ଶକ୍ତି ହରାଉଛି ବିଜେଡି: ଭାଜପାରେ ମିଶିଲେ ସରପଞ୍ଚ, ସମିତି ସଭ୍ୟ

ପୋଲସରା,୧୩।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଶକ୍ତି ହରାଉଛି ବିଜେଡି। ବିଜେଡି ଛାଡ଼ି ଭାଜପାରେ ଅନେକ ନେତା ମିଶୁଥିବା ବେଳେ ଆଜି ଘୁମୁସର ସାଙ୍ଗଠନିକ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ସ୍ଥାନୀୟ ନେତା, ସରପଞ୍ଚ, ସମିତି ସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି।

ପୋଲସରା ନିର୍ବାଚନ ମଣ୍ଡଳୀ ପ୍ରସିଦ୍ଧ ଦେବୀ ପୀଠ ମା’ ସିଂହସନିଙ୍କ ମନ୍ଦିରରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମ୍‌ଏସ୍‌ଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଣ୍ଡିରିପଡ଼ା ପଞ୍ଚାୟତର ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି।

ମନ୍ତ୍ରୀ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ସମସ୍ତେ ମିଶି ଅଞ୍ଚଳର କିପରି ବିକାଶ ହୋଇପାରିବ ସେ ନେଇ ମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଏହାସହିତ ଧନେଇ ଜଳ ଭଣ୍ଡାର ୧ ମିଟର ଗଭୀର କରିବା, ଦୋସିଙ୍ଗ ଓ ଚାଞ୍ଚରା ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ମନ୍ତ୍ରୀ କହିଥିଲେ।

ଏପରିକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଣ୍ଡିରିପଡା ପଞ୍ଚାୟତର ୨୬ଟି ଗାଁର ବିକାଶ ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ପ୍ରକାଶ କରିଥିଲେ । ଏହା ସହିତ ଆଗାମୀ ଦିନରେ ବିଜେଡି ଛାଡ଼ି ବହୁ ନେତା ଭାଜପାରେ ଯୋଗଦେବେ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଏହା ସହିତ ମା ସିଂହାସନୀ ମନ୍ଦିରର ଉନ୍ନତି ପାଇଁ ୧୦ ଲକ୍ଷ୍ୟ ଟଙ୍କା ବଜେଟ ଘୋଷଣା କରିଥିଲେ। ଏପରିକି ସୁଭଦ୍ରା ଯୋଜନା ଦ୍ୱାରା ମା’ମାନେ ଉପକୃତ ହୋଇ ପାରିବେ। ଚାଷ କ୍ଷେତ୍ରରେ ଚାଷୀମାନେ ସିଏମ୍‌ କିଷାନ, ପିଏମ୍‌ କିଷାନ ମାଧ୍ୟମରେ ୧୦ ହଜାର ଟଙ୍କା ସହାୟତା ରାଶି ପାଇବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ବରିଷ୍ଠ ନେତା ପୀତବାସ ପ୍ରଧାନ, ପୂର୍ବତନ ସରପଞ୍ଚ କୈଳାସ ମହାରଣା, ଦଣ୍ଡପାଣି ନାୟକ, ରବିନ୍ଦ୍ର ନାୟକ, ବିପ୍ରଚରଣ ପ୍ରଧାନ, କୈଳାସ ପ୍ରଧାନ, କାଳୁ ସାହୁ, ବିଦ୍ୟାଧର ନାୟକ, ଧର୍ମେନ୍ଦ୍ର ଗୁରୁ, ଇଶର ପ୍ରଧାନ, ଲାବନ୍ୟ ବେହେରା, ବସନ୍ତ କୁମାର ବିଷୋୟୀ, ଶିବରାମ ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ସମିତି ସଭ୍ୟା ମନୋଜ ବିଷୋୟୀଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ କୁମାର ଖଟୁଆ, ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନ, ଭଗବାନ ସାହୁ, ସୁରେନ୍ଦ୍ର ପ୍ରଧାନ, ମହେଶ୍ୱର ପରିଡ଼ା, ରଘୁନାଥ ପଣ୍ଡା, ଦୀପକ ପୋଲାଇ, କାମ୍ପ ବାଡ଼େଇ ସମେତ ଅନ୍ୟ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ମହା ମିଶ୍ରଣ ପର୍ବରେ ୪ହାଜରରୁ ଊଦ୍ଧର୍‌ବ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri