନିଜ ଆସନକୁ ଯିବାପାଇଁ ଅନୁରୋଧ କରିଥିଲେ। ମାତ୍ର କେହି ଶୁଣି ନ ଥିଲେ। ଫଳରେ ସେ ପ୍ରଥମେ ମଧ୍ୟାହ୍ନ ୧୨.୦୯ ମିନିଟ୍‌ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ତାହା ସଫଳ ହୋଇ ନ ଥିଲା, ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ସୋମବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନକାଳ ଆରମ୍ଭ କରି ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଉତ୍ତର ରଖିବା ପାଇଁ ଡାକିଥିଲେ। ମନ୍ତ୍ରୀ ଏହି ସମୟରେ ରାଜ୍ୟରେ ଆଇଟି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ସମ୍ପର୍କରେ ଉତ୍ତର ରଖୁଥିଲେ। ରାଜ୍ୟରେ ଓଡ଼ିଶା ଆଇଟି ନୀତି-୨୦୨୨ କାର୍ଯ୍ୟକାରୀ ହେବାସହିତ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ନୀତି-୨୦୨୨, ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧, ବିପିଓ ନୀତି-୨୦୨୧ ଏବଂ ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଆଣ୍ଡ ଫାବଲେସ ନୀତି-୨୦୨୩ କାର୍ଯ୍ୟକାରୀ ହୋଇଥିବା ଦର୍ଶାଇଥିଲେ। ଏହି ଅବସରରେ ମୂଳ ପ୍ରଶ୍ନକର୍ତ୍ତା ଅମରେନ୍ଦ୍ର ଦାସ ଜଗତ୍‌ସିଂହପୁରରେ ଆଇଟି ପାଇଁ କିଛି ସୁଯୋଗ ରହିଛି କି ? ଯଦି ରହିଛି ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ଜାଣିବାକୁ ଚାହିଁଥିଲେ। ମାତ୍ର ଏହି ସମୟରେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ପ୍ରବଳ ନାରାବାଜି କରିଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ଓ ଅନ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ଓ କରତାଳି ମାଡ଼ କରି ଗୃହରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ। ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବାପାଇଁ ଉଦ୍ୟମ କରି ମଧ୍ୟ ବାଚସ୍ପତି ସଫଳ ନ ହେବାରୁ ଗୃହକୁ ମଧ୍ୟାହ୍ନ ୧୨.୦୯ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ସମୟ ମଧ୍ୟରେ ତିନିଥର ଗୃହ ମୁଲତବୀ ଘୋଷଣା ହୋଇଥିଲା। ମାତ୍ର ବୈଠକରେ କୌଣସି ନିଷ୍କର୍ଷ ନ ବାହାରିବାରୁ ଅପରାହ୍ନ ୪ଟା ଯାଏ ଉପବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ସମୟରେ ବିଜେଡି ପକ୍ଷରୁ ଏକ ରାଲି ଗୃହ ଚାରିପାର୍ଶ୍ୱରେ ପରିକ୍ରମା କରିଥିଲା। ସରକାର ସମସ୍ତ ପଛୁଆବର୍ଗଙ୍କ ପାଇଁ ଇଞ୍ଜିନିୟରିଂ ଓ ଭେଷଜ ଶିକ୍ଷାରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ସଦସ୍ୟ ଧ୍ୱନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri