Posted inଜାତୀୟ

ବିମାନରେ ପକ୍ଷୀ ଧକ୍କା, ଡିଜିସିଏ ଜାରି କଲା ନୂଆ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୧୩।୮ : ଦେଶର ବିମାନ ବନ୍ଦରରେ ପକ୍ଷୀ ଏବଂ ଅନ୍ୟ ପ୍ରାଣୀମାନଙ୍କ ସହିତ ବିମାନର ମୁହାଁମୁହିଁ ଧକ୍କା ଘଟଣାର ଅନୁସନ୍ଧାନ ପାଇଁ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ଜେନେରାଲ ଶନିବାର ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ନିୟମିତ ପାଟ୍ରୋଲିଂ ଏବଂ ବନ୍ୟପ୍ରାଣୀ ଗତିବିଧି ଚିହ୍ନଟ ହେଲେ ପାଇଲଟମାନଙ୍କୁ ସୂଚିତ କରିବାକୁ କୁହାଯାଇଛି।

ଗତ କିଛି ସପ୍ତାହ ମଧ୍ୟରେ ବିମାନ ସହିତ ପକ୍ଷୀ ମୁହାଁମୁହିଁ ହେବାର ଅନେକ ଘଟଣା ଘଟିଛି। ଅଗଷ୍ଟ ୪ ରେ, ଚଣ୍ଡିଗଡ଼ ଅଭିମୁଖେ ଗୋ ଫାଷ୍ଟ ବିମାନ ପକ୍ଷୀ ସହିତ ଧକ୍କା ଦେବା ପରେ ଅହମ୍ମଦାବାଦକୁ ଫେରିଥିଲା। ଜୁନ ୧୯ ରେ, ପାଟନା ବିମାନ ବନ୍ଦରରୁ କିଛି ସମୟ ପରେ ୧୮୫ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ପାଇସଜେଟ ବିମାନ ଦିଲ୍ଲୀ ଯାଉଥିବା ସମୟରେ ଏହାର ଇଞ୍ଜିନ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। କିଛି ମିନିଟ ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ପକ୍ଷୀ ଧକ୍କା ଯୋଗୁୁ ଇଞ୍ଜିନରେ ଏଭଳି ତ୍ରୁଟି ଦେଖାଯାଇଥିଲା।

ଶନିବାର ଜାରି କରାଯାଇଥିବା ସର୍କୁଲାରରେ ନିୟାମକ କହିଛନ୍ତି ଯେ ସମସ୍ତ ବିମାନବନ୍ଦର ଅପରେଟରମାନଙ୍କୁ ସେମାନଙ୍କର ବନ୍ୟପ୍ରାଣୀ ବିପଦ ପରିଚାଳନା କାର୍ଯ୍ୟକ୍ରମ ସମୀକ୍ଷା କରିବାକୁ ଅନୁରୋଧ କରାଯାଇଛି। ପ୍ରାଣୀଙ୍କ ବିପଦକୁ ଆକଳନ କରିବାକୁ ଏବଂ ବିମାନ ପ୍ରତି ଥିବା ବିପଦ ଅନୁଯାୟୀ ମାନ୍ୟତା ଦେବାକୁ ବିମାନ ବନ୍ଦରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗାଇଡଲାଇନରେ କୁହାଯାଇଛି ଯେ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ତଥ୍ୟ ଉପରେ ନଜର ରଖିବା ଏବଂ ରେକର୍ଡ କରିବା ପାଇଁ ବିମାନବନ୍ଦରଗୁଡିକରେ ଏକ ପ୍ରକ୍ରିୟା ରହିବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡିଲେ ଉର୍ମିଳା

ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର...

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ...

୫ ବର୍ଷ ସହମତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ, ୧୪ା୩: ଦୀର୍ଘ ୫ ବର୍ଷ ସହମତିରେ ଯୌନ ସମ୍ପର୍କ ରଖିବା ପରେ ଏହାକୁ ଇଚ୍ଛା ବିରୋଧରେ ବୋଲି କୁହାଯାଇପାରିବ ନାହିଁ। କର୍ନାଟକ ହାଇକୋର୍ଟ ଏହା...

୮୩% ଆତଙ୍କବାଦୀ ଟେକାମାଡ଼କାରୀ

ଶ୍ରୀନଗର,୩ା୮: ଜମ୍ମୁ-କଶ୍ମୀରରେ ଅସ୍ତ୍ର ଧରୁଥିବା ୮୩% ଆତଙ୍କବାଦୀ ପୂର୍ବରୁ ଟେକାମାଡ଼କାରୀ ଥିଲେ। ସେମାନେ ଆତଙ୍କବାଦୀ ସାଜିବା ପରେ ଅଧିକ ସମୟ ବଞ୍ଚତ୍ ପାରିବେ ନାହିଁ। ଦିନ...

ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ...

କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ କାର୍‌ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ବେଙ୍ଗାଲୁରୁ, ୧।୪: ମେ’ ୧୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥିସହିତ ସେଠାରେ ଗାଡ଼ିମୋଟର ଯାଞ୍ଚକୁ ଜୋର୍‌ଦାର...

କେମିତି ଭାରତକୁ ଆସିଲା ଓମିକ୍ରନ୍‌

ବେଙ୍ଗାଲୁରୁ,୩।୧୧: କରୋନା ଭାଇରସ ଓମିକ୍ରନର ନୂତନ ଭାରିଆଣ୍ଟକୁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଅଛି । ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଅନୁସନ୍ଧାନରେ ନିୟୋଜିତ ଅଟନ୍ତି।...

Advertisement
Archives

Model This Week