ବିଜେଡି, ଭାଜପାକୁ ସଉତୁଣୀ କହିଲେ ବାହିନୀପତି

ନବରଙ୍ଗପୁର,୧୧।୭(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କଂଗ୍ରେସ ପକ୍ଷରୁ ସୋମବାରଠାରୁ ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ପୀଠରୁ ଆଜ୍ଞାମାଳ ନେବାପରେ ସ୍ଥାନୀୟ ଶାସ୍ତ୍ରୀ ଭବନରେ ଏ ନେଇ ଏକ ବୈଠକ କରାଯାଇଛି। ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ବିଜେଡି-ଭାଜପାକୁ ସଉତୁଣୀ ସମ୍ବୋଧନ କରି ସେମାନେ ଦିନରେ କଳି ରାତିରେ ମେଳି ହୁଅନ୍ତି ବୋଲି ତାରା କଟାକ୍ଷ କରିଥିଲେ। ଏହି ୨ଟି ଦଳ ପରଷ୍ପର ସର୍ବ ସମ୍ମୁଖରେ ଲୋକଦେଖାଣିଆ ଗଣ୍ଡଗୋଳ କରି ପରେ ସମସ୍ତ କାମକୁ ସମର୍ଥନ ଦିଅନ୍ତି ବୋଲି ବାହିନୀପତି କହିଛନ୍ତି।
କିଛି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ସରକାରୀ ଅଧିକାରୀଙ୍କ କାର୍ଯ୍ୟକଳାପ ଜିଲାକୁ ଅପଦସ୍ଥ କରିଥିବାବେଳେ ଏଠାରେ ଅଫିସର ଅରାଜକତା ଚଳାଇଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ କରାଯାଇଥିବା ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି। ଭାରପ୍ରାପ୍ତ ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ସିନିୟର କିରାଣିଙ୍କୁ ସିଡିପିଓ ଚେୟାରରୁ ଠେଲି ଦେବା, ବ୍ଲକ କାର୍ଯ୍ୟାଳୟ ବାହାରେ ଅଭିଯୋଗ ଜଣାଇବାକୁ ଆସି ଲୋକେ ହନ୍ତସନ୍ତ ହେଉଥିବାବେଳେ ଭିତରେ ବିଡିଓ ଜନ୍ମଦିନ ପାଳନ କରି କେକ୍‌ କାଟିବା ଭଳି ଅନେକ ଘଟଣା ଜିଲାକୁ ନିନ୍ଦିତ କରିଛି। ସରକାରୀ ଚାକିରିରେ ଜିଲାଭିତ୍ତିକ ନିଯୁକ୍ତି ଦାବି କରାଯାଇଛି। ଏ ସବୁକୁ ନେଇ ପ୍ରତ୍ୟେକ ବ୍ଲକରେ ଜିଲା କଂଗ୍ରେସ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି। ବୈଠକ ପୂର୍ବରୁ ନବରଙ୍ଗପୁରର କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି , ନବରଙ୍ଗପୁର ପୂର୍ବତନ ବିଧାୟକ ଭୁଜବଳ ମାଝି, ଜିଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ଜିଲା ପରିଷଦ ସଭ୍ୟା ଲିପିକା ମାଝି, ହାରାବତୀ ଗଣ୍ଡ, ଏଆଇସିସି ସଭ୍ୟା ମନୋଷା ତ୍ରିପାଠୀ, ସରପଞ୍ଚ ଦିବାକର ପୂଜାରୀ, ପି.ନାଗରତ୍ନମାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri