ବିଜେଡି ହାତରୁ ଖସିଲା ୩ ଏନ୍‌ଏସି

ଛତ୍ରପୁର,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ ଏନ୍‌ଏସି ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ବିଜେଡିର ପରାଜୟ ହୋଇଛି। ଏହି ୩ ଏନ୍‌ଏସି ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସିଯାଇଛି। ଗତ ପୌର ନିର୍ବାଚନରେ ବିଜେଡି ଏହି ୩ ଗୋଟି ଏନ୍‌ଏସି ଦଖଲ କରିଥିଲା। ଦଳୀୟ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିଲେ। ସେତେବେଳେ ଛତ୍ରପୁର ବିଧାୟକ ବି ବିଜେଡିର ନ ଥିଲେ। ହେଲେ ଚଳିତଥର ବିଜେଡି ଏସବୁ ଆସନ ହରାଇଛି। ଛତ୍ରପୁର ଓ ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ଆସନ ଭାଜପା ଅକ୍ତିଆର କରିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ଆସନ ଦଖଲ କରିଛନ୍ତି। ଟିକେଟ ବଣ୍ଟନରେ ତ୍ରୁଟି ବିଜେଡି ପରାଜୟର ବଡ଼ କାରଣ କୁହାଯାଉଛି। ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଛତ୍ରପୁର ବିଧାୟକ ଓ ବ୍ରହ୍ମପୁର ଏମ୍‌ପିଙ୍କୁ ଝଟକା ବୋଲି ରାଜନୈତିକ ସମୀକ୍ଷାକମାନେ କହୁଛନ୍ତି।
ଛତ୍ରପୁର ଏନ୍‌ଏସିର ୧୪ ୱାଡରୁ ୧୦ଟିରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୧,୨ ଓ ୧୪ ନମ୍ବର ୱାର୍ଡରେ ଭାଜପା ଏବଂ ୧୦ ନଂ. ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି ଏନ୍‌ଏସି ଅଧ୍ୟକ୍ଷା ପ୍ରାର୍ଥିନୀ ି ଟି. ଲକ୍ଷ୍ମୀ ୮୧୮ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାର ଶର୍ମିଷ୍ଠା ପ୍ରଧାନଙ୍କଠାରୁ ପରାଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ ନିର୍ବାଚନରେ ଟି. ଲକ୍ଷ୍ମୀ କଂଗ୍ରେସରୁ ପ୍ରାର୍ଥୀ ହୋଇ ଏନ୍‌ଏସି ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ଚଳିତଥର ସେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଭାଜପା ଜିତିଥିବା ୧,୨ ଓ ୧୪ ନମ୍ବର ୱାର୍ଡରୁ ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ବହୁ କମ୍‌ ଭୋଟ ମିଳିଛି। ବିଭିନ୍ନ ଓ୍ବାର୍ଡରେ ବିଜେଡି ଏଥର ଦଳୀୟ ଲୋକଙ୍କ ବଦଳରେ ବାହାରୁ ଆସିଥିବା ଲୋକଙ୍କୁ ଟିକେଟ ଦେଇଥିଲା। କେତେଜଣ କାଉନ୍‌ସିଲର ୨ ଅଙ୍କ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେହିପରି ଗଞ୍ଜାମ ଏନ୍‌ଏସିରେ ମଧ୍ୟ ଦଳୀୟ ଲୋକଙ୍କୁ ଟିକେଟ ନ ଦେଇ ଦଳୀୟ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦିଆଯାଇଥିଲା। ଏଥିଯୋଗୁ ସେଠାରେ ସମୀକରଣ ବଦଳିଯାଇଥିଲା। ଜଣେ ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ବିଭିନ୍ନ ବର୍ଗ ଓ ସଙ୍ଗଠନ ପକ୍ଷରୁ ସମର୍ଥନ ଦିଆଯିବା ସହ ପ୍ରଚାରରେ ସାମିଲ ହୋଇଥିଲେ । ଶେଷରେ ସେ ଅଧ୍ୟକ୍ଷା ଆସନରେ ବସିପାରିଛନ୍ତି । ଦଳୀୟ ଟିକେଟ ନେଇ ବିଜେଡିରେ ଅସନ୍ତୋଷ ଲାଗି ରହିଥିଲା। କେତେଜଣ ନେତା ନୀରବ ରହିଥିବା ବେଳେ ଆଉ କେତେଜଣଙ୍କୁ ବିଜେଡି ଗୁରୁତ୍ୱ ଦେଇ ନ ଥିଲା । ଏଥିଲାଗିି ଗଞ୍ଜାମ ଏନ୍‌ଏସି ଫଳାଫଳରେ ମହଙ୍ଗା ପଡ଼ିଛି। ସେହିପରି ରମ୍ଭା ଏନ୍‌ଏସି ଫଳାଫଳ ବିଜେଡିକୁ ଶକ୍ତ ଧକ୍କା ଦେଇଛି । ଏଠାରେ ଭାଜପା ଅଧ୍ୟକ୍ଷା ଆସନ ଅକ୍ତିଆର କରିଥିବାବେଳେ ଦଳ ନିଜ ସ୍ଥିତିକୁ ସୁଦୃଢ଼ କରିପାରିଛି। ପୂର୍ବତନ ଏନ୍‌୍‌ଏସି ଅଧ୍ୟକ୍ଷାଙ୍କ ସମ୍ପର୍କୀୟଙ୍କୁ ବିଜେଡି ପୁଣି ଅଧ୍ୟକ୍ଷା ପ୍ରାର୍ଥିନୀ କରିଥିବାରୁ ଦଳ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ତାହାର ପ୍ରଭାବରୁ ଏନ୍‌ଏସି ହାତରୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri