ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା

ଗୁଣପୁର,୨ା୩(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏସବୁ ଭିତରେ କଂଗ୍ରେସ ଦୁଇଟି ଜୋନ୍‌ ବାଜି ମାରିନେଇଛି। ତେବେ ଶାସକ ବିଜେଡି ଓ ଭାଜପାର ପରାଜୟ ଏବଂ କଂଗ୍ରେସର ବିଜୟକୁ ନେଇ ଏବେ ଅଞ୍ଚଳରେ ବିିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଅଣଦେଖା କରିବା ଉଭୟ ଦଳ ପାଇଁ ମହଙ୍ଗା ପଡ଼ିଛି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ବିଜେଡି ପାଇଁ ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଭଳି ହେଭିୱେଟ୍‌ମାନେ ପ୍ରଚାର କରିଥିବାବେଳେ ଦୁଇଟି ଜିଲା ପରିଷଦ ଜୋନ୍‌ରେ ଦଳକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ଭାଜପା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରଚାର କରିଥିଲେ। ତେବେ ଦୁଇ ଦଳକୁ କୌଣସି ସଫଳତା ମିଳିନାହିଁ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଏବଂ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ପ୍ରଚାର ମଙ୍ଗ ଧରିଥିଲେ। ଏମ୍‌ପି ସପ୍ତଗିରି ଅନେକ ଥର ଗୁଣପୁର-ଥେରୁବାଲି ରେଳପଥ ପ୍ରସଙ୍ଗ ପାର୍ଲାମେଣ୍ଟ ଠାରୁ ଆରମ୍ଭକରି ଅନେକ ସ୍ଥାନରେ ଅଗ୍ରାଧିକାର ଭିତ୍ତିରେ ଉଠାଇଛନ୍ତି। ଏହାର ଫଳ ସ୍ବରୂପ ଗୁଣପୁରର ଦୁଇଟି ଜିଲା ପରିଷଦ ଜୋନ୍‌ କଂଗ୍ରେସ ସପକ୍ଷକୁ ଯାଇଥିବା କୁହାଯାଉଛି। ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଗୁଣପୁର-ଥେରୁବାଲି ରେଳପଥର ଭାଗ୍ୟ ଅଟକିଥିବାବେଳେ ଏବେ ପୌର ନିର୍ବାଚନ ହେବାକୁ ଯାଉଛି। ଏହାର ପ୍ରଭାବ ପୌରାଞ୍ଚଳର ସଚେତନ ଭୋଟରଙ୍କ ଉପରେ କିଭଳି ପଡ଼ୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଆ ପାହାଡ଼ରେ ନିଆଁ, ଜଳିଗଲା ଗଛ

ଚଣ୍ଡିଖୋଲ/ଛତିଆ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନ ବିଭାଗ ରେଞ୍ଜ ଅଧୀନ ଧନିଆ ପାହାଡ଼ରେ ଶୁକ୍ରବାର ହଠାତ ନିଅଁା ଲାଗି ଅନେକ ଗଛ ଜଳିଯାଇଛି। ଖବର...

ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ଭଞ୍ଜନଗର,୧।୪(ଡି.ଏନ.ଏ.)- କରୋନା ଯୋଗୁ ସରକାରଙ୍କ ପକ୍ଷରୁ ବୁଧବାର ଉତ୍କଳ ଦିବସ ପାଳନ କରାଯାଇନାହିଁ। କିନ୍ତୁ ଭଞ୍ଜନଗର ବାର୍‌ ଆସୋସିଏଶନ, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପ୍ରମୁଖ ସ୍ଥାନରେ...

ବେଆଇନ ଖାଦାନ ଉପରେ ଚଢ଼ାଉ, ୧୪୪ ଧାରା ଜାରି

ଜେନାପୁର, ୧୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ବେଆଇନ କଳା ପଥର ଖାଦାନ ଉପରେ ତହସିଲ ପକ୍ଷରୁ ବୁଧବାର ଚଢ଼ାଉ କରାଯିବା ସହ...

ନାକେଦମ କଲେଣି ନିଶାଦିଆ ଲୁଟେରା

ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍‌ କମ୍‌ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ...

ଜାଗର ପାଇଁ ଚନ୍ଦ୍ରମୌଳୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ରାଜନଗର, ୨୧।୨(ଡି.ଏନ୍‌.ଏ) : ମହାଶିବରାତ୍ରି ଅବସରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗରର ୫ଶହ ବର୍ଷ ତଳର ପୂରାତନ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରମୌଳୀ...

ବାଲି,କୋଇଲା ଗାଡି ଜବତ ଘଟଣାରେ୨ ଡ୍ରାଇଭର କୋର୍ଟଚାଲାଣ

ଭଣ୍ଡାରିପୋଖରୀ,୧୮।୪ (ଡିି.ଏନ୍‌.ଏ.)-ଭଣ୍ଡାରିପୋଖରୀ ପୋଲିସ ଗୁରୁବାର ସକାଳେ ମାଲଦା ରାସ୍ତାରେ ଲକଡାଉନ ସମୟରେ ବାଲି ଓ କୋଇଲା ପରିବହନ କରୁଥିବା ୭ଟି ଗାଡିକୁ ଜବତ କରି ଥାନାରେ...

ସରିଲା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶେଷ ହୋଇଛି ମେକ ଇନ୍‌ ଓଡ଼ିଶା କନ୍‌କ୍ଲେଭ। ରବିବାର ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।...

ଆଖି ବୁଜିଲେ କରୋନା ଆକ୍ରାନ୍ତ ଶିଶୁ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): କରୋନାରେ ଆକ୍ରାନ୍ତ ସୁନ୍ଦରଗଡ଼ର ଜଣେ ଶିଶୁ ଆଖିବୁଜିଛନ୍ତି। ତାଙ୍କୁ ଏକବର୍ଷ ୩ ମାସ ହୋଇଥିଲା। ତେବେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ...

Advertisement
Archives

Model This Week