ପଦ୍ମପୁରରେ ବିଜେଡି ୧,୭୧୨ ଭୋଟ୍‌ରେ ଆଗୁଆ

ପଦ୍ମପୁର, ୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଜାରି ରହିଛି। ଗୁରୁବାର ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ବିଜେଡିକୁ ୫,୫୦୧ ଭୋଟ ମିଳିଛି। ସେହିଭଳି ଭାଜପାକୁ ୩,୭୮୯, କଂଗ୍ରେସକୁ ୨୦୬ଖଣ୍ଡ ଭୋଟ ମିଳିଛି। ଟ୍ରେଣ୍ଡ ଦେଖିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧,୭୧୨ ଭୋଟରେ ଆଗୁଆ ଥିବା ଦେଖାଯାଇଛି।

ପ୍ରକାଶ ଯେ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଦ୍ମପୁର ଆର୍‌ଏମ୍‌ସି ପରିସରରେ ଭୋଟଗଣତି ଚାଲିଛି। ୧୪ ଟେବୁଲରେ ଗଣତି ଚାଲିଥିବାବେଳେ ୨୩ ରାଉଣ୍ଡରେ ଗଣତି ସରିବ। ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି କିଏ ବାଜିମାତ କରିବ ତାହା ଜଣାପଡ଼ିବ। ତେବେ ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଣପୁର ରାଜନଅରରେ ମା’ ଖିଲାମୁଣ୍ଡା : କାଠିରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ରଣପୁର, ୭ା୧୦(ସ୍ବ.ପ୍ର.): ରଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରାଆଁଳାର ଘଞ୍ଚ ଜଙ୍ଗଲରେ ଥିବା ଆସ୍ଥାନ ଛାଡି ୧୬ଦିନ ହେଲା ରଣପୁର ରାଜନଅରକୁ ଆସି...

ବନ୍ୟାରେ ଭାସିଗଲା ମତ୍ସ୍ୟଚାଷୀଙ୍କ ଜୀବିକା

କେନ୍ଦ୍ରାପଡ଼ା ଅଫିସ, ୨୪ା୮: ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର...

ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡ଼ା,୧୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା...

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି।...

ସ୍କୁଲ ଛାତ୍ରଙ୍କୁ ବହି ବୁହାଇବା ପଡ଼ିଲା ମହଙ୍ଗା: ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତା,୧୭।୨(ଡି.ଏନ.ଏ): ସ୍କୁଲ ଛାତ୍ରଙ୍କୁ ସାଇକେଲରେ ବହି ବୁହାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରାଯାଇଛି। ବସ୍ତା...

ଅଭିଯୁକ୍ତଙ୍କ ଘରୁ ପୁଣି ମିଳିଲା ମାରଣାସ୍ତ୍ର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ। ଶନିବାରଠାରୁ ଗ୍ୟାଙ୍ଗର ୫...

ଅତ୍ୟାବଶ୍ୟକ ସେବା ପାଇଁ ୮ ଅଟୋ

କଟକ ଅଫିସ୍‌,୨୭ା୩: ଲକ୍‌ଡାଉନ୍‌ ଯୋଗୁ କଟକ ସହରରେ ଅଟୋରିକ୍ସା ଚଳାଚଳ ପ୍ରଭାବିତ ହୋଇଛି। ଜରୁରୀ ପରିସ୍ଥିତିରେ ମଧ୍ୟ ଲୋକେ ଅଟୋରିକ୍ସା ପାଇପାରୁନାହାନ୍ତି। ଏଭଳି ସମୟରେ ସହାୟତା...

ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍‌ଡାଉନ୍‌ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା...

Advertisement
Archives

Model This Week