ବାର୍ଡ ଫ୍ଲୁ ଆତଙ୍କ: ୪ ଫାର୍ମରୁ ମରାଗଲା ୫ ହଜାର କୁକୁଡ଼ା

ପିପିଲି,୨୬ା୮(ଦୁର୍ଗାମାଧବ ମିଶ୍ର/ ପ୍ରଭାତ ମହାପାତ୍ର):ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁକୁଡ଼ା ମରା ଅଭିଯାନର ଦ୍ୱିତୀୟ ଦିନରେ ଆବଲପୁର, ପୋଡଙ୍ଗ, ଜନାର୍ଦ୍ଦନପୁର, ରାୟଗରପୁର, ସହଜପୁର, ଆଳିସ, ବାଲିଗଁା, ଓଡସମୁଡ଼ି, ନୂଆଗୋଡି ଅଞ୍ଚଳର ପ୍ରାୟ ୫୪ଟି ଫାର୍ମ ଚିହ୍ନଟ କରାଯାଇଛି। ଏଥିରୁ ରାପିଡ୍‌ ରେସକ୍ୟୁ ଟିମ୍‌ ୪ଟି ଫାର୍ମରୁ ପ୍ରାୟ ୫ ହଜାର କୁକୁଡ଼ା ମାରିଛି। ଏହି ଅଭିଯାନକୁ ପ୍ରାୟ ୧୫ ଦିନ ସମୟ ଲାଗିବ ବୋଲି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। କୁକୁଡ଼ା ମରାଯିବା ପରେ ସମସ୍ତ ଫାର୍ମକୁ ସାନିଟାଇଜେସନ କରାଯିବ। ପରେ ଫାର୍ମଗୁଡିକୁ ଜଉମୁଦ ସିଲ କରାଯାଇ ଚାବିକୁ ବିଭିଓଙ୍କ ପାଖରେ ରଖାଯିବ। ତେବେ ସୋମବାରଠାରୁ କୁକୁଡ଼ା ମରା ବାବଦ କ୍ଷତିପୂରଣ ଦିଆଯିବ। ୬ ସପ୍ତାହ ମଧ୍ୟରେ ଥିବା କୁକୁଡ଼ା ବାବଦକୁ ୨୦ ଟଙ୍କା ଏବଂ ୬ ସପ୍ତାହରୁ ଅଧିକ ଦିନର କୁକୁଡ଼ା ପାଇଁ ୯୦ ଟଙ୍କା ହିସାବରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ଗ୍ରାମ ପଞ୍ଚାୟତର ଦିନଉଧାରଣପୁରରେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରି ସେଠାରୁ ନମୁନା ସଂଗ୍ରହ କରାଯାଇ ରବିବାର ଭୋପାଲ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ କାଯ୍ୟନୁଷ୍ଠାନ ନିଆଯିବ। ଏପଟେ କୁକୁଡ଼ା ମରା ଅଭିଯାନ ରୋକିବାକୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ପୁରୀ ଅତିରିକ୍ତ ପ୍ରାଣି ସମ୍ପଦ ଅଧିକାରୀ ବିଶ୍ୱରଞ୍ଜନ ବେହେରା, ରାଜ୍ୟ ପୋଲଟ୍ରି ଫାର୍ମସ ଡେଭେଲପମେଣ୍ଟ ଫୋରମ ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ମଧ୍ୟରେ ଦୀର୍ଘ ସମୟ ଦୁର୍ଗାଦାଶପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। କେତେଗୁଡ଼ିଏ ପ୍ରସ୍ତାବର ସନ୍ତୋଷ ଜନକ ସିଦ୍ଧାନ୍ତ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏବଂ କୁକୁଡ଼ା ମରା ଅଭିଯାନ ହୋଇଥିଲା। ସାତଶଙ୍ଖଠାରୁ ଉତ୍ତରା ପର୍ଯ୍ୟନ୍ତ ପ୍ରାୟ ଦେଢ଼ଶହ ଫାର୍ମରୁ ୫ ଲକ୍ଷ କୁକୁଡ଼ା ମରିଥିବା ସୂଚନା ମିଳିଛି। ସମସ୍ତ ଫାର୍ମକୁ ଯାଞ୍ଚ କରି ବିଶୋଧନ ଏବଂ ତାଲିକା ଭୁକ୍ତ କରିବାକୁ ଏଡିଭିଓ ବେହେରା ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତ ଫାର୍ମ ରୋଗ ପ୍ରତରୋଧ ପାଇଁ ଭିତର ଏବଂ ବାହାର ବିଶୋଧନ କରାଯିବ। ପ୍ରଥମେ ଆୱାରନେସ କ୍ୟାମ୍ପ ମାଧ୍ୟମରେ କୁକୁଡ଼ା ଚାଷୀଙ୍କୁ ସଚେତନତା କରାଯିବ ବୋଲି ବେହେରା କହିଛନ୍ତି। ପିପିଲିରେ ବାର୍ଡ ଫ୍ଲୁ ହୋଇଥିଲାବେଳେ କେଉଁ ଆଧାରକୁ ଭିତ୍ତିକରି ସଂକ୍ରମିତ ଫାର୍ମ ଚୟନ କରାଯାଇଛି ବୋଲି ଚାଷୀ ପ୍ରଶ୍ନ ଉଠାଇଥିଲେ। ସେପଟେ ଚାଷୀ ଚୟନରେ ସ୍ବଚ୍ଛତା ଅବଲମ୍ବନ କରା ନ ଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
ପିପିଲିରେ ଦେଢ଼ଶହରୁ ଅଧିକ ଫାର୍ମ ଥିଲାବେଳେ କିଭଳି ପିପିଲି ତେଇଶିପୁର ଅଞ୍ଚଳରେ ୫୪ଟି ଫାର୍ମକୁ ସଂକ୍ରମିତ ଘୋଷଣା କରାଯାଇ ଅନ୍ୟ ଫାର୍ମକୁ ଛାଡ଼ି ଦିଆଗଲା ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି। ଗତ ଜୁନ୍‌ଠାରୁ ପିପିଲି ଜଗନାଥପୁରଠାରୁ ଉତ୍ତରା, ସାତଶଙ୍ଖ, କଣ୍ଟି ଅଞ୍ଚଳରେ ୧୫୦ରୁ ଊଦ୍ଧର୍‌ବ କୁକୁଡ଼ା ଫାର୍ମ ରହିଥିଲାବେଳେ କେବଳ ୫୪ଟି ଫାର୍ମ ଚିହ୍ନଟ ପରେ ଚାଷୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କେବଳ ପିପିଲି ନୁହେଁ ଡେଲାଙ୍ଗରେ ପ୍ରାୟ ଶହେ ଫାର୍ମ ଓ ସତ୍ୟବାଦୀରେ ୮୦ଟି ଫାର୍ମରେ କୁକୁଡ଼ା ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିଲାବେଳେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏଗୁଡ଼ିକୁ କ’ଣ ପାଇଁ ବାଦ୍‌ ଦିଆଯାଇଛି ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି। ଏଥିସହ ଚାଷୀ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେପଟେ କୁକୁଡ଼ା ମାରିବା ସମୟରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ସ୍ଥାନୀୟ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ଦାବି କରିଛନ୍ତି। ଅନ୍ୟପଟେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବାକୁ ରାଜ୍ୟ ସମ୍ପାଦକ ପରିଡ଼ା କହିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ଚାଷୀ କହିଛନ୍ତି। ଆବଲପୁର ଅଞ୍ଚଳରେ ୫୪ଟି ଫାର୍ମକୁ ସଫା କରିବା ସହିତ ଯେଉଁ ଫାର୍ମରେ କୁକୁଡ଼ା ଥିବ ତାକୁ ମରାଯିବ। ଏସବୁ କାର୍ଯ୍ୟକ୍ରମ ଚାଷୀଙ୍କ ସହିତ ଆଲୋଚନା କରି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସୋମବାର ପୁଣିଥରେ ଚାଷୀଙ୍କୁ ନେଇ ବୈଠକ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?