ସନାସେନା ସମର୍ଥନ ଅପେକ୍ଷାରେ ବିଜେଡି, ଭାଜପା

ପାଟଣା,୬ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟ ବଢ଼ାଇବାରେ ଲାଗିଛନ୍ତି। ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିକାଶକୁ ମାଧ୍ୟମ କରି ପ୍ରଚାର କରୁଥିବା ବେଳେ ଭାଜପା ମୋଦି ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବିଷୟରେ ଘର ଘର ବୁଲି ବୁଝାଉଥିବା ଦେଖାଯାଉଛି। ଏଭଳି ସ୍ଥଳେ ଭାଜପା ଓ ବିଜେଡି ମଧ୍ୟରେ ବୁଝାମଣାରେ ସରକାର ଚାଲିଥିବା କଂଗ୍ରେସ ଅଭିଯୋଗ କରି ଜନମତ ହାତେଇବାକୁ ଚେଷ୍ଟା କରୁଛି।
ଏଠାରେ ବିଜେଡି ବିଜୟଲାଭ କରିଆସୁଛି। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ଭାଜପାର ଭବାନୀଶଙ୍କର ନାଏକଙ୍କୁ ପରାସ୍ତ କରିଥିଲେ। ଆଗାମୀ ନିର୍ବାଚନ ପାଇଁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ପ୍ରଥମ ଦାବିଦାର ଭାବେ ବର୍ତ୍ତମାନର ଯୁବ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ଆଗରେ ରହିଥିବା କୁହାଯାଉଛି। ଏଥିସହ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ, ପୂର୍ବତନ ପାଟଣା ବ୍ଲକ୍‌ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ମଧ୍ୟ ଟିକେଟ୍‌ ଲବିରେ ଅଛନ୍ତି। ଯଦି ନିର୍ବାଚନମଣ୍ଡଳୀ ପାଇଁ ମହିଳା ପ୍ରାର୍ଥତ୍ତ୍ୱ କଥା ଉଠେ ତେବେ ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ, ବର୍ତ୍ତମାନର ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାଏକ ମଧ୍ୟ ଟିକେଟ ଦୌଡ଼ରେ ଅଛନ୍ତିି।
ଭାଜପାରେ ମଧ୍ୟ ଏକାଧିକ ଆଶାୟୀ। ସେମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ପୂର୍ବତନ କେନ୍ଦୁଝର ଏମ୍‌ପି ଅନନ୍ତ ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଗୌତମ ନାଏକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ନାଏକଙ୍କ ସହ ସତ୍ୟବ୍ରତ ନାଏକ ମଧ୍ୟ ନିଜ ନିଜ ସମର୍ଥକ ଓ ନେତାଙ୍କୁ ଧରି ଟିକେଟ ପାଇଁ ଲବି ଆରମ୍ଭ କରିଦେଇଛନ୍ତି।
ଭାବେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ତଥା ୫ ପାଳି ବିଧାୟକ ହୋଇଥିବା ହୃଷୀକେଶ ନାଏକ କଂଗ୍ରେସରୁ ଟିକେଟ ପାଇବେ ବୋଲି ରାଜ୍ୟ ନେତୃତ୍ୱ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା କହୁଛନ୍ତି। ଏଥିସହ ବିଧାୟକ ପ୍ରାର୍ଥୀ ଦୌଡ଼ରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ. ବିନୋଦ ବିହାରୀ ନାଏକ ଓ ଡୁମୁରିଆ ସରପଞ୍ଚ ତଥା ପୂର୍ବତନ ପାଟଣା ବ୍ଲକ୍‌ ଅଧ୍ୟକ୍ଷ ଗୌରହରି ନାଏକ ପ୍ରମୁଖ ଟିକେଟ୍‌ ଲବିରେ ଅଛନ୍ତି।
ବିତ୍ତଶାଳୀ ନେତା ସନାତନ ମହାକୁଡ଼ଙ୍କ ସନାସେନା ପକ୍ଷରୁ ମଧ୍ୟ ପୁନର୍ବାର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା, କମ୍ବଳ ବଣ୍ଟନ, ନଳକୂପ ଖନନ ଆରମ୍ଭ କରାଯାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ୨୦୧୯ରେ ସନାସେନା ବିଜେଡି ପାଇଁ କାର୍ଯ୍ୟ କରିଥିଲେ ହେଁ ଏଯାବତ୍‌ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସେ ବିଜେଡି ଓ ଭାଜପା ସହ ସିଟ୍‌ ସାଲିସ୍‌ କରୁଥିବା ଆଲୋଚନା ହେଉଥିବା ବେଳେ ସନାସେନାର ସମର୍ଥନ ଯେଉଁ ଦଳକୁ ରହିବ, ସେହି ଦଳ ସୁବିଧାଜନକ ସ୍ଥିତିରେ ରହିବ ବୋଲି କୁହାଯାଉଛି। ଅନ୍ୟପକ୍ଷେ ୫ ଥର ବିଧାୟକ ହୋଇଥିବା ହୃଷୀକେଶ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେବା ଓ ଭାଜପାର ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେବା ଭଳି ବହୁ ଘଟଣା ଏଥର ନିର୍ବାଚନକୁ ରୋଚକ ସ୍ତରକୁ ନେଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri