ସନାସେନା ସମର୍ଥନ ଅପେକ୍ଷାରେ ବିଜେଡି, ଭାଜପା

ପାଟଣା,୬ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟ ବଢ଼ାଇବାରେ ଲାଗିଛନ୍ତି। ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିକାଶକୁ ମାଧ୍ୟମ କରି ପ୍ରଚାର କରୁଥିବା ବେଳେ ଭାଜପା ମୋଦି ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବିଷୟରେ ଘର ଘର ବୁଲି ବୁଝାଉଥିବା ଦେଖାଯାଉଛି। ଏଭଳି ସ୍ଥଳେ ଭାଜପା ଓ ବିଜେଡି ମଧ୍ୟରେ ବୁଝାମଣାରେ ସରକାର ଚାଲିଥିବା କଂଗ୍ରେସ ଅଭିଯୋଗ କରି ଜନମତ ହାତେଇବାକୁ ଚେଷ୍ଟା କରୁଛି।
ଏଠାରେ ବିଜେଡି ବିଜୟଲାଭ କରିଆସୁଛି। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ଭାଜପାର ଭବାନୀଶଙ୍କର ନାଏକଙ୍କୁ ପରାସ୍ତ କରିଥିଲେ। ଆଗାମୀ ନିର୍ବାଚନ ପାଇଁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ପ୍ରଥମ ଦାବିଦାର ଭାବେ ବର୍ତ୍ତମାନର ଯୁବ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ଆଗରେ ରହିଥିବା କୁହାଯାଉଛି। ଏଥିସହ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ, ପୂର୍ବତନ ପାଟଣା ବ୍ଲକ୍‌ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ମଧ୍ୟ ଟିକେଟ୍‌ ଲବିରେ ଅଛନ୍ତି। ଯଦି ନିର୍ବାଚନମଣ୍ଡଳୀ ପାଇଁ ମହିଳା ପ୍ରାର୍ଥତ୍ତ୍ୱ କଥା ଉଠେ ତେବେ ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ, ବର୍ତ୍ତମାନର ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାଏକ ମଧ୍ୟ ଟିକେଟ ଦୌଡ଼ରେ ଅଛନ୍ତିି।
ଭାଜପାରେ ମଧ୍ୟ ଏକାଧିକ ଆଶାୟୀ। ସେମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ପୂର୍ବତନ କେନ୍ଦୁଝର ଏମ୍‌ପି ଅନନ୍ତ ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଗୌତମ ନାଏକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ନାଏକଙ୍କ ସହ ସତ୍ୟବ୍ରତ ନାଏକ ମଧ୍ୟ ନିଜ ନିଜ ସମର୍ଥକ ଓ ନେତାଙ୍କୁ ଧରି ଟିକେଟ ପାଇଁ ଲବି ଆରମ୍ଭ କରିଦେଇଛନ୍ତି।
ଭାବେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ତଥା ୫ ପାଳି ବିଧାୟକ ହୋଇଥିବା ହୃଷୀକେଶ ନାଏକ କଂଗ୍ରେସରୁ ଟିକେଟ ପାଇବେ ବୋଲି ରାଜ୍ୟ ନେତୃତ୍ୱ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା କହୁଛନ୍ତି। ଏଥିସହ ବିଧାୟକ ପ୍ରାର୍ଥୀ ଦୌଡ଼ରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ. ବିନୋଦ ବିହାରୀ ନାଏକ ଓ ଡୁମୁରିଆ ସରପଞ୍ଚ ତଥା ପୂର୍ବତନ ପାଟଣା ବ୍ଲକ୍‌ ଅଧ୍ୟକ୍ଷ ଗୌରହରି ନାଏକ ପ୍ରମୁଖ ଟିକେଟ୍‌ ଲବିରେ ଅଛନ୍ତି।
ବିତ୍ତଶାଳୀ ନେତା ସନାତନ ମହାକୁଡ଼ଙ୍କ ସନାସେନା ପକ୍ଷରୁ ମଧ୍ୟ ପୁନର୍ବାର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା, କମ୍ବଳ ବଣ୍ଟନ, ନଳକୂପ ଖନନ ଆରମ୍ଭ କରାଯାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ୨୦୧୯ରେ ସନାସେନା ବିଜେଡି ପାଇଁ କାର୍ଯ୍ୟ କରିଥିଲେ ହେଁ ଏଯାବତ୍‌ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସେ ବିଜେଡି ଓ ଭାଜପା ସହ ସିଟ୍‌ ସାଲିସ୍‌ କରୁଥିବା ଆଲୋଚନା ହେଉଥିବା ବେଳେ ସନାସେନାର ସମର୍ଥନ ଯେଉଁ ଦଳକୁ ରହିବ, ସେହି ଦଳ ସୁବିଧାଜନକ ସ୍ଥିତିରେ ରହିବ ବୋଲି କୁହାଯାଉଛି। ଅନ୍ୟପକ୍ଷେ ୫ ଥର ବିଧାୟକ ହୋଇଥିବା ହୃଷୀକେଶ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେବା ଓ ଭାଜପାର ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେବା ଭଳି ବହୁ ଘଟଣା ଏଥର ନିର୍ବାଚନକୁ ରୋଚକ ସ୍ତରକୁ ନେଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?