କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ବିଧାୟକ ଓ ନେତାମାନେ ଗସ୍ତ କରି ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିବା ଜୁଆଙ୍ଗ ପରିବାରକୁ ଭେଟିଛନ୍ତି। ଏହି ଅବସରରେ ତେଲକୋଇ ବ୍ଲକର ବିମଳା ପଞ୍ଚାୟତ ଦୁର୍ଗମ ଦୁବନାଳି ସାହିକୁ ବିଜେଡି ନେତ ମାନେ ଚାଲିଚାଲି ଯାଇଥିଲେ। ବାଟରେ ବର୍ଷା ଯୋଗୁ ନାଳ ପାଣିରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଟ୍ରାକ୍ଟର ଡାଲାରେ ବସି ଯାଇଥିଲେ। ଏହି ରୋଚକ ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେଉଛି। ଟ୍ରାକ୍ଟର ଡାଲା ଲଦି ହୋଇ ବିଜେଡି ନେତାମାନେ ଯାଇଥିଲେ।

