Posted inଖେଳ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ନିକଟରେ ବର୍ମିଂହାମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥର ପ୍ରତିଯୋଗିତାରୁ ଶୁଟିଂ ଇଭେଣ୍ଟ ବାଦ୍‌ ପଡ଼ିଥିଲେ ହେଁ ଦମ୍‌ ଦେଖାଇଛି ଭାରତ। ୨୨ ସ୍ବର୍ଣ୍ଣ ସହ ପଦକ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ଟେବୁଲ ଟେନିସ୍‌ ତାରକା ଅଚନ୍ତ ଶରଥ କମଲ ଏକାକୀ ୩ ସ୍ବର୍ଣ୍ଣ ସହ ମୋଟ ୪ଟି ପଦକ ହାସଲ କରି ଭାରତର ସବୁଠାରୁ ସଫଳ ଖେଳାଳି ବିବେଚିତ ହୋଇଛନ୍ତି…

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳକୁଦ ପ୍ରତିଯୋଗିତା ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ବିଶ୍ୱସ୍ତରରେ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ଏହା ଏକ ବଡ଼ ପ୍ଲାଟ୍‌ଫର୍ମ। ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୮ରେ ଉଦ୍‌ଯାପିତ ହୋଇଛି। ବର୍ମିଂହାମର ଆଲେକ୍‌ଜାଣ୍ଡର ଷ୍ଟାଡିୟମ ଏହାର ମୁଖ୍ୟ ଭେନ୍ୟୁ ରହିଥିବା ବେଳେ ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଇଂଲଣ୍ଡ ତୃତୀୟଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ କରିଥିଲା। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ହେବ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ସଭାପତି ଲୁଇସ୍‌ ମାର୍ଟିନ ଘୋଷଣା କରିଥିଲେ। ମାତ୍ର ଆର୍ଥତ୍କ ସମସ୍ୟା ଏବଂ କରୋନା ମହାମାରୀ ପାଇଁ ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ଓହରିଯିବା ପରେ ଇଂଲଣ୍ଡକୁ ଆୟୋଜନ ପାଇଁ ଅନୁମତି ମିଳିଥିଲା। ପ୍ରଥମଥର ଲାଗି ଏହି ପ୍ରତିଯୋଗିତାରେ ସର୍ବାଧିକ ୭୨ଟି ସଦସ୍ୟ ଦେଶ ଭାଗ ନେଇଥିବା ବେଳେ ମହିଳା ଇଭେଣ୍ଟ ସଂଖ୍ୟା ଅନ୍ୟ ସଂସ୍କରଣ ତୁଳନାରେ ଅଧିକ ରହିଥିଲା।
ପ୍ରତିଯୋଗିତାର ପୂର୍ବ ସଂସ୍କରଣ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ମୋଟ ୬୬ଟି (୨୬ ସ୍ବର୍ଣ୍ଣ , ୨୦ ରୌପ୍ୟ ଏବଂ ୨୦ ବ୍ରୋଞ୍ଜ) ପଦକ ହାସଲ କରିଥିଲା। ଫଳରେ ପଦକ ତାଲିକାର ୩ୟ ସ୍ଥାନରେ ରହିଥିଲା। ସେଠାରେ ଶୁଟିଂରେ ଭାରତର ସଫଳତା ବେଶ୍‌ ଉତ୍ସାହପ୍ରଦ ରହିଥିଲା। ୧୯୫୪ ଭାଙ୍କୋଭର ପ୍ରତିଯୋଗିତାଠାରୁ ୨୦୨୨ ବର୍ମିଂହାମ ପର୍ଯ୍ୟନ୍ତ ୧୬ଥର ଏହି ବିଶ୍ୱସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତ ଏଥର ମୋଟ ୬୧ଟି ପଦକ ସହ ତାଲିକାର ୪ର୍ଥ ସ୍ଥାନରେ ରହିଥିଲା। ଏହା ମଧ୍ୟରେ ୨୨ ସ୍ବର୍ଣ୍ଣ, ୧୬ ରୌପ୍ୟ ଏବଂ ୨୩ ବ୍ରୋଞ୍ଜ ପଦକ ସାମିଲ ଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଅଷ୍ଟ୍ରେଲିଆ ପଛକୁ ଭାରତ ଶୁଟିଂ ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୩୫ଟି ପଦକ ହାସଲ କରିଛି। ସେଥିମଧ୍ୟରେ ରହିଛି ୬୩ ସ୍ବର୍ଣ୍ଣ ପଦକ। ମାତ୍ର ବର୍ମିଂହାମ ଗେମ୍ସରେ ଶୁଟିଂ ଇଭେଣ୍ଟ ବାଦ୍‌ ପଡିଥିବାରୁ ଭାରତକୁ ନିରାଶ ହେବାକୁ ପଡ଼ିଛି।
ବର୍ମିଂହାମ୍‌ କ୍ରୀଡ଼ାରେ ଅଷ୍ଟ୍ରେଲିଆ ୬୭ ସ୍ବର୍ଣ୍ଣ, ୫୭ ରୌପ୍ୟ ଓ ୫୪ ବ୍ରୋଞ୍ଜ ସହ ମୋଟ ୧୭୮ଟି ପଦକ ପାଇ ଟେବୁଲ ଶୀର୍ଷରେ ରହିଥିଲା। ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ୫୭ ସ୍ବର୍ଣ୍ଣ, ୬୬ ରୌପ୍ୟ ଓ ୫୩ ବ୍ରୋଞ୍ଜ ଏବଂ କାନାଡା ୨୬ ସ୍ବର୍ଣ୍ଣ, ୩୨ ରୌପ୍ୟ ଓ ୩୪ ବ୍ରୋଞ୍ଜ ପଦକ ସହ ୩ୟ ସ୍ଥାନରେ ରହିଥିଲା। ଶୁଟିଂ ବାଦ୍‌ ପଡ଼ିଥିବାରୁ ଭାରତୀୟ ପ୍ରତିଯୋଗୀମାନେ ବ୍ୟାଡ୍‌ମିଣ୍ଟନ, ରେସ୍‌ଲିଂ, ବକ୍ସିଂ ଏବଂ ଭାରୋତ୍ତୋଳନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଥିଲା। ଏହି ଇଭେଣ୍ଟଗୁଡ଼ିକରେ ଆଶାନୁରୂପ ସଫଳତା ମଧ୍ୟ ମିଳିଥିଲା। ରବି କୁମାର ଦାହିଆ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ପି.ଭି. ସିନ୍ଧୁ, ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ କିଡ଼ାମ୍ବି ଶ୍ରୀକାନ୍ତ ଏବଂ ଲକ୍ଷ୍ୟ ସେନ୍‌ ପ୍ରମୁଖ ପ୍ରଭାବୀ ପ୍ରଦର୍ଶନ କରିଥିଲେ।
୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୋଟ ୧୦୧ ପଦକ ହାସଲ କରି ତାଲିକାରେ ୨ୟ ସ୍ଥାନ ଅଧିକାର କରିଥିଲା। ଭାରତ ହାସଲ କରିଥିବା ମୋଟ ୩୮ଟି ସ୍ବର୍ଣ୍ଣ ମଧ୍ୟରୁ ୧୪ଟି କେବଳ ଶୁଟିଂ ଇଭେଣ୍ଟରୁ ଆସିଥିଲା। ଏହା ଥିଲା ଭାରତର ସବୁଠାରୁ ଭଲ ପ୍ରଦର୍ଶନ। ପ୍ରଥମଥର ପାଇଁ ଭାରତ ୧୦୦ରୁ ଊର୍ଦ୍ଧ୍ୱ ମେଡାଲ ହାସଲ କରିଥିଲା। ବର୍ମିଂହାମରେ ଭାରତ ୱେଟ୍‌ଲିଫ୍ଟିଙ୍ଗ୍‌ରେ ୩, ରେସ୍‌ଲିଂରେ ୬, ବକ୍ସିଂରେ ୩, ଟେବୁଲ ଟେନିସ୍‌ରେ ୪, ବ୍ୟାଡ୍‌ମିଣ୍ଟନରେ ୩ ଏବଂ ପାରା ପାଓ୍ବାର ଲିଫ୍‌ଟିଙ୍ଗ୍‌, ଆଥ୍‌ଲେଟିକ୍ସ ଏବଂ ଲନ୍‌ ବୋଲ୍ସରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଟୋକିଓ ଅଲିମ୍ପିକ୍ସର ହିରୋ ନିରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ନିଶ୍ଚିତ ମନେ ହେଉଥିବାବେଳେ ଆଘାତ ସମସ୍ୟା ଯୋଗୁ ଶେଷ ମୁହୂର୍ତ୍ତରେ ସେ ଓହରି ଯାଇଥିଲେ। ସ୍କ୍ବାଶ୍‌ ପ୍ରତିଯୋଗିତାରେ ୧୪ ବର୍ଷୀୟା ଅନହତ ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଆଗକୁ ତାଙ୍କର ଭଲ ପ୍ରଦର୍ଶନ ନିଶ୍ଚୟ ଅବ୍ୟାହତ ରହିବ। ୧୦୬ ଭାରତୀୟ ପୁରୁଷ ଏବଂ ୧୦୪ ଜଣ ମହିଳା କ୍ରୀଡ଼ାବିତ୍‌ ଏହି ମେଗା ଇଭେଣ୍ଟର ୧୬ଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ହକି ଖେଳାଳି ମନପ୍ରୀତ୍‌ ସିଂ ଏବଂ ଅଲିମ୍ପିଆନ୍‌ ପି.ଭି. ସିନ୍ଧୁ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ତ୍ରିରଙ୍ଗାଧାରୀ ହୋଇଥିଲେ। ୧୪ ବର୍ଷୀୟା ସ୍କ୍ବାଶ୍‌ ଖେଳାଳି ସର୍ବକନିଷ୍ଠ ଏବଂ ୪୫ ବର୍ଷୀୟ ଲନ୍‌ ବୋଲ୍ସ ଖେଳାଳି ସୁନୀଲ ବାହାଦୁର ବୟସ୍କ ଖେଳାଳି ରୂପେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୱେଟ୍‌ଲିଫ୍‌ଟିଙ୍ଗ୍‌ରେ ସଙ୍କେତ ସରଗର ଭାରତକୁ ପ୍ରଥମ ରୌପ୍ୟ ପଦକ ପ୍ରଦାନ କରିଥିବା ବେଳେ ମୀରାବାଇ ଚାନୁ ସ୍ବର୍ଣ୍ଣିମ ସଫଳତା ଦେଇଥିଲେ। ଲନ ବୋଲ୍ସ ପ୍ରତିଯୋଗିତାରେ ଭାରତ ତା’ର ପ୍ରଥମ ସ୍ବର୍ଣ୍ଣ ପଦକ ପାଇଥିଲା। ଟେବୁଲ ଟେନିସ୍‌ରେ ଅଚନ୍ତ ଶରଥ କମଲ (୩ ସ୍ବର୍ଣ୍ଣ ଏବଂ ୧ ରୌପ୍ୟ) ସର୍ବାଧିକ ପଦକ ପାଇଥିଲେ।
ସୁଧୀର, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଳିକ, ଦୀପକ ପୁନିଆ, ରବି କୁମାର ଦାହିଆ, ଭିନେଶ ଫୋଗତ, ପି.ଭି. ସିନ୍ଧୁ, ଲକ୍ଷ୍ୟ ସେନ୍‌, ଅମିତ୍‌ ପଙ୍ଗାଲଙ୍କ ପରି ବିଶ୍ୱସ୍ତରୀୟ ଆଥଲେଟ୍‌ଙ୍କ ପ୍ରଦର୍ଶନକୁ ଦେଖିଲେ ଆମ ଦେଶ ଯେ କ୍ରୀଡ଼ାକ୍ଷେତ୍ରରେ ଭବିଷ୍ୟତରେ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି, ଏଥିରେ ଦ୍ୱିମତ ନାହିଁ। ୨୦୨୬ରେ ଭିକ୍ଟୋରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆହୁରି ଭଲ ପ୍ରଦର୍ଶନ କରିବାର ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?